ଟ୍ରାକ୍ଟର-ସ୍କର୍ପିଓ ଧକ୍କାରେ ୧୨ ଜଣଙ୍କର ମୃତ୍ୟୁ, ୨ ଆହତ : ପୋଲିସର ତଦନ୍ତ ଜାରି

ବିହାର ୭।୩ : ମୁଜାଫରପୁର ଜିଲ୍ଲାର କାଣ୍ଟି ବ୍ଲକର ନରସାଣ୍ଡା ନିକଟରେ ମୁଜାଫରପୁର-ମୋତିହାରୀ ଏନ୍ଏଚ୍ ଉପରେ ଟ୍ରାକ୍ଟର ଟ୍ରଲି ଏବଂ ସ୍କର୍ପିଓ ମଧ୍ୟରେ ଧକ୍କା ହୋଇଛି। ଏଥିରେ ୧୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣଙ୍କୁ ପାଟନାକୁ ସ୍ତାନାନ୍ତର କରାଯାଇଛି। ସମସ୍ତ ଆହତ ହେଉଛନ୍ତି ମୁଜାଫରପୁରର ହାମଡି ଏବଂ ଅରାଇ ବ୍ଲକର ବାସିନ୍ଦା।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ଦିନ ଉତ୍ତରପ୍ରଦେଶରୁ ଏକ ସ୍କର୍ପିଓ ବୁକ୍ କରି ସେମାନେ ନିଜ ଘରକୁ ହୋଲି ପାଳନ କରିବା ପାଇଁ ଯାଉଥିଲେ। ସମସ୍ତଙ୍କର ମୃତ୍ୟୁ ହୋଇଯାଇଥିବାରୁ ଗାଡ଼ି କେଉଁଠାରୁ ଆସିଥିଲା ତାହା ସ୍ପଷ୍ଟ ହୋଇପାରିନାହିଁ। ପୋଲିସ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଥିଲା ଯାହା ଦ୍ବାରା ମୃତଦେହ ଚିହ୍ନଟ ହୋଇପାରିବ। ସମସ୍ତ ଶବକୁ ଏସକେଏମଏଚଏଚ୍ କୁ ପଠାଯାଉଛି |

ଏହି ଦୁର୍ଘଟଣା ପରେ କାଣ୍ଟି ଥାନାର ସିଓ ରବିନ୍ଦ୍ର କୁମାର କହିଛନ୍ତି, ଶନିବାର ସକାଳ ୫ଟାରେ ଏହି ଦୁର୍ଘଟଣା ଘଟିଛି। ମୃତମାନଙ୍କୁ ପୋଷ୍ଟମର୍ଟମ ପାଇଁ ପଠାଯାଉଛି। ‘ ଏଥି ସହ ଏସଏଚଓ କୁନ୍ଦନ କୁମାର କହିଛନ୍ତି ଯେ ସମସ୍ତେ କେଉଁଠୁ ଆସୁଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ମୃତକଙ୍କ ମଧ୍ୟରେ ଶିଶୁ ଏବଂ ପୁରୁଷ ମଧ୍ୟ ଅଛନ୍ତି।

   ସମ୍ବନ୍ଧିତ ଖବର


ଦେଶର ସୀମାରେ ବଡ଼ ବିପଦ, ଆତଙ୍କବାଦୀଙ୍କ ଅନୁପ୍ରବେଶ ଚେଷ୍ଟା ଜାରି – ସେନା ମୁଖ୍ୟ

କରୋନା ଟିକା ଆସିବାର ତିନିରୁ ୪ ସପ୍ତାହ ମଧ୍ୟରେ ସମସ୍ତଙ୍କୁ ଟିକା ଦେବେ ଏହି ରାଜ୍ୟର ସରକାର

ନକଲି ରେଳ ଟିକେଟକୁ ସାବଧାନ- ମାତିଛନ୍ତି ଏ ପ୍ରକାରର ଦଲାଲ

ଶୋଇଥିବା ନିରୀହ ପୁଅର ତଣ୍ଟି ଚିପି ଦେଲା ନିଷ୍ଠୁର ପିତା –ପତ୍ନୀଙ୍କୁ କହିଲା ,ଏବେ ସେ ସବୁଦିନ ପାଇଁ ନିରାପଦ !

ଅଷ୍ଟ୍ରେଲିଆ ଉପରେ ଚୀନ୍‌ର ରାଗ- ଆମଦୀନୀ ହେଉଥିବା ମଦ ଉପରେ ବସାଇଲା ଦୁଇ ଶହ ପ୍ରତିଶତ ଟ୍ୟାକ୍ସ

ନିଖୋଜ ନେଭି କମାଣ୍ଡରଙ୍କର ଚିଠି ଭାଇରାଲ : କାହିଁକି ସେ ଲେଖିଲେ – ମୁଁ ବୋମା ପକାଇବାକୁ ଚାହୁଁଛି