ପରକୀୟା ପ୍ରୀତି ସନ୍ଦେହରେ ଗଲା ରୋହିତଙ୍କ ଜୀବନ, ଜାଣନ୍ତୁ ୩ ମାସର ପ୍ରେମକାହାଣୀ ଓ ବର୍ଷକର ବିବାହ ପରେ କାହିଁକି ହେଲା ହତ୍ୟା

ନୂଆଦିଲ୍ଲୀ,୨୬।୪: ଦେଶର ହାଇପ୍ରୋଫାଇଲ ମର୍ଡର କେସ୍ ମଧ୍ୟରେ ଏବେ ବେଶ୍ ଚର୍ଚ୍ଚାରେ ରହିଛି ପୂର୍ବତନ ପୂର୍ବତନ କଂଗ୍ରେସ ନେତା ସ୍ବର୍ଗତ ଏନଡି ତିଓ୍ବାରିଙ୍କ ପୁଅ ରୋହିତ ଶେଖରଙ୍କ ହତ୍ୟା ମାମଲା। ରୋହିତଙ୍କୁ ହତ୍ୟା କରିବା ମାମଲାରେ ତାଙ୍କ ପତ୍ନୀ ଅପୂର୍ବାଙ୍କୁ ପୋଲିସ ଗିରଫ କରିଛି। ତେବେ ପ୍ରତିଦିନ ଏହି ଘଟଣାରେ କିଛି ନୂଆ ନୂଆ ଖୁଲାସା ହେଉଛି। ପରକୀୟା ପ୍ରୀତି କେତେ ଯେ ବିପଦ ଓ ସ୍ବାମୀ-ସ୍ତ୍ରୀ ସମ୍ପର୍କରେ ଯଦି ବିଶ୍ବାସ ତୁଟି ଯାଏ ତେବେ ସ୍ଥିତି କିଭଳି ଭୟଙ୍କର ହୋଇଥାଏ ତାହା ରୋହିତଙ୍କ ହତ୍ୟା ଘଟଣା ଦେଖି ସ୍ପଷ୍ଟ ଜାଣିହେବ। ଅପୂର୍ବାଙ୍କୁ ସନ୍ଦେହ ରହିଥିଲା ଯେ, ରୋହିତ ତାଙ୍କ ଗର୍ଲଫ୍ରେଣ୍ଡଙ୍କ ପିଲାର ବାପା। ଯାହାଫଳରେ  ଏହି ସନ୍ଦେହ ପାଲଟିଥିଲା ରୋହିତଙ୍କ ହତ୍ୟାର କାରଣ। ଏବେ ଗିରଫ ହେବା ପରେ ଅପୂର୍ବା ଅଦ୍ଭୁତ ବ୍ୟବହାର କରୁଥିବା ନେଇ ପୋଲିସ କହିଛି। ଆରମ୍ଭରୁ ଅପୂର୍ବାଙ୍କୁ ହତ୍ୟା କରିବା ନେଇ କୌଣସି ଦୁଃଖ ନଥିବା ବେଳେ ଏବେ କିନ୍ତୁ ଏନେଇ ଅନୁତାପ କରୁଥିବା ତାଙ୍କର ହାବଭାବରୁ ଜଣାପଡୁଛି। ଆଜି ଦିଲ୍ଲୀର ସାକେତ କୋର୍ଟରେ କ୍ରାଇମବ୍ରାଞ୍ଚ ତାଙ୍କୁ ହାଜର କରିଥିଲା। କୋର୍ଟ ଅପୂର୍ବାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ଏବେ ଅପୂର୍ବା ଦିଲ୍ଲୀର ତିହାର ଜେଲରେ ରହିବେ। ସେ ଜେଲରେ ଅଲଗା ବାରାକରେ ରହିବାର ଯେଉଁ ଆବେଦନ କରିଥିଲେ ତାକୁ କୋର୍ଟ ଖାରଜ କରିଦେଇଛନ୍ତି।

