ନାସିକ: କୂଅରେ ଖସିପଡିଲା ଯାତ୍ରୀବାହୀ ବସ୍, ୨୦ ମୃତ

ନାସିକ ୨୮/୧: ମହାରାଷ୍ଟ୍ରରେ ନାସିକ ନିକଟରେ ଏକ ଯାତ୍ରୀପୂର୍ଣ୍ଣ ବସ୍ କୂଅରେ ଖସିପଡିଛି । ଦୁର୍ଘଟଣାରେ ୨୦ ଜଣଙ୍କ ମୃତ୍ୟୁ ହୋଇଛି । ୩୦ ଜଣଙ୍କୁ ଉଦ୍ଧାର କରାଯାଇଛି । ପୋଲିସ ସୂଚନା ଅନୁସାରେ କୂଅରୁ ୯ ଜଣଙ୍କ ମୃତଦେହ ଉଦ୍ଧାର କରାଯିବା ସହ ୧୧ ଆହତ ଚିକିତ୍ସା ସମୟରେ ମୃତ୍ୟୁବରଣ କରିଛନ୍ତି ।

ସୂଚନା ଅନୁସାରେ ୫୦ ଯାତ୍ରୀ ଥିବା ବସଟି ନାସିକରୁ ଧୂଲେ ଆଡକୁ ଯାଉଥିଲା । ଏହି ସମୟରେ ବସ୍ ସାମ୍ନାକୁ ଅଚାନକ ଏକ ଅଟୋ ରିକ୍ସା ଆସିଗଲା ଏବଂ ତାକୁ ରକ୍ଷା କରିବା ଚେଷ୍ଟା କରି ଡ୍ରାଇଭର ନିଜ ନିୟନ୍ତ୍ରଣ ହରାଇ ଏକ କୂଅରେ ବସଟି ଖସିପଡିଲା । ଦୁର୍ଘଟଣାରେ ଚିତ୍କାର ଶୁଣି ଆଖପାଖ ଲୋକମାନେ ସାହାଯ୍ୟ ପାଇଁ ଆସିଗଲେ ଏବଂ ଦଉଡି ସାହାଯ୍ୟରେ ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟାକଲେ ।

ଖବର ପାଇବା ପରେ ସ୍ଥାନୀୟ ଥାନା ପୋଲିସ ମଧ୍ୟ ସୁରକ୍ଷା ଅଭିଯାନ ଆରମ୍ଭ କରିଦେଲା କିନ୍ତୁ ସେତେବେଳକୁ ୯ ଜଣ ପ୍ରାଣ ହରାଇ ସାରିଥିଲେ । ଗୁରୁତରଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଗଲା । କିନ୍ତୁ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଥିଲା । ଏପର୍ଯ୍ୟନ୍ତ ୨୦ ଜଣଙ୍କ ମୃତ୍ୟୁ ହୋଇସାରିଛି । ତେବେ ପୋଲିସ ସୂଚନା ଅନୁସାରେ ମୃତକଙ୍କ ସଂଖ୍ୟା ବଢିପାରେ ।

   ସମ୍ବନ୍ଧିତ ଖବର


ମୁଁ ବଞ୍ଚିଛି … : ୨ ବର୍ଷ ହେଲା ନିଜକୁ ଜୀବିତ ପ୍ରମାଣିତ କରିବାକୁ ଅଫିସରୁ ଅଫିସ୍‌ ଘୂରି ବୁଲୁଛନ୍ତି ମହିଳା

ଏଣିକି ଖୋଲାରେ ବିକ୍ରି ହେଉଥିବା ମିଠାର ଏକ୍ସପାୟରୀ ଡେଟ୍ ଲେଖିବାକୁ ପଡିବ

ଆମେରିକା ଫେରି ଟ୍ରମ୍ପ ଲେଖିଲେ ଭାରତ ମହାନ…ସଫଳ ହୋଇଛି ଯାତ୍ରା

ଦିଲ୍ଲୀ ହିଂସା: ପ୍ରତିଦିନ ୧୦୦ କୋଟି ଟଙ୍କାର କ୍ଷତି; ଫ୍ୟାକ୍ଟ୍ରି ବନ୍ଦ, ହୋଲସେଲ୍ ଧନ୍ଦା ମାନ୍ଦା