PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ଗୋମୁତ୍ରରେ ତିଆରି ଏହି କ୍ୟାପସୁଲ-ଟାବଲେଟ ଖାଇଲେ କ୍ୟାନସର ହେବ ଦୂର

ଗୁଜୁରାଟ ୩୧।୧୨: ଗାଈର ମୁତ୍ରରେ ତିଆରି କରାଯାଉଥିବା କ୍ୟାପସୁଲ ଏବଂ ଟାବଲେଟ ଦ୍ବାରା କ୍ୟାନସର ଦ୍ବିତୀୟ ଷ୍ଟେଜ୍ ଏବଂ କିଡ଼ନୀ ସମସ୍ୟାର ଚିକିତ୍ସା କରାଯାଇପାରିବ। ହୃଦ ରୋଗ ପାଇଁ ମଧ୍ୟ ଏହି ଔଷଧ କାମ କରିବ। ଫ୍ରିଜ୍ ଫ୍ଲାଇଙ୍ଗ୍ ଟେକ୍ନୋଲୋଜିରୁ ତିଆରି ଏହି ଔଷଧ ରକ୍ତ ସ୍ବଚ୍ଛ କରିବା କାମରେ ବି ଲାଗି ପାରିବ। ଗୁଜୁରାଟର ସରଦାର ବଲ୍ଲଭଭାଇ ନେସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ପ୍ରଫେସର ଡା. ଭାରତ ଧୋଲକିଆ ନିଜ ସହଯୋଗଙ୍କ ସହିତ ଅନେକ ବର୍ଷ ଧରି କଷ୍ଟ କରିବା ପରେ ଏହି ଔଷଧ ତିଆରି କରିଛନ୍ତି।

ଡା. ଭାରତ କହିଛନ୍ତି ଯେ, ଗୋମୁତ୍ରର ବିଶେଷ ଗୁଣ ଯୋଗୁଁ ସେ ଔଷଧ ତିଆରି କରିବା ପାଇଁ ବିଚାର କରିଥିଲେ। କିଛି ବର୍ଷ ରିସର୍ଚ ମଧ୍ୟ କରିଛନ୍ତି। ଫ୍ରିଜ୍ ଫ୍ଲାଇଙ୍ଗ୍ ଟେକ୍ନୋଲୋଜିରୁ ୨୦ରୁ ୩୦ ଡିଗ୍ରୀ ତାପମାତ୍ରାରେ ଗାଈର ମୁତ୍ରକୁ ନେଇ ପାଉଡ଼ର ତିଆରି କରିଲେ। ପୁଣି ତାକୁ ନେଇ ଟେବଲେଟ ଏବଂ କ୍ୟାପସୁଲ ତିଆରି କରିଲେ।

ତେବେ ବିଭିନ୍ନ ପ୍ରକାରର କ୍ୟାନସରର ଦ୍ବିତୀୟ ଷ୍ଟେଜରୁ ହିଁ ଏହି ଔଷଧ କାମ କରିବାକୁ ଲାଗିବ। ରୋଗୀକୁ ଏହି ଟାବଲେଟ୍ ସକାଳ ଓ ସନ୍ଧ୍ୟାରେ ଖାଇବାକୁ ପଡ଼ିବ। ଏଥିରେ ପଟୋସିୟମ, କ୍ୟାଲସିୟମ, ଓମେଗା ୬ ଏବଂ ଓମେଗା ୯ ଫ୍ୟାଟି ଏସିଡ୍ ବି ରହିଛି। ଗୁଜୁରାଟରେ ଏହି ଔଷଧ ବିକ୍ରି ମଧ୍ୟ ଆରମ୍ଭ ହୋଇଗଲାଣି।

ସମ୍ବନ୍ଧିତ ଖବର