ଭାରତରେ କରୋନା ଭୟ ଯୋଗୁଁ ଫସିଯାଇଛି ଏହି ନୀରିହ ବିଲେଇ: ଜାହାଜରେ ବସାଇ ବିଦା କରିଦେବାକୁ ଯୁକ୍ତି, ୨ ସଂସ୍ଥା ମୁହାଁମୁହିଁ

ଚେନ୍ନାଇ ୪/୩: ଭାରତରେ କରୋନା ଭାଇରସର ପଜେଟିଭି ମିଳିବାରୁ ସମସ୍ତେ ଭୟଭୀତ ଅଛନ୍ତି । ଭିଡରୁ ଦୂରେଇ ରହିବା ପାଇଁ ସରକାର ଚେତାବନୀ ମଧ୍ୟ ଜାରି କରିଥିଲେ । ଭିଡ଼ଠାରୁ ଦୂରରେ ରହିବା ଏବଂ ବାରମ୍ବାର ହାତ ଧୋଇବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା । କିନ୍ତୁ ଏହା ମଧ୍ୟରେ ଏକ ବିଲେଇ କରୋନା ଭାଇରସ ବିତର୍କରେ ପଡ଼ିଛି । ବିଲେଇ ପାଇଁ ଦୁଇଟି ସଂସ୍ଥା ମୁହାଁମୁହିଁ ହୋଇଛନ୍ତି । ୨୦ ଦିନ ପୂର୍ବେ ଚେନ୍ନାଇ ବନ୍ଦରରେ ପାଣି ଜାହାଜରେ ଥିବା ଏକ କଣ୍ଟେନରରୁ ଧରାଯାଇଥିବା ଏହି ବିଲେଇକୁ ନେଇ ପ୍ରଶ୍ନ ଉଠିଛି।

ବାସ୍ତବରେ ଏହି ଜାହାଜ ଚୀନରୁ ୨୦ ଦିନ ପୂର୍ବେ ଯାତ୍ରା ଆରମ୍ଭ କରିଥିଲା । ଏଥିରୁ ମିଳିଥିବା ବିଲେଇର କୌଣସି ମାଲିକ ନାହିଁ ।  ଅଧିକାରୀମାନେ ସନ୍ଦେହ କରୁଛନ୍ତି ଯେ ଏହି ବିଲେଇ କରୋନା ବିସ୍ତାର କରିପାରେ, ତେଣୁ ବିଲେଇକୁ ଚାଇନାକୁ ପଠାଇବାକୁ ନିଷ୍ପତ୍ତି ନିଆଯାଇଛି । କିନ୍ତୁ ଏହାପରେ ପଶୁଙ୍କ ଅଧିକାର ପାଇଁ କାର୍ଯ୍ୟ କରୁଥିବା ଏକ ସଂସ୍ଥା ପେଟା (ପିପୁଲ୍ ଫର୍ ଏଥିକାଲ୍ ଟ୍ରିଟମେଣ୍ଟ ଅଫ୍ ଆନିମଲ୍ସ) ସାମ୍ନାକୁ ଆସିଛି । ଅନୁଷ୍ଠାନ ଅନେକ ପ୍ରଶ୍ନ ଉଠାଇଛି । ଏବେ ସରକାରଙ୍କ ଆଗରେ ପ୍ରଶ୍ନ ହେଉଛି ବିଲେଇକୁ ଚାଇନାକୁ ପଠାଯିବ କି ନାହିଁ।

