PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର : ସନ୍ଧ୍ୟାବେଳେ ବେଳାଭୂମିରେ ବସିଥିବା ବେଳେ ମୁଣ୍ଡ ଉପରେ ପଡ଼ିଲା ଚଡ଼କ, ଛାତ୍ର ମୃତ ଛାତ୍ରୀ ଗୁରୁତର
  • ||
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ବରୁଣ ଧବନଙ୍କୁ ଭେଟି ନପାରିବାରୁ ତାଙ୍କ ଗର୍ଲଫ୍ରେଣ୍ଡ ନତାଶାଙ୍କୁ ହତ୍ୟା ଧମକ

ମୁମ୍ବାଇ,୭।୪: ବଲିଉଡ ଅଭିନେତା ବରୁଣ ଧବନ ନିଜର ଫ୍ୟାନ୍(ପ୍ରଶଂସକ)ଙ୍କ ସହିତ ସବୁବେଳେ ବନ୍ଧୁତ୍ବପୂର୍ଣ୍ଣ ବ୍ୟବହାର ପ୍ରଦର୍ଶନ କରିବାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ସୁଯୋଗ ମିଳିବା ମାତ୍ରେ ବରୁଣ ନିଜର ଫ୍ୟାନଙ୍କ ସହିତ ସମୟ ବିତାଇବାକୁ ଭଲ ପାଇଥାନ୍ତି। କିନ୍ତୁ ଗତ ଶୁକ୍ରବାର ସନ୍ଧ୍ୟାରେ ବରୁଣଙ୍କୁ ଦେଖା କରିବାକୁ ଆସିଥିବା ତାଙ୍କର ଜଣେ ଲେଡି ଫ୍ୟାନ୍ ତାଙ୍କ ଘର ବାହାରେ କରିଥିଲେ ଯୋରଦାର ହଙ୍ଗାମା। ମହିଳା ଫ୍ୟାନ୍ ଜଣକ ଏତେ ଉତ୍ତେଜିତ ହୋଇଯାଇଥିଲେ ଯେ ହଙ୍ଗାମା କରିବା ପରେ  ବରୁଣଙ୍କ ଗର୍ଲଫ୍ରେଣ୍ଡ ନତାଶାଙ୍କୁ ଜୀବନରେ ମାରିଦେବାର ମଧ୍ୟ ଧମକ ଦେଇଥିଲେ। ଏହି ଘଟଣା ସମ୍ପର୍କରେ ଜାଣିବା ପରେ ବରୁଣ ସାନ୍ତାକ୍ରୁଜ ପୋଲିସ ଷ୍ଟେସନରେ ଏଫଆଇଆର ରୁଜୁ କରିଛନ୍ତି।

source: https://www.bhaskar.com

 ବରୁଣ ଆଜିକାଲି ତାଙ୍କର ନୂତନ ଫିଲ୍ମ ‘କଳଙ୍କ’ର ପ୍ରମୋଶନରେ ଖୁବ୍ ବ୍ୟସ୍ତ ରହୁଛନ୍ତି। ତେବେ ଏହା ଭିତରେ ତାଙ୍କର ଜଣେ ଲେଡି ଫ୍ୟାନ୍ (ମହିଳା ପ୍ରଶଂସିକା) ଦେଖା କରିବାକୁ ତାଙ୍କ ଘରକୁ ଆସିଥିଲେ। କିନ୍ତୁ ବରୁଣଙ୍କୁ ଭେଟି ପାରିନଥିବାରୁ ରାଗି ଯାଇଥିଲେ। ଏପରିକି ତାଙ୍କ ରାଗ ଏବେ ପରିମାଣରେ ବଢିଯାଇଥିଲା ସେ ଯିବା ବେଳକୁ କହିଥିଲେ ‘ଆଇ ଓ୍ବିଲ୍ କିଲ୍ ନତାଶା’  ଅର୍ଥାତ ମୁଁ ନତାଶାଙ୍କୁ ମାରିଦେବି। ମହିଳା ଜଣଙ୍କର ଏହି ଧମକ ଶୁଣିବା ପରେ ବରୁଣଙ୍କ ସୁରକ୍ଷାକର୍ମୀ ତାଙ୍କୁ ସେଠାରୁ ବାହାର କରିଦେଇଥିଲେ।

source: https://www.bhaskar.com/

ବରୁଣଙ୍କ ସୁରକ୍ଷାକର୍ମୀଙ୍କ କହିବା ଅନୁସାରେ ଏହି ଝିଅଟି ଗତ କିଛି ଦିନ ହେବ ବରୁଣଙ୍କ ଘର ଚାରିପଟେ ବୁଲୁଛନ୍ତି। ଅଧିକାଂଶ ଫ୍ୟାନ  ତାଙ୍କୁ  ଗିଫ୍ଟ କିମ୍ବା କିଛି ମେସେଜ୍ ଦେଇ ଚାଲିଯାଇଥାନ୍ତି, କିନ୍ତୁ ଏହି ଝିଅ ଜଣକ ସବୁ ସୀମା ପାର କରିଦେଇଛନ୍ତି।ପ୍ରଥମେ ନିଜର କ୍ଷତି କରିବାର ଧମକ ଦେଇଥିଲେ, ଏହାପରେ କିଛି ଉତ୍ତର ମିଳିନଥିବାରୁ ସେ ନତାଶାଙ୍କୁ ହତ୍ୟା କରିବା ନେଇ ଧମକ ଦେଇଛନ୍ତି। ପ୍ରାୟ ୪୫ ମିନିଟ ପର୍ଯ୍ୟନ୍ତ ଏଭଳି ଡ୍ରାମା ଲାଗି ରହିଥିଲା। ଏଠା​‌ରେ ଉଲ୍ଳେଖନୀୟ ଯେ, ଅଧିକାଂଶ ସମୟ ବରୁଣଙ୍କୁ ତାଙ୍କର ଗର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କ ସହ ଦେଖିବାକୁ ମିଳୁଛି। ଦୁହିଁଙ୍କର ପ୍ରେମ ସମ୍ପର୍କକୁ ନେଇ ଖୁବ୍ ଚର୍ଚ୍ଚା ମଧ୍ୟ ଚାଲିଛି।  କୁହାଯାଉଛି ଯେ, ଖୁବ୍ ଶୀଘ୍ର ବରୁଣ ଓ ନତାଶାଙ୍କ ବିବାହ ହୋଇପାରେ।