PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

୯ ବର୍ଷରେ ୬୭ ଯୁବତୀଙ୍କୁ ଏସିଡ୍‌ ଆକ୍ରମଣ: ଯାଜପୁର ପ୍ରଥମ, ଦ୍ୱିତୀୟରେ ଟୁଇନ୍‌ ସିଟି

ଭୁବନେଶ୍ୱର, ୦୭/୧୨: ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି ଏସିଡ୍‌ ଆକ୍ରମଣ । ଏହାକୁ ରୋକିବାକୁ ସରକାର ପଦକ୍ଷପ ଗ୍ରହଣ କରୁଛନ୍ତି । ହେଲେ ଏହା ଉପରେ ରୋକ ଲଗାଯାଇ ପାରିନାହିଁ । ସରକାରଙ୍କ ରିପୋର୍ଟ କହୁଛି ଗତ ୯ ବର୍ଷ ମଧ୍ୟରେ ୬୭ ଜଣ ଯୁବତୀ ଏସିଡ୍‌ ଆକ୍ରମଣର ଶିକାର ହୋଇଛନ୍ତି । ଆକ୍ରମଣର ଶିକାର ହୋଇଥିବା ଯୁବତୀଙ୍କ ମଧ୍ୟରୁ ୩୦ ଜଣଙ୍କ ଶରୀରର ୭୦%ରୁ ଅଧିକ କ୍ଷତି ହୋଇଛି । ଏହି ଘଟଣାରେ ପୁଲିସ୍‌ ଓ କ୍ରାଇମ୍‌ବ୍ରାଞ୍ଚ ୬୮ ଜଣଙ୍କୁ ଗିରଫ କରିଥିଲା ବେଳେ ୨୦ରୁ ଅଧିକ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି । 

୨୦୧୩ରୁ ୨୦୨୧ ମସିହା (ଅକ୍ଟେବର ୩୦ ମଧ୍ୟରେ) ରାଜ୍ୟରେ ୬୭ ଜଣ ଏସିଡ୍‌ ଆକ୍ରମଣର ଶିକାର ହୋଇଛନ୍ତି । ସର୍ବାଧିକ ଘଟଣା ଘଟିଛି ଯାଜପୁର ଜିଲ୍ଳାରେ । ଏହି ଜିଲ୍ଳାରେ ୨୦୧୪ ମସିହାରେ ଗୋଟିଏ ଘଟଣା ଘଟିଥିବା ବେଳେ ଏଥିରେ ସଂପୃକ୍ତ ଅଭିଯୁକ୍ତକୁ ପୁଲିସ୍‌ ଧରିବାରେ ସକ୍ଷମ ହୋଇଛି । ୨୦୧୫ରେ ୨ଟି ଘଟଣାରେ ୬ ଜଣ ଗିରଫ ହୋଇଥିଲେ । ୨୦୧୭ରେ ୪ ଟି ଏସିଡ ଆକ୍ରମଣ ଘଟଣାରେ ୪ ଜଣ ଗିରଫ ହୋଇଥିଲେ । ୨୦୧୯ରେ ଜଣେ ଓ ୨୦୨୦ରେ ଜଣେ ଯୁବତୀ ଏସିଡ୍‌ ଆକ୍ରମଣର ଶିକାର ହୋଇଥିଲେ । ଏ ସବୁ ମାମଲା ତଦନ୍ତ କ୍ରାଇମ୍‌ବ୍ରାଞ୍ଚ କରୁଥିଲା । ତେବେ କଟକ ଓ ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌ ଅଞ୍ଚଳରେରେ ୫ଟି ଲେଖାଏଁ ମାମଲା ରୁଜୁ ହୋଇଥିଲା । ୨୦୧୪ରେ କଟକ ୨ଟି ଏସିଡ୍‌ ଆକ୍ରମଣ ହୋଇଥିଲା । ଏଥିରେ ମାତ୍ର ଜଣେ ଅଭିଯୁକ୍ତକୁ ପୁଲିସ୍‌ ଗିରଫ କରିଥିଲା । ୨୦୧୫ରେ ଗୋଟିଏ ଘଟଣା ଘଟିଥିଲା । ହେଲେ କୌଣସି ଅଭିଯୁକ୍ତ ଗିରଫ ହୋଇ ନଥିବା ରିପୋର୍ଟ କହୁଛି । ୨୦୧୬ରେ ଗୋଟିଏ ଘଟଣାରେ ଜଣେ ଗିରଫ, ୨୦୧୮ ମସିହାରେ ୨ଟି ଘଟଣାରେ ଜଣେ ଗିରଫ ହୋଇଥିଲେ । ୨୦୨୧ ମସିହାରେ ଘଟିଥିବା ଗୋଟିଏ ଏସିଡ ଆକ୍ରମଣ ଘଟଣାରେ କଟକ କମିଶନରେଟ୍‌ ପୁଲିସ୍‌ ଏପର୍ଯ୍ୟନ୍ତ କାହାକୁ ଗିରଫ କରି ନାହିଁ । କମିଶନରେଟ୍‌ ପୁଲିସ୍‌କୁ ଛାଡିଲେ କଟକ ଜିଲ୍ଳା ପୁଲିସ୍‌ ୫ଟି ଏସିଡ୍‌ ଆକ୍ରମଣ ମାମଲାରେ ୮ ଜଣଙ୍କୁ ଗିରଫ କରିଛି ।

ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌ ଅଞ୍ଚଳରେ ୨୦୧୬ ଓ ୨୦୧୮ ମସିହାରେ ୨ ଟି ଲେଖାଏଁ ଏସିଡ୍‌ ଆକ୍ରମଣ ଘଟଣା ଘଟିଥିଲା । ହେଲେ ପୁଲିସ୍‌ ମାତ୍ର ୨ଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ଅନ୍ୟ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି । ୨୦୨୧ ରେ ଗୋଟିଏ ଘଟଣା ଘଟିଥିବା ବେଳେ ଏଥିରେ ମଧ୍ୟ କେହି ଅଭିଯୁକ୍ତ ଗିରଫ ହୋଇନାହାନ୍ତି । ଖୋର୍ଦ୍ଧା ଜିଲ୍ଳାରେ ୨୦୧୭ରେ ୨ଟି, ୨୦୧୮ରେ ଗୋଟିଏ ଓ ୨୦୨୦ରେ ଗୋଟିଏ ଏସିଡ୍‌ ଆକ୍ରମଣ ଘଟଣା ଘଟିଥିଲା । ମାତ୍ର ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୁଲିସ୍‌ ସକ୍ଷମ ହୋଇଛିା । ତବେ ଏହି ୯ ବର୍ଷ ମଧ୍ୟରେ ଜଗତସିଂହପୁରରେ ୩ ଟି ଘଟଣାରେ ୩ ଜଣ ଗିରଫ ହୋଇଥିଲାବେଳେ କେନ୍ଦ୍ରାପଡାରେ ୨ଟି ଘଟଣାରେ ୨ ଗିରଫ, ପୁରୀରେ ୪ଟି ଘଟଣାରେ ୩, ବାଲେଶ୍ୱରରେ ୪ଟି ୨ ଜଣ, ଭଦ୍ରକରେ ଗୋଟିଏ ଘଟଣାରେ ଜଣେ, ଗଞ୍ଜାମ ଜିଲ୍ଳାରେ ୪ଟି ଘଟଣାରେ ୪ ଜଣ, ମୟୁରଭଞ୍ଜ ଜିଲ୍ଳାରେ ୩ଟି ଘଟଣାରେ ମାତ୍ର ଜଣଙ୍କୁ ଗିରଫ କରିବାରେ ପୁଲିସ୍‌ ସଫଳ ହୋଇଛି ।
 

ଏସିଡ୍‌ ଆକମ୍ରଣରେ ଶିକାର ହୋଇଥିବା ପୀଡିତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ୫୯ ଲକ୍ଷ ୩୨ ହଜାର ଟଙ୍କା ସହାୟତା ଦିଆଯାଇଛି । ଏହି ପୀଡିତାମାନେ ଏବେ ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ ସହ ସାମିଲ ହୋଇ ସ୍ୱାବଲମ୍ବୀ ହୋଇପାରିଛନ୍ତି । ୨୦୧୦ରୁ୨୦୧୨ ମସିହା ମଧ୍ୟରେ ରାଜ୍ୟର କୌଣସି ସ୍ଥାନରେ ଏସିଡ୍‌ ଆକ୍ରମଣ ହୋଇ ନଥିଲା । ତେବେ ପରେ ବଢ଼ିବାରେ କାରଣ ହେଲା ଏସିଡ୍‌ ବିକ୍ରି ଉପରେ ଲଗାମ୍‌ ନଥିବାରୁ ଏହା ଅବାଧରେ ମିଳିଲା । ଅପରାଧୀମାନେ ଏହାର ଫାଇଦା ନେଲେ । ପୁଲିସ୍‌ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ୍‌ ପଠାଇ ଦେଇଛି । ହେଲେ ସେମାନଙ୍କ ବିରୋଧରେ ସାକ୍ଷ ପ୍ରମାଣ ଯୋଗାଡ କରିବାରେ ଏକ ପ୍ରକାର ଫେଲ୍‌ ମାରିଛି । ଯଦି କୋର୍ଟରେ ସଠିକ୍‌ ପ୍ରମାଣ ଦାଖଲ ନ ହୁଏ ତା ହେଲେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ୍‌ ହେବାର ଆଶଙ୍କା ରହିଛି ।