ଚେନ୍ନାଇର କ୍ୱାରେଣ୍ଟିନ ଅଧିକାରୀମାନେ ନିଜ ନିଷ୍ପତ୍ତି ଶୁଣାଇ ସାରିଛନ୍ତି  । ବିଲେଇକୁ ଫେରିଯିବାକୁ ପଡିବ । କୁହାଯାଉଛି ଯେ ବିଲେଇର ମୂଳ ଦେଶ ହେଉଛି ଚୀନ୍, କାରଣ କଣ୍ଟେନରଟି ଚୀନରୁ ଆସିଛି। କିନ୍ତୁ ପଶୁ ଅଧିକାର ସଂଗଠନ PETAର ମତ ସଂପୂର୍ଣ୍ଣ ଅଲଗା । ପେଟାର ଲୋକମାନେ ଯୁକ୍ତି କରିଛନ୍ତି ଯେ ପ୍ରଥମ କଥା ହେଲା ବିଲେଇ ଚାଇନାରୁ ଜାହାଜରେ ଚଢିଛି ବୋଲି କିଛି ପ୍ରମାଣ ନାହିଁ । ବିଲେଇର ତ କୌଣସି ଟିକେଟ୍ ନାହିଁ କିମ୍ବା ତାକୁ କିଏ ଜାହାଜରେ ବସେଇ ନଥିବ । ସେ ଏମିତି ଚଢିଯାଇଥିବ ।

ଏହାସହ ଚୀନ୍‌ରୁ ଆସୁଥିବା ଜାହାଜଗୁଡ଼ିକ ସିଧାସଳଖ ଭାରତକୁ ଆସନ୍ତି ନାହିଁ। ବାଟରେ, ସିଙ୍ଗାପୁର, ଥାଇଲ୍ୟାଣ୍ଡ, କଲମ୍ବୋ ଦେଇ ଭାରତ ଆସେ । ଏହା ମଧ୍ୟ ହୋଇପାରେ ଯେ ବିଲେଇ ଚୀନ୍ ବଦଳରେ ଏହି ଦେଶ ମଧ୍ୟରୁ  କେଉଁଠୁ ଜାହାଜରେ ଚଢିଯାଇଥିବ ।

ଦ୍ୱିତୀୟ ଯୁକ୍ତି ହେଉଛି ଚାଇନାରୁ ଭାରତକୁ ଜଳ ଜାହାଜ ପାଇଁ ୧୦ ରୁ ୨୦ ଦିନ ଲାଗେ । କଣ୍ଟେନର ଭିତରୁ ବିଲେଇଟି ମିଳିଥିଲା। ଯଦି ବିଲେଇ ଚାଇନାରୁ ଚଢିଥାନ୍ତା, ତେବେ ଏତେ ଦିନ ପର୍ଯ୍ୟନ୍ତ ବିନା ଖାଦ୍ୟରେ  କିପରି ବଞ୍ଚିଥାନ୍ତା? ତେଣୁ ଚୀନ୍ ପରିବର୍ତ୍ତେ ନିକଟ ଦେଶରୁ ବିଲେଇ ପାତ୍ରରେ ପ୍ରବେଶ କରିଥିବାର ସମ୍ଭାବନା ଅଧିକ ବୋଲି ଯୁକ୍ତି କରିଛି ପେଟା ।

କେମିତି କରୋନା ସଂକ୍ରମଣ କରିବ ବିଲେଇ ?
ପେଟା ଏହା ମଧ୍ୟ କହିଛି ଯେ ବିଜ୍ଞାନ ପ୍ରମାଣ କରିଛି କି ବିଲେଇମାନେ ସେମାନଙ୍କ ସହ କରୋନା ଜୀବାଣୁ ନେଇପାରିବେ ନାହିଁ। ଅର୍ଥାତ୍ ବିଜ୍ଞାନ ଭାଷାରେ ବିଲେଇମାନେ କରୋନା ଭାଇରସ ବାହକ ନୁହଁନ୍ତି । ତେବେ ଯେତେବେଳେ ବିଲେଇମାନଙ୍କଠାରୁ କରୋନା ହେବାର  କୌଣସି ବିପଦ ନାହିଁ ତେବେ କାହିଁକି ଏହି ବିଲେଇକୁ ଚାଇନାକୁ ପଠାଯାଉଛି ? ଚାଇନାରେ ସମସ୍ତେ ବିଲେଇଙ୍କୁ ଖାଆନ୍ତି, ତେଣୁ ଚାଇନାକୁ ଫେରିବା ପରେ ଏହି ବିଲେଇଟି ବଞ୍ଚିବା ପ୍ରାୟ ଅସମ୍ଭବ । ତେଣୁ ପେଟା ଚାହୁଁନାହିଁ ଯେ, ବିଲେଇକୁ ଜବରଦସ୍ତ ଚାଇନାକୁ ପଠାଯାଉ ।

