ଭୁବନେଶ୍ୱର ୧୨/୧୧: ବରମୁଣ୍ଡା କୃଷି ବିଭାଗ ଫାର୍ମ ପାଖ ନାଳ ଭିତରୁ ମିଳିଛି କଟା ଗୋଡ । କଟାଗୋଡ ମିଳିବା ପରେ ଆଖପାଖରେ ଚାଞ୍ଚଲ୍ୟ ଖେଳିଯାଇଛି । ତେବେ ଶରୀରର ଅନ୍ୟାନ୍ୟ ଭାଗ ନାଳ ଆଖପାଖ ଅଞ୍ଚଳରେ ଦେଖିବାକୁ ମିଳିନି । ଅନ୍ୟପଟେ ଘଟଣାସ୍ଥଳରେ ୧୫ ନଂ ପିସିଆର୍ ପହଞ୍ଚି କଟା ଗୋଡକୁ ଜଗି ରହିଛି । ତେବେ କୌଣସି ବ୍ୟକ୍ତିକୁ ହତ୍ୟା କରି ଓଭରବ୍ରିଜ ଉପରୁ ନାଳକୁ ଫିଙ୍ଗିଦିଆଯାଇଥିବା ଅନୁମାନ କରାଯାଉଛି । ଘଟଣାର ବିଭିନ୍ନ ଦିଗକୁ ନେଇ ଖଣ୍ଡଗିରି ପୋଲିସ ତଦନ୍ତ ଜାରି ରଖିଛି ।
ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର ଶେଷ, ୧୨...