ଜନ୍ମଦିନରେ ଅନ୍ୟର ମୁହଁରେ ହସ ଫୁଟାଇଲେ ରୋଜାଲିନ୍‌ …ସାଇତି ରଖିଥିବା ଟଙ୍କାରେ ବାଣ୍ଟିଲେ ରାସନ ସାମଗ୍ରୀ

ଭଦ୍ରକ ୨୩|୦୫:  କରୋନା ଏବେ ଚାରିଆଡ଼େ ଆତଙ୍କୁ ସୃଷ୍ଟି କରିଛି । ଆଉ ଏଥିରୁ ବର୍ତ୍ତିବା ପାଇଁ ସରକାର ସାରା ଦେଶରେ ଲକ୍‌ ଡାଉନ୍‌ ପକାଇଛନ୍ତି । ଫଳରେ  ଦୋକାନ, ବଜାର ଓ ଅନେକ ସଂସ୍ଥା ବନ୍ଦ ରହିଛି । ଫଳରେ ଅନେକ କାମ ନପାଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।  ଅନେକ ବ୍ୟବସାୟୀ, କର୍ମଚାରୀ କାମଦାମ ନପାଇ ବେକାର ହୋଇ ବସିଛନ୍ତି । ଏପରିକି ଦରମା ମଧ୍ୟ ପାଇନାହାଁନ୍ତି । ଏହି ସମୟରେ ଅନେକ ବଦାନ୍ୟ ବ୍ୟକ୍ତି ସେମାନଙ୍କୁ ସହଯୋଗର ହାତ ବଢାଇଛନ୍ତି । ଭଦ୍ରକରେ ଏପରି ଏକ ଖବର ସାମନାକୁ ଆସିଛି ।

ଟାଟାରେ ଏକ ଘରୋଇ କମ୍ପାନୀରେ କାମ କରନ୍ତି ରୋଜାଲିନ୍‌ । ତାଙ୍କ ବାପାଙ୍କର ଏକ ସ୍ୱର୍ଣ୍ଣ ଅଳଙ୍କାର ଦୋକାନ ଅଛି । କିନ୍ତୁ ଏବେ ତାହା ବନ୍ଦ ରହିଥିବାରୁ ବେପାର ଠପ୍‌ ହୋଇଯାଇଛି , କର୍ମଚାରୀଙ୍କର ମଧ୍ୟ ସମାନ ଅବସ୍ଥା । ଏମିତି ଅବସ୍ଥାକୁ ଅନୁଭବ କରିଛନ୍ତି ରୋଜାଲିନ । ଆଉ ସେ ନିଜ ଜନ୍ମଦିନରେ ଖର୍ଚ୍ଚ କରିବାକୁ ସାଇତି ରଖିଥିବା ଦରମା ଟଙ୍କାରେ ରାସନ ସାମଗ୍ରୀ ବାଣ୍ଟିଛନ୍ତି । ଦୋକାନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସହ ଅନ୍ୟ ସ୍ଵର୍ଣକାରଙ୍କୁ ମଧ୍ୟ ରାସନରେ ଚାଉଳ , ଡାଲି , ଅଟା , ତେଲ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ବଣ୍ଟନ କରିଛନ୍ତି । ଯାହାକୁ ସମସ୍ତେ ପ୍ରଶଂସା କରିଛନ୍ତି ।

   ସମ୍ବନ୍ଧିତ ଖବର


୪୫ରେ ବି ୨୫ ବର୍ଷିୟା ଲାଗନ୍ତି ଏହି ଅଭିନେତ୍ରୀ, ଜାଣନ୍ତୁ ତାଙ୍କର ସୌନ୍ଦର୍ଯ୍ୟର ରହସ୍ୟ

ଶୁଣନ୍ତୁ ଭାଇରାଲ୍‌ ଅଡିଓ- କରୋନା ଯୋଦ୍ଧା ନର୍ସଙ୍କୁ ବରିଷ୍ଠ ଅଧିକାରୀଙ୍କ ଧମକ, ସସ୍‌ପେଣ୍ଡ ନୁହେଁ ଜେଲ୍‌କୁ ପଠାଇ ଦେବେ!

ନେପାଳ ସରକାରଙ୍କ ପଦକ୍ଷେପକୁ ନାପସନ୍ଦ କଲେ ଓଡିଶାରେ ରହୁଥିବା ନେପାଳୀ- କହିଲେ ଚୀନ୍‌ର ରହିଛି ହାତ

ସେକ୍ସ ୱାର୍କରଙ୍କୁ ମିଳିଲା ସୁଯୋଗ …କିନ୍ତୁ ସାମାଜିକ ଦୂରତା ଅନିବାର୍ଯ୍ୟ ..ଜାଣନ୍ତୁ କଣ ରହିଛି ଗାଇଡ୍‌ ଲାଇନ୍

ଭଦ୍ରକ ଜିଲ୍ଲାରେ ଘରୋଇ ବସ୍‌ ଚଳାଚଳ ବନ୍ଦ- ଦାବିରେ ଅଟଳ ଘରୋଇ ବସ ଓ ଟ୍ରକ କର୍ମଚାରୀ ସଂଘ

ଜୁନ୍ ମାସରେ ଏତେ ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖନ୍ତୁ ତାଲିକା