ପୁରୀ ଗଣଦୁଷ୍କର୍ମ ଘଟଣାରେ ୪ ଅଭିଯୁକ୍ତ ଗିରଫ

ପୁରୀ ୨/୧୨: ପୁରୀରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ୪ ଗିରଫ । ଲିଫ୍ଟ ବାହାନାରେ ଗଣଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ୪ ଅଭିଯୁକ୍ତଙ୍କ ସାମିଲ ଥିବା ବହିଷ୍କୃତ କନେଷ୍ଟବଳ ଜିତେନ୍ଦ୍ର ସେଠୀଙ୍କୁ ମଧ୍ୟ ଗିରଫ କରିଛି ପୋଲିସ ।  

ଆଜି ସନ୍ଧ୍ୟାରେ ପୁରୀ କୁମ୍ଭାରପଡା ଥାନାରେ ଗଣଦୁଷ୍କର୍ମ ଅଭିଯୋଗ ହୋଇଥିଲା । ଜଣେ ଯୁବତୀଙ୍କୁ କାରରେ ନିମାପଡାରୁ ନେଇ ପୁରୀରେ ଗଣଦୁଷ୍କର୍ମ ହୋଇଥିଲା । ଏଥିରେ ଜଣେ ବହିଷ୍କୃତ ପୋଲିସ କନଷ୍ଟେବଳ ଜିତେନ୍ଦ୍ର ସେଠୀ ସାମିଲ ଅଛନ୍ତି । ଯୁବତୀଙ୍କୁ ପୁଲିସ ପରିଚୟ ଦେଇ ଏକ ସରକାରୀ କ୍ୱାଟର୍ସ ମଧ୍ୟରେ ଗଣ ଦୁଷ୍କର୍ମ କରାଯାଇଥିବା ପୀଡିତା ଜଣକ ଅଭିଯୋଗ କରିଛନ୍ତି । ଅନ୍ୟପଟେ ସେ ଜଣେ ପୂର୍ବତନ ପୁଲିସ କର୍ମଚାରୀ ବୋଲି ପୁରୀ ଏସ୍‌ପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ଏହି କନେଷ୍ଟବଳ ଜିତେନ୍ଦ୍ର ସେଠୀ ଙ୍କୁ ପୂର୍ବରୁ ନିଲମ୍ବନ କରାଯାଇଛି ।

ନିମାପଡା ବସଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିବାବେଳେ ଛାଡିଦେବା ପାଇଁ କହି ଲିଫ୍ଟ ବାହାନାରେ ଯୁବତୀଙ୍କୁ କାରରେ ୪ ଜଣ ନେଇଯାଇଥିଲେ । ଏହାପରେ ପୁରୀରେ ତାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଥିଲେ ଯୁବତୀ । ତେବେ ଏହି ମାମଲାରେ ପୋଲିସ ୪ ଜଣଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ।

   ସମ୍ବନ୍ଧିତ ଖବର


ମୋବାଇଲକୁ ଆସୁଥିଲା ବାରମ୍ବାର ଅଶ୍ଲୀଳ ଫଟୋ-ମେସେଜ୍, ୧୦ମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା

ମୋଦି ସରକାରଙ୍କୁ ବିଶେଷଜ୍ଞଙ୍କ ପରାମର୍ଶ, ଖୋଲି ଦିଅନ୍ତୁ ଲକଡାଉନ୍, ବସ୍ ସ୍କୁଲ-କଲେଜ୍ ବନ୍ଦ ରହୁ

ସୋନୁ ପରେ ଏବେ ଅମିତାଭ ବଚ୍ଚନ ପ୍ରବାସୀ ଶ୍ରମିକଙ୍କୁ କରିବେ ସାହାଯ୍ୟ, ଆରମ୍ଭ କଲେ ବସ୍ ସେବା

ପରଲୋକରେ ଛତିଶଗଡର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ, ଦୀର୍ଘ ଦିନ ଧରି ଥିଲେ ଅସୁସ୍ଥ

ପାକିସ୍ତାନକୁ ଝଟକା, ଓଆଇସିରେ ଭାରତ ସପକ୍ଷରେ ଆସିଲେ ମାଲଦ୍ବୀପ ଓ ୟୁଏଇ

କରୋନାର ନୂତନ ଟେଷ୍ଟ କିଟ୍: ଫୁଙ୍କିଲେ ଜଣାପଡିଯିବ କରୋନା ହୋଇଛି କି ନାହିଁ, ଦରକାର ପଡିବନି ଲ୍ୟାବ୍