PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

କଳାହାଣ୍ଡି ଜିଲ୍ଲାର ସମସ୍ତ ଓବିସି ସମାଜର ସଭାପତି ଓ କର୍ମକର୍ତ୍ତାଙ୍କ ମିଳିତ ସମାବେଶ ଅନୁଷ୍ଠିତ

କେସିଙ୍ଗା, ୨୫।୦୭ : କେସିଙ୍ଗା ସହର ସ୍ଥିତ ପଣ୍ଡରା ମାଳି ଭବନ ଠାରେ ଆଜି କଳାହାଣ୍ଡି ଜିଲ୍ଲାର ସମସ୍ତ ଓବିସି ସମାଜର ସଭାପତି ଓ କର୍ମକର୍ତ୍ତାଙ୍କ ମିଳିତ ସମାବେଶ ଅନୁଷ୍ଠିତ ହୋଇଯାଇଛି । କେସିଙ୍ଗାର ଯୁବ ସଙ୍ଗଠକ ଏ ସୁରେଶ ରାଓଙ୍କ ଆବାହକତ୍ଵରେ ଅନୁଷ୍ଠିତ ସମାବେଶରେ କଳାହାଣ୍ଡି ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଜିଲ୍ଲା ସଭାପତି ନୀଳମଣି ସାହୁ ଅଧ୍ୟକ୍ଷତା କରିଥିଲେ । ନିଟ୍ ଭଳି ଏକ ମହତ୍ତ୍ୱପୂର୍ଣ୍ଣ ଡ଼ାକ୍ତରୀ ଶିକ୍ଷା କ୍ଷେତ୍ରରୁ ଭାରତର ସର୍ବବୃହତ ବର୍ଗ ଓବିସି ଛାତ୍ରଛାତ୍ରୀ ମାନଙ୍କ ଆରକ୍ଷଣ ଉଚ୍ଛେଦ କରିବା ପ୍ରସଙ୍ଗକୁ ନେଇ ଆଲୋଚନା କରାଯିବା ସହ ତାହାର ପ୍ରତିବାଦ ନେଇ ଆନ୍ଦୋଳନ କରିବାର ଆବଶ୍ୟକ ବୋଲି ଏହି ସମାବେଶରେ ମତପ୍ରକାଶ ପାଇଛି ।

ଓବିସି ସଂରକ୍ଷଣକୁ ବଞ୍ଚାଇବାକୁ ହେଲେ ଆନ୍ଦୋଳନର ଆବଶ୍ୟକତା ପଡୁଛି ଓ ଓବିସି ସମାଜର ସମସ୍ତ ସଙ୍ଗଠନ ଏକତ୍ରିତ ହୋଇ ଦଳ ମତ ନିର୍ବିଶେଷରେ ସମସ୍ତେ ଆନ୍ଦୋଳନରେ ସାମିଲ ହେବାକୁ ପଡ଼ିବ ବୋଲି ଏହି ସମାବେଶରେ ସ୍ଥିର କରାଯାଇଛି । ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯାଇ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯିବାକୁ ସର୍ବସମ୍ମତି କ୍ରମେ ସ୍ଥିର କରାଯାଇଛି । ଏନେଇ ଏକ କମିଟି ମଧ୍ୟ ଗଠନ କରିବା ପାଇଁ ନିଷ୍ପତ୍ତି ହୋଇଛି । ଆଜିର ଏହି ସମାବେଶରେ ଓବିସି ସମାଜର ସମସ୍ତ ସଙ୍ଗଠନର ସଭାପତି ଓ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।