ସନ୍ଦେସେ ଆତେ ହୈ …ଗୀତ ଗାଇ ସମସ୍ତଙ୍କର ହୃଦୟ ଜିଣିଲେ ଯୁବକ – ରବିନା ଟଣ୍ଡନ ବି କଲେ ପ୍ରଶଂସା …ଭାଇରାଲ ଭିଡ଼ିଓ

ନୂଆଦିଲ୍ଲୀ – ୧୯୯୭ ମସିହାରେ ଆସିଥିବା ଫିଲ୍ମ ବର୍ଡରର ଗୀତ ଖୁବ୍ ଲୋକପ୍ରିୟ ହୋଇଥିଲା ଏବଂ ଆଜି ମଧ୍ୟ ଏହି ଗୀତକୁ ଲୋକଙ୍କ ଓଠରେ ଶୁଣିବାକୁ ମିଳେ । ଏହି ଗୀତକୁ ଲୋକେ ଯେତିକି ଶୁଣିବାକୁ ପସନ୍ଦ କରିଥାନ୍ତି , ସେତିକି ଗୁଣ ଗୁଣେଇ ହୁଅନ୍ତି। ନିକଟରେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି । ଯେଉଁଥିରେ ଜଣେ ଯୁବକ ବର୍ଡର ଫିଲ୍ମର ଏହି ଗୀତକୁ ଖୁବ୍ ସୁନ୍ଦର ଭାବେ ଗାଉଥିବାର ନଜର ଆସୁଛି ।
ଏହି ଯୁବକଙ୍କର ଏହି ଭିଡ଼ିଓଟି ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ ହେଉଛି। ଖାଲି ଏତିକି ନୁହେଁ , ବଲିଉଡ୍ ଅଭିନେତ୍ରୀ ରବିନା ଟଣ୍ଡନଙ୍କୁ ମଧ୍ୟ ଏହି ଯୁବକଙ୍କର ଗୀତ ଏତେ ପସନ୍ଦ ଆସିଛି କି ସେ ମଧ୍ୟ ନିଜର ଟ୍ୱିଟର ଆକାଉଣ୍ଟରେ ଭିଡ଼ିଓଟିକୁ ସେୟାର କରିଛନ୍ତି।
ଅମିତାଭ ବଚ୍ଚନଙ୍କ ଝିଅଙ୍କୁ କାହିଁକି ଚିଠି ଲେଖୁଥିଲେ ଆମିର ଖାନ୍ , ନିଜେ ଶ୍ୱେତା ବଚ୍ଚନ କଲେ ଖୁଲାସା
— Raveena Tandon (@TandonRaveena) January 16, 2021
ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ @bhaiyyajispeaks ନାମକ ଜଣେ ଟ୍ୱିଟର ୟୁଜର ସେୟାର କରିଥିଲେ। ଏହାସହ ସେ କ୍ୟାପସନରେ ଲେଖିଛନ୍ତି , ମୋର ଭାରତ । ଏହି ଭିଡ଼ିଓରେ ଆପଣ ଦେଖିପାରିବେ ଚାରପଟେ କିଛି ପର୍ବତ ରହିଛି । ଏହା ମଧ୍ୟରେ ସୁନ୍ଦର ପରିବେଶରେ ଠିଆ ହୋଇ ଯୁବକ ଜଣଙ୍କ ଗିଟାର ବଜାଇ ବର୍ଡର ଫିଲ୍ମର ଗୀତ ସନ୍ଦେସେ ଆତେ ହୈ...ଗାଉଛନ୍ତି । ଭିଡ଼ିଓରେ କିଛି ସେକେଣ୍ଡ ପରେ ଜଣେ ଯୁବତୀ ମଧ୍ୟ ତାଙ୍କ ସହ ଏହି ଗୀତ ଗାଉଛନ୍ତି । ହସ ହସ ମୁହଁରେ ଦୁହେଁ ଖୁବ୍ ସୁନ୍ଦର ଗୀତ ଗାଉଛନ୍ତି । ଏହି ଗୀତ ଶୁଣି ଆପଣଙ୍କୁ ଲାଗିବ କି ଗୀତଟି ମୂଳ ଗୀତଠାରୁ ଖୁବ୍ ସୁମଧୁର ଓ ମିଠା ଲାଗୁଛି ।
मेरा भारत। ❤️ pic.twitter.com/jQWiGVestr
— Bhaiyyaji (@bhaiyyajispeaks) January 15, 2021
ବଲିଉଡ୍ ଅଭିନେତ୍ରୀ ରବିନା ଟଣ୍ଡନଙ୍କୁ ଏହି ଗୀତ ଏତେ ପସନ୍ଦ ଆସିଛି ଯେ, ସେ ମଧ୍ୟ ନିଜର ଟ୍ୱିଟର ଆକାଉଣ୍ଟରେ ଏହି ଗୀତର ଭିଡ଼ିଓକୁ ସେୟାର କରିଛନ୍ତି । ସୋସିଆଲ ମିଡ଼ିଆରେ ଏହି ଗୀତକୁ ଲୋକେ ବହୁତ ପସନ୍ଦ କରିଛନ୍ତି ।