PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ଗଣେଶ ପୂଜା ବନ୍ଦକୁ ବିରୋଧ କରି ହାଇକୋର୍ଟରେ ମାମଲା : ‘୬ ଶହ ବର୍ଷର ପରମ୍ପରା ବନ୍ଦ ନହେଉ’

କଟକ,୧୯।୮: କଟକ-ଭୁବନେଶ୍ୱର ଦ୍ୱୈତନଗରୀରେ ଗଣେଶ ପୂଜାର ପରମ୍ପରା ବେଶ ପୁରୁଣା । ବିଶେଷ କରି କଟକ ନଗର ବୁଢ଼ା ଗଣେଶ କମିଟିର ଗଣେଶ ପୂଜାର ପରମ୍ପରା ପ୍ରାୟ ୬୦୦ ବର୍ଷ ତଳର । ସହରର ୧୭ରୁ ୨୦ଟି ପୂଜା ମଣ୍ଡପରେ ବୁଢ଼ା ଗଣେଶ ପୂଜା ପାଇବାର ପରମ୍ପରା ପ୍ରାୟ ୪୦୦ ବର୍ଷର ପୁରୁଣା । ଯଦି କରୋନା କଟକଣା ଆଳରେ ଚଳିତବର୍ଷ ଗଣେଶ ପୂଜାକୁ ସଂପୂର୍ଣ୍ଣ ବନ୍ଦ କରି ଦିଆଯାଏ ତାହେଲେ ପ୍ରାୟ ୬ଶହ ବର୍ଷ ପୁରୁଣା ଏହି ପରମ୍ପରା, ପ୍ରଥା ବନ୍ଦ ହୋଇଯିବ । ତେଣୁ ସାମାଜିକ ଦୂରତ୍ୱ, ମାସ୍କ ଆଦିର ବ୍ୟବହାର ଏବଂ ଅଳ୍ପ ସଂଖ୍ୟକ ଲୋକଙ୍କୁ ନେଇ ଗଣେଶ ପୂଜାର ଏହି ପରମ୍ପରାକୁ ଚାଲୁ ରଖିବା ପାଇଁ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି । କଟକ ନଗର ବୁଢା ଗଣେଶ କମିଟିର ସଭାପତି ଶିବେନ୍ଦ୍ର କୁମାର ହାତୀ ଏହି ମାମଲା ରୁଜୁ କରିଛନ୍ତି ।

ଆବେଦନକାରୀ ଶ୍ରୀ ହାତୀ ନିଜ ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି ଯେ, କଟକ ଏବଂ ଭୁବନେଶ୍ୱରରେ ପ୍ରତିବର୍ଷ ଗଣେଶ ପୂଜା ଧୁମ୍‌ଧାମ୍‌ରେ ପାଳିତ ହୁଏ । ଏହି ପୂଜାରୁ ହିଁ ପାର୍ବଣର ଶୁଭାରମ୍ଭ ହୋଇଥାଏ । ଏହା ପରେ ପରେ ଦଶହରା ଏବଂ ଆହୁରି ଅନେକ ପୂଜା ଅନୁଷ୍ଠିତ ହୋଇଥାଏ । ୬ଶହ ବର୍ଷ ପୁରୁଣା ପୂଜା ପରମ୍ପରା ଅନୁସାରେ ବକ୍ସିବଜାର ବଣିଆ ସାହିର ବୁଢା ଗଣେଶ ମଣ୍ଡପରେ ପୂଜା ପାଇ ଆସୁଛନ୍ତି । ଏଥିସହ କଟକର ବିଭିନ୍ନ ସାହି ଏବଂ କ୍ଲବ୍‌ରେ ଗତ ପ୍ରାୟ ୪୦ ବର୍ଷ ଧରି ଗଣେଶ ପୂଜା ଅନୁଷ୍ଠିତ ହୋଇ ଆସୁଛି । ସରକାରୀ ସାହଯ୍ୟ ବିନା ସହରବାସୀଙ୍କ ସହଯୋଗରେ ଗଣେଶ ପୂଜା ହୋଇଥାଏ । ଏହି ପୂଜା କୌଣସି ଟଙ୍କା ରୋଜଗାର କିମ୍ବା ରାଜନୈତିକ ଉଦ୍ଦେଶ୍ୟ ରଖି କରାଯାଏ ନାହିଁ ।

ଯଦି ଚଳିତବର୍ଷ ଗଣେଶ ପୂଜା ଉପରେ ଲାଗୁ ହୋଇଥିବା କଟକଣାକୁ ଉଠାଇ ନିଆନଯାଏ ତାହେଲେ କୋଭିଡ୍‌ ଗାଇଡ୍‌ଲଲାଇନ୍‌ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପୂଜା କରିବାର ଯେଉଁ ଅଧିକାର ଦିଆଯାଇଛି ତାହା କ୍ଷୂର୍ଣ୍ଣ ହେବ ବୋଲି ଆବେଦନକାରୀ ଉଲ୍ଲେଖ କରିଛନ୍ତି । କାରଣ ଇତିମଧ୍ୟରେ କେନ୍ଦ୍ର ସରକାର ଅନ୍‌ଲକ୍‌ ପ୍ରକ୍ରିୟାରେ ଧର୍ମାନୁଷ୍ଠାନ ଖୋଲିବା ଲାଗି ଅନୁମତି ପ୍ରଦାନ କରି ସାରିଛନ୍ତି । ତେଣୁ କମିସନ୍‌ରେଟ୍‌ ପୁଲିସ୍‌ କଟକ-ଭୁବନେଶ୍ୱରରେ ଗଣେଶ ପୂଜା ଆୟୋଜନ ଉପରେ ଯେଉଁ କଟକଣା ଲାଗୁ କରିଛନ୍ତି ତାହାକୁ ରଦ୍ଦ କରିବା ଲାଗି ଅଦାଲତ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି । କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ଭିତରେ ସାମାଜିକ ଦୂରତ୍ୱ ବଜାୟ ରଖି, ମାସ୍କର ବ୍ୟବହାର କରି, ପୂଜା ମଣ୍ଡପରେ ୧୦ରୁ ୨୦ ଜଣ ଲୋକଙ୍କୁ ରହିବାର ଅନୁମତି ଦେଇ, ମାଇକ୍‌ ଓ ପ୍ରସେସନ୍‌ ବିନା ପୂଜା ଏବଂ ନିରାଡମ୍ବର ଭସାଣି ଭଳି ସର୍ତ୍ତରେ ପୂଜା କରିବାକୁ ଅଦାଲତ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି ।