ସ୍କୁଲ ଭ୍ୟାନରେ ଲାଗିଲା ନିଆଁ : ଜିଅନ୍ତା ଜଳିଗଲା ୪ ଛାତ୍ରଛାତ୍ରୀଙ୍କ ଜୀବନ

ପଞ୍ଜାବ ୧୫।୨ : ସ୍କୁଲ ଛୁଟି ହେବା ପରେ ପିଲାମାନଙ୍କୁ ଘରେ ଛାଡ଼ିବାକୁ ଯାଉଥିବାବେଳେ ସ୍କୁଲ ଭ୍ୟାନରେ ଲାଗିଲା ନିଆଁ। ଏହି ଅଘଟଣରେ ନିଆଁ ଲାଗି ଚାରି ଜଣ ଛାତ୍ରଛାତ୍ରୀ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଏହି ଘଟଣା ପଞ୍ଜାବର ସଙ୍ଗରୁର ଜିଲ୍ଲାର କସବା ଲୋଙ୍ଗେବାଲରେ ହୋଇଛି। ଘଟଣା ପରେ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ମିଳିଥିବା ସୂଚନାନୁସାରେ, ଶନିବାର ଅପରାହ୍ନରେ ସ୍କୁଲ ଛୁଟି ହେବା ପରେ ଗୋଟିଏ ସ୍କୁଲ ଭ୍ୟାନରେ ପିଲାମାନେ ଘରକୁ ଯାଉଥିଲେ। ଅଚାନକ ଭ୍ୟାନରେ ନିଆଁ ଲାଗିଯାଇଥିଲା। ପିଲାଙ୍କ ପାଟି ଶୁଣି ଆଖପାଖରେ ଥିବା ଲୋକମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆଉ ପିଲାଙ୍କୁ ଭ୍ୟାନ ଭିତରୁ ବାହାରକୁ ବାହାର କରିଥିଲେ। ଦେଖୁ ଦେଖି ନିଆଁ ପୁରା ଭ୍ୟାନରେ ଲାଗିଯାଇଥିଲା।

ସୂଚନାଯୋଗ୍ୟ ଯେ, ଏହି ଭ୍ୟାନରେ ମୋଟ ୧୨ଜଣ ଛାତ୍ରଛାତ୍ରୀ ଥିଲେ। ମୃତକଙ୍କ ବୟସ ଚାରିରୁ ପାଞ୍ଚ ବର୍ଷ ବୟସ ହେବ ବୋଲି ଅନୁମାନ କରାଯାଉଛି। ଏହି ଘଟଣାରେ କିଛି ପିଲା ଆହତ ମଧ୍ୟ ହୋଇଛନ୍ତି। ସେମାନଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିଲା। ଖବର ପାଇବା କ୍ଷଣି ଘଟଣାସ୍ଥଳରେ ଦମକଳ ଗାଡ଼ି ପହଞ୍ଚିଥିଲା। ସେତେ ପର୍ଯ୍ୟନ୍ତ ପିଲାଙ୍କୁ ଭ୍ୟାନ ଭିତରୁ ବାହାର କରାଯାଇସାରିଥିଲା।

   ସମ୍ବନ୍ଧିତ ଖବର


କରୋନା ସଙ୍କଟ ମଧ୍ୟରେ ଆଉ ଏକ ବଡ ସମସ୍ୟାରେ ପଡିଲା ପାକିସ୍ତାନ

କରୋନା ଯୋଗୁଁ ମହଙ୍ଗା ହେବ ଟିଭି-ଫ୍ରିଜ୍ ସମେତ ଏହି ସବୁ ସାମଗ୍ରୀ

କରୋନା ଭାଇରସ୍: କ୍ୱାରେଣ୍ଟାଇନ ସେଣ୍ଟର ରୁମ୍ ସାମ୍ନାରେ ମଳତ୍ୟାଗ କରି ଅଡ଼ୁଆରେ ତବଲିଗ ଜମାଟ୍ ସଦସ୍ୟ, ମାମଲା ରୁଜୁ

କ’ଣ ଏହି ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ୍, ୧୯୫୫ ? ଏହାକୁ ଜାଣି ରଖିଲେ ଆଉ ହେବେନି ହଇରାଣ