ବାପାଙ୍କୁ ସାଇକେଲରେ ବସାଇ ଗୁରଗାଓଁରୁ ବିହାର ପହଞ୍ଚିଲା ୧୫ ବର୍ଷର ଝିଅ

ପାଟ୍‌ନା ୨୧/୫: କରୋନା ଭାଇରସ ପାଇଁ ଜାରି ହୋଇଥିବା ଲକ୍‌ଡାଉନ୍‌ ମଧ୍ୟରେ ଜଣେ ୧୫ ବର୍ଷୀୟା ଝିଅର ସାହସ ସଂପର୍କରେ ଏବେ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା କରାଯାଉଛି । ତାଙ୍କର ନାମ ହେଲା ଜ୍ୟୋତି କୁମାରୀ । ଜ୍ୟୋତି ନିଜ ସାଇକେଲ ପଛରେ ଅସୁସ୍ଥ ବାପା ମୋହନ ପାଶ୍ୱାନଙ୍କୁ ବସାଇ ଗୁରଗାଓଁରୁ ବିହାରର ଦରଭଙ୍ଗା ପହଞ୍ଚିଥିବା ଜଣାପଡ଼ିଛି । ଏହି ସମୟ ମଧ୍ୟରେ ସେ ୧୨୦୦ କିମି ଯାତ୍ରା ପୂରା କରିଛନ୍ତି ।

ଜ୍ୟୋତି ସପ୍ତମ ଶ୍ରେଣୀରେ ପଢ଼ନ୍ତି । ତାଙ୍କ ବାପା ଗୁରଗାଓଁରେ ଇ-ରିକ୍ସା ଚଳାଉଥିଲେ । ହେଲେ ଲକ୍‌ଡାଉନ୍‌ ଯୋଗୁ ତାଙ୍କୁ ଇ-ରିକ୍ସାକୁ ତାଙ୍କର ମାଲିକଙ୍କ ନିକଟରେ ଦାଖଲ କରିବାକୁ ପଡ଼ିଲା । ଏହି ସମୟରେ ସେ ଆଘାତପ୍ରାପ୍ତ ମଧ୍ୟ ହେଲେ । ଅନ୍ୟପଟେ ତାଙ୍କ ବାପାଙ୍କ ପାଖରେ ଟଙ୍କା ନଥିବାରୁ ଘର ମାଲିକ ଘରଭଡ଼ା ଦେବା କିମ୍ୱା ଘର ଖାଲି କରିବାକୁ ସେମାନଙ୍କ ଉପରେ ଚାପ ପକାଉଥିଲେ । ଏଭଳି ସ୍ଥିତିରେ ସେମାନେ ନିଜର ପୈତୃକ ଘର ଦରଭଙ୍ଗା ପଳାଇ ଆସିବାକୁ ସିଦ୍ଧାନ୍ତ ନେଲେ । ତାଙ୍କ ବାପା ସେମାନଙ୍କୁ ଦରଭଙ୍ଗାରେ ପହଞ୍ଚାଇ ଦେବା ଲାଗି ଜଣେ ଟ୍ରକ୍‌ ଡ୍ରାଇଭରଙ୍କ ସହ କଥା ମଧ୍ୟ ହୋଇଥିଲେ । ସେ କିନ୍ତୁ ଏଥିପାଇଁ ୬ ହଜାର ଟଙ୍କା ଦାବି କଲେ । ସେମାନେ ଏତେ ଟଙ୍କା ଦେବାକୁ ସମର୍ଥ ନଥିବାରୁ ଜ୍ୟୋତି ସାଇକେଲରେ ଅସୁସ୍ଥ ବାପାଙ୍କୁ ନେଇ ଆସିବାକୁ ଭରସା ଦେଲେ । ଯାତ୍ରା ପାଇଁ ସେ ୫୦୦ ଟଙ୍କାରେ ସାଇକେଲ କିଣିଲେ । ମେ ୧୦ ତାରିଖରୁ ଗୁରଗାଓଁରୁ ସେମାନଙ୍କର ଯାତ୍ରା ଆରମ୍ଭ ହେଲା । ମେ ୧୬ରେ ସେମାନେ ନିଜ ଗାଁରେ ପହଞ୍ଚିଲେ । ଜ୍ୟୋତିଙ୍କ ଅନୁସାରେ ତାଙ୍କୁ ରାତିରେ ଜାତୀୟ ରାଜପଥରେ ସାଇକେଲ ଚଳାଇବା ନେଇ ଭୟ ଲାଗିଲା ନାହିଁ । କାରଣ ଶହ ଶହ ପ୍ରବାସୀ ଶ୍ରମିକ ମଧ୍ୟ ରାସ୍ତାରେ ଯାଉଥିଲେ । ତେବେ ପଛରୁ କାଳେ କୌଣସି ଗାଡ଼ି ସେମାନଙ୍କୁ ପିଟି ଦେବ ସେଥିନେଇ ସେ ଚିନ୍ତିତ ଥିଲେ । ଗାଁରେ ପହଞ୍ଚିବା ପରେ ଜ୍ୟୋତି ଓ ତାଙ୍କ ପିତାଙ୍କୁ ତାଙ୍କ ଘରେ କ୍ୱାରେଣ୍ଟାଇନ୍‌ କରାଯାଇଛି ।

   ସମ୍ବନ୍ଧିତ ଖବର


ବିହାର ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟରେ ବହୁ ମହାରଥୀ ଦେବେ ଅଗ୍ନି ପରୀକ୍ଷା, ଉତ୍ତର ବିହାର ଉପରେ ସମସଙ୍କ ନଜର

ତୁର୍କୀରେ ସୁନାମି, ଇଜ୍‌ମିର୍‌ ସହର ଭିତରେ ପଶିଲା ପାଣି

ଫ୍ରାନ୍ସରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଅପସାରଣ ନିଷ‌୍ପତ୍ତିରେ ମୋହର ମାରିଲା ପାକ୍‌ ପାର୍ଲିଆମେଣ୍ଟ, ହେଲେ ୩ ମାସ ହେଲାଣି ନାହାନ୍ତି ରାଷ୍ଟ‌୍ରଦୂତ

ସ୍ବାବ ପରେ ଏବେ ପରିସ୍ରାରୁ ଜାଣିପାରିବେ କରୋନା ରିପୋର୍ଟ!

ଭାରତ ବିପକ୍ଷରେ କିଛି ମ୍ୟାଚ ଖେଳିବେନି ଏହି ଅଷ୍ଟ୍ରେଲିଆ କ୍ରିକେଟର, କ’ଣ ପାଇଁ ଜାଣନ୍ତୁ

ମିସ୍ ଇଣ୍ଡିଆ ୟୁନିଭର୍ସ -୨୦୨୦ ମୁକୁଟ ଜିତିଲେ ବୈଷ୍ଣବୀ ସିଂ, ମେଧାବୀ ଛାତ୍ରୀ ସହ ଜଣେ ଭଲ ମଡେଲର