ଏମିତି ଏକ ଘଣ୍ଟା ଯେଉଁଥିରେ କେବେବି ବାଜେନି ୧୨, ଏମିତି ରହିଛି ରହସ୍ୟ

ବେର୍ଣ୍ଣ ୪/୧୨: ଘଣ୍ଟା ତ ସମସ୍ତଙ୍କ ଘରେ ନିଶ୍ଚୟ ଥିବ । ପିଲାମାନେ ସ୍କୁଲ୍-କଲେଜ୍ ଯାଆନ୍ତୁ କିମ୍ବା ବଡମାନେ ଅଫିସ୍ ଯାଆନ୍ତୁ । ଘଣ୍ଟା ଦେଖି ସମସ୍ତେ ପ୍ରସ୍ତୁତ ହୋଇଯାଆନ୍ତି । ଅବଶ୍ୟ ମୋବାଇଲ୍ ଆମ ଜୀବନକୁ ଏଣ୍ଟ୍ରି ମାରିବା ପରଠୁ ଘଣ୍ଟାର ଚାହିଦା ଟିକେ କମିଯାଇଛି । ତେବେ ମୋବାଇଲ୍ ହେଉ କିମ୍ବା ଘଣ୍ଟା ସବୁଥିରେ ୧୨ଟା ନିଶ୍ଚୟ ବାଜିଥାଏ । କିନ୍ତୁ ଦୁନିଆରେ ଏମିତି ଏକ ଘଣ୍ଟା ଅଛି ଯେଉଁଥିରେ କେବେବି ୧୨ଟା ବାଜେନି । ଏହା ପଛରେ ଥିବା ରହସ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ଯ ହୋଇଯିବେ ।

ଏହି ଅଜବ ଘଣ୍ଟା ସ୍ୱିଜରଲ୍ୟାଣ୍ଡର ସୋଲୋର୍ଥନ ସହରରେ ଅଛି । ଏହି ସହରର ଟାଉନ୍ ସ୍କ୍ୱେୟରରେ ଏକ ଘଣ୍ଟା ଲାଗିଛି । ଏହି ଘଡିରେ କେବଳ ୧୧ ଅଙ୍କ ପର୍ଯ୍ଯନ୍ତ ରହିଛି । ଏଥିରେ ୧୨ ନମ୍ବର ନାହିଁ । ଏହା ବ୍ୟତୀତ ଏଠାରେ ଅନେକ ଘଣ୍ଟା ଅଛି ଯେଉଁଥିରେ ୧୨ଟା ବାଜିନଥାଏ ।

ଏହି ସହରର ସବୁଠାରୁ ଖାସ୍ କଥା ହେଉଛି ଯେ ଏଠାକାର ଲୋକଙ୍କୁ ୧୧ ନମ୍ବର ବହୁତ ପସନ୍ଦ । ଏଠାରେ ସବୁ ଜିନିଷରେ ୧୧ ନମ୍ବର ଡିଜାଇନ୍ ଦେଖିବାକୁ ମିଳିଥାଏ । ଏପରିକି ଏଠାରେ ଚର୍ଚ୍ଚ ସଂଖ୍ୟା ମଧ୍ୟ ୧୧ । ଏହା ବ୍ୟତୀତ ସଂଗ୍ରହାଳୟ ଓ ଟାୱର ସଂଖ୍ୟା ମଧ୍ୟ ୧୧ ।

ଏଠାକାର ମୁଖ୍ୟ ଚର୍ଚ୍ଚ ହେଉଛି ସେଣ୍ଟ ଉର୍ସୁସ । ଏଥିରେ ମଧ୍ୟ ୧୧ ନମ୍ବର ଜଡିତ । ଏହି ଚର୍ଚ୍ଚ ନିର୍ମାଣ ହେବା ପାଇଁ ୧୧ ବର୍ଷ ଲାଗିଥିଲା । ଏଠାରେ ୩ ସିଡି ଅଛି ଏବଂ ପ୍ରତି ସିଡିରେ ୧୧ ପକ୍ତିଂ ଅଛି । ଏହା ବ୍ୟତୀତ ଏଠାରେ ୧୧ କବାଟ ଓ ୧୧ ଘଣ୍ଟି ଅଛି ।

ଏଠାକାର ଲୋକଙ୍କୁ ୧୧ ତାରିଖ ଏତେ ପସନ୍ଦ ଯେ ସମସ୍ତେ ନିଜ ୧୧ ତମ ଜନ୍ମଦିନକୁ ବଡ ଧୁମଧାମରେ ପାଳନ କରନ୍ତି । ଏହି ଅବସରରେ ସେମାନଙ୍କୁ ମିଳିଥିବା ଗିଫ୍ଟ ମଧ୍ୟ ୧୧ ନମ୍ବର ସହ ଜଡିତ ଥାଏ ।

୧୧ ନଭେମ୍ବର ପ୍ରତି ଲୋକଙ୍କ ମନରେ ଏତେ ଦୁର୍ବଳତା ପଛରେ ଏକ ବହୁତ ପୂରୁଣା କାହାଣୀ ରହିଛି । କୁହାଯାଏ ସେଲୋର୍ଥନ ସହରର ଲୋକମାନେ ବହୁତ ପରିଶ୍ରମୀ ଥିଲେ । କିନ୍ତୁ ତାଙ୍କ ଜୀବନରେ ଖୁସି ନଥିଲା । ଦିନେ ପାହାଡରୁ କିଛି ଏଲ୍ଫ ଆସିଲେ ଏବଂ ସେମାନଙ୍କୁ ପ୍ରେରଣା ଦେବାକୁ ଲାଗିଲେ । ଏଲ୍ଫମାନଙ୍କ ଆସିବା ପରେ ଲୋକଙ୍କ ଜୀବନରେ ଖୁସି ଆସିବାକୁ ଲାଗିଲା ।

ଏଲ୍ଫ ମାନଙ୍କ ସମ୍ପର୍କରେ ଜର୍ମାନୀର ପୌରାଣିକ କାହାଣୀରେ ଶୁଣିବାକୁ ମିଳିଥାଏ । କୁହାଯାଏ ଏମାନଙ୍କ ପାଖରେ ଅଲୌକିକ ଶକ୍ତି ଥାଏ । ଜର୍ମାନୀ ଭାଷାରେ ଏଲ୍ଫର ଅର୍ଥ ୧୧ । ଏଥିପାଇଁ ସେଲୋର୍ଥନର ଲୋକମାନେ ୧ ନମ୍ବର୧ ସହ ଜଡିତ ହୋଇଗଲେ । ସେବେଠାରୁ ଏଠାରେ ୧୧ ନମ୍ବରକୁ ଅଧିକ ଗୁରୁତ୍ୱ ଦିଆଯାଏ ।

   ସମ୍ବନ୍ଧିତ ଖବର


ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି କରୋନା ପଜିଟିଭ୍

ଲାଲ୍‌ କିଲ୍ଲାରୁ ସାଇବର ଓ୍ୱାର ପ୍ରତିହତ ପାଇଁ ପ୍ରଧାନମନ୍ତ୍ରୀଙ୍କର ବଡ ଘୋଷଣା

ଇଏ ସେହି ମହିଳା, ଯିଏ ପୁରା ବିଶ୍ୱ ପାଇଁ ତିଆରି କରନ୍ତି Indian Flag

କରୋନା କାଳରେ ଚାଲିଛି ଅରବପତିଙ୍କ ବିଳାସପୂର୍ଣ୍ଣ ପାର୍ଟି, ଅତିଥିଙ୍କର ପ୍ରତି ୧୫ ମିନିଟରେ ହେଉଛି କୋଭିଡ୍ ଟେଷ୍ଟ

କୋଭିଡ୍‌ ପାଇଁ ରୁଷ୍‌ରେ ପ୍ରଥମ ବ୍ୟାଚ ଟିକା ଉତ୍ପାଦନ ଆରମ୍ଭ

ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ନଥିଲା ଡେଥ୍ ଟାଇମ୍, ପ୍ରଶ୍ନ ଉଠାଇଲେ ଓକିଲ