ଅଶ୍ଲୀଳତା ପ୍ରଚାର ପ୍ରସାର କରୁଥିବା ଅଭିଯୋଗରେ ମିଶରର ବେଲି ଡ୍ୟାନ୍ସରଙ୍କୁ ୩ ବର୍ଷ ଜେଲ୍

ନୂଆଦିଲ୍ଲୀ ୩୦/୬: ମିଶରର ଜଣେ ବେଲି ଡ୍ୟାନ୍ସରଙ୍କୁ ଅଶ୍ଲୀଳତା ସୃଷ୍ଟି କରୁଥିବା ଅଭିଯୋଗରେ ୩ ବର୍ଷ ପାଇଁ ଜେଲ୍ ଦଣ୍ଡ ଓ ପ୍ରାୟ ୧୪ ଲକ୍ଷ ଟଙ୍କା ଜୋରିମାନା ଦଣ୍ଡ ଶୁଣାଯାଇଛି । ଅଦାଲତ ସମା-ଏଲ ମାସରୀଙ୍କୁ ଇନଷ୍ଟାଗ୍ରାମ ଓ ଟିକଟକରେ ଅନୈତିକ ଆଚରଣ  ମାମଲାରେ ଦୋଷୀ ପାଇଲା । ସମାଙ୍କ ଫଟୋଜ୍ ଓ ଭିଡିଓଜକୁ ଉତ୍ତେଜକ ଓ ଅନୈତିକ ବୋଲି ବିବେଚନା କରାଗଲା । ସମାଙ୍କୁ ଟିକଟକ ଆକାଉଣ୍ଡ ସସପେଣ୍ଡ କରିଦିଆଗଲା । ତେବେ ୩ ମିଲିୟନରୁ ଅଧିକ ଫଲୋର୍ସ ଥିବା ଆକାଉଣ୍ଟ ଏବେ ମଧ୍ୟ ଆକ୍ଟିଭ୍ ଅଛି ।

ସମା ନିଜକୁ କହିଲେ ନିର୍ଦ୍ଦୋଷ
ଅନ୍ୟପଟେ ୪୨ ବର୍ଷୀୟା ସମା  ଏହି ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ତାଙ୍କ କହିବାନୁସାରେ ଯେଉଁ ଫଟୋ, ଭିଡିଓ ଆଧାରରେ ତାଙ୍କୁ ଦଣ୍ଡ ଶୁଣାଯାଇଛି ତାହା ତାଙ୍କ ଫୋନରୁ ବିନା ଅନୁମତିରେ ସୋସିଆଲ ମିଡିଆ ଆକାଉଣ୍ଟ ପ୍ରସ୍ତୁତ କରି ପୋଷ୍ଟ କରାଯାଇଛି । ଏହା ପୂର୍ବରୁ ମେ ମାସରେ ୧୭ ବର୍ଷୀୟା ଝିଅକୁ ଟିକଟକ ଭିଡିଓ ପୋଷ୍ଟ କରିବା ପରେ ଗିରଫ କରାଯାଇଥିଲା । ତା ମୁହଁରେ ଆଘାତ ଚିହ୍ନ ଥିଲା ଏବଂ ଏହା କୁହାଯାଇଥିଲା କି ତାର ଗଣଦୁଷ୍କର୍ମ ହୋଇଛି ।

image courtesy:https://twitter.com/

୨୦୧୮ରେ ମିଶର ସରକାର ଆଣିଥିଲେ ଆଇନ୍
୨୦୧୮ ମସିହାରେ ଇଜିପ୍ଟରେ ଏକ ସାଇବର ଅପରାଧ ଆଇନ ପ୍ରଣୟନ କରାଯାଇଥିଲା, ଯାହା ପରେ ଇଣ୍ଟରନେଟରେ ସେନ୍ସର ଆଣିବା ପାଇଁ ସରକାର ଚାହିଁଥିଲେ । ଏହି ଆଇନ ଅନୁଯାୟୀ ୨ ବର୍ଷ କାରାଦଣ୍ଡ ଏବଂ ୧୪ ଲକ୍ଷ ଟଙ୍କା ଜୋରିମାନା ହୋଇପାରେ।

   ସମ୍ବନ୍ଧିତ ଖବର


ଭାରତର ହିନ୍ଦୁତ୍ୱ ଜୀବନ ଶୈଳୀକୁ ମାନିଲେ ବ୍ରିଟେନ୍‌ର ରାଜକୁମାର

ଠକେଇର ଚରମ ସୀମା-ନକଲି ଏସ୍‌ବିଆଇ ଶାଖା ଖୋଲି ୩ ଗିରଫ

ବହୁମୁଖୀ ପ୍ରତିଭାର ଅଧିକାରୀ ଦଙ୍ଗଲ ଗାର୍ଲ ସାନ୍ୟା ମାଲହୋତ୍ରା

ବାହାରିଲା ବିଶ୍ୱର ପ୍ରଥମ କୋଭିଡ୍‌-୧୯ ଭାକସିନ୍‌ – ରୁଷିଆର ସଫଳ ହେଲା କ୍ଲିନିକାଲ ପରୀକ୍ଷଣ

କେକ୍‌ ବଦଳରେ ବରଫ କାଟି ବାର୍ଥଡେ ପାଳିଲେ ସୈନିକ …ଭିଡ଼ିଓ ଭାଇରାଲ

ଆମେରିକାରେ କରୋନା ରେକର୍ଡ ! ୨୪ ଘଣ୍ଟା ଭିତରେ ଏତେ ସଂଖ୍ୟକ ନୂଆ କୋଭିଡ୍‌ କେସ୍