ତେବେ ବର୍ତ୍ତମାନ ବିଲେଇକୁ ଚେନ୍ନାଇ ବନ୍ଦରରୁ ଅଲଗା ରଖାଯାଇଛି । ପେଟାର ଲୋକମାନେ କହିଛନ୍ତି କି ବିଲେଇକୁ ପରୀକ୍ଷା କରାଯିବା ଉଚିତ୍। ଯଦି ବିଲେଇ କରୋନା ଭାଇରସ ଦ୍ୱାରା ସଂକ୍ରମିତ ତେବେ ଅଧିକାରୀ ଯାହା ଇଛା କରିବେ । କିନ୍ତୁ ଯଦି ବିଲେଇ କରୋନା ନେଗେଟିଭ୍ ତେବେ ଭାରତରେ ତା ପାଇଁ ଜଣେ ମାଲିକ ବ୍ୟବସ୍ଥା କରାଯିବ । ତେବେ ଏହି ବିଲେଇକୁ ଭାରତର ଅନେକ ପଶୁପ୍ରେମୀ ନିଜ ପାଖେ ରଖି ଲାଳନ ପାଳନ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ।

   ସମ୍ବନ୍ଧିତ ଖବର


ଅହମ୍ମଦ ପଟେଲଙ୍କ ପରଲୋକରେ ଗାନ୍ଧି ପରିବାରରେ ଶୋକ: ଟୁଇଟ୍ କରି ଦୁଃଖ ପ୍ରକାଶ କଲେ ସୋନିଆ, ରାହୁଲ ଓ ପ୍ରିୟଙ୍କା

ଇଣ୍ଟେରିୟର ଡିଜାଇନିଂ ନାଁରେ ଭର୍ଚୁଆଲ ସେକ୍ସ ରାକେଟ୍ : ଅନ୍‌ଲାଇନ୍‌ରେ ଅଙ୍ଗ ପ୍ରଦର୍ଶନ ପାଇଁ ଦିଆଯାଉଥିଲା ତାଲିମ୍, ପର୍ଦ୍ଦାଫାଶ କଲା ପୋଲିସ

୬ ଦିନରେ ୫୩% ଖସିଲା ଲକ୍ଷ୍ମୀ ବିଳାସ ବ୍ୟାଙ୍କ ସେୟାର

ନୂଆବର୍ଷରୁ ନୂଆ ବ୍ୟବସ୍ଥା: ଏଣିକି ଲ୍ୟାଣ୍ଡଫୋନ୍‌ରୁ ମୋବାଇଲକୁ କଲ୍‌ କଲେ ନମ୍ବର ପୂର୍ବରୁ ଲାଗିବ ‘୦’

ଭାରତୀୟ ତଟରକ୍ଷୀ ବାହିନୀ ଜବତ କଲା ୧୦୦ କିଲୋଗ୍ରାମ ହେରୋଇନ୍, ପାକିସ୍ତାନରୁ ଆସୁଥିଲା ଶ୍ରୀଲଙ୍କା

ସ୍ପୁଟନିକ-ଭି ଟିକାର ମୂଲ୍ୟ ରହିବ ଏତିକି ଟଙ୍କା, ରୁଷ ନାଗରିକଙ୍କୁ ମାଗଣା ଡୋଜ୍