ଅପୂର୍ବା ଓ ରୋହିତଙ୍କ ସମ୍ପର୍କରେ ସେତେବେଳେ ଫାଟ ସୃଷ୍ଟି ହୋଇଥିଲା ଯେବେଠାରୁ ତାଙ୍କର ସନ୍ଦେହ ରହିଥିଲା ରୋହିତ ତାଙ୍କ ଭାଉଜ କୁମକୁମଙ୍କ ସହିତ ଅବୈଧ ସମ୍ପର୍କ ରହିଛି। କେବଳ ରୋହିତ ନୁହେଁ ତାଙ୍କ ମା’ ଉଜ୍ବଳାଙ୍କର କୁମକୁମଙ୍କ ସହିତ ଭଲ ସମ୍ପର୍କ ଥିଲା। ଏହି କଥା ଅପୂର୍ବାଙ୍କୁ ପସନ୍ଦ ନଥିଲା। ଏହି କଥାକୁ ନେଇ ରୋହିତଙ୍କ ଓ ଉଜ୍ବଳାଙ୍କ ସହିତ ସେ ଝଗଡା କରୁଥିଲୋ। ଉଜ୍ବଳା ତାଙ୍କୁ ବହୁବାର ବୁଝାଇଥିଲେ କୁମକୁମ ତାଙ୍କ ପରିବାରର ସଦସ୍ୟ ଭଳି। ତେଣୁ ତାଙ୍କ ସହ କଥା ହେବାରେ ଅସୁବିଧା କ’ଣ? ଅପୂର୍ବାଙ୍କ ଏହି ସନ୍ଦେହ ସେତେବେଳେ ଆହୁରି ଘନୀଭୂତ ହୋଇଯାଇଥିଲା ଯେତେବେଳେ ରୋହିତଙ୍କ ବଡ଼ ଭାଇ ସିଦ୍ଧାର୍ଥ ଶର୍ମା ଏନଡି ତିଓ୍ବାରିଙ୍କ କିଛି ସମ୍ପତ୍ତି କୁମକୁମଙ୍କ ପୁଅ ନାଁରେ କରିବା ନେଇ କହିଥିଲେ। କୁମକୁମଙ୍କ ସ୍ବାମୀ ପୂର୍ବତନ ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତଥା ରୋହିତ ଶେଖରଙ୍କ ବାପାଙ୍କ ଏନଡି ତିଓ୍ବାରିଙ୍କ ଓଏସଡି ଥିଲେ। ତା ଛଡା କୁମକୁମଙ୍କ ସ୍ବାମୀ ରାଜୀବ ହେଉଛନ୍ତି ଉଜ୍ବଳାଙ୍କ ପୂର୍ବତନ ସ୍ବାମୀଙ୍କ ଦାଦାପୁଅ ଭାଇଙ୍କର ପୁଅ। ସେ ଉଜ୍ବଳାଙ୍କ ଦେଖାଶୁଣା କରିବା ପାଇଁ ତାଙ୍କ ସହ ତିଳକନଗର ସ୍ଥିତ ସରକାରୀ ବାସଭବନରେ ରହୁଥିଲେ। ଉଜ୍ବଳାଙ୍କ ପ୍ରଥମ ସ୍ବାମୀଙ୍କ ପୁଅ ସିଦ୍ଧାର୍ଥ ଅବିବାହିତ ଅଛନ୍ତି, ସେ ଅସୁସ୍ଥ ଥିବାରୁ ତାଙ୍କର ମୃତ୍ୟୁ ପରେ ସବୁ ସମ୍ପତ୍ତି ରାଜୀବଙ୍କ ପୁଅକୁ ଦେବାକୁ ଚାହୁଁଥିଲେ। ଯାହାକୁ ଅପୂର୍ବା ବିରୋଧ କରୁଥିଲେ।ଘଟଣାଦିନ  ରୋହିତ ଉତ୍ତରାଖଣ୍ଡର କାଠଗୋଦାମରେ ଭୋଟ ଦେଇ ଦିଲ୍ଲୀକୁ ଫେରୁଥିବା ବେଳେ ଅପୂର୍ବା ତାଙ୍କୁ ଭିଡିଓ କଲ୍ କରିଥିଲେ। ରୋହିତଙ୍କ ସହ କାରରେ ତାଙ୍କର ଡ୍ରାଇଭର ଓ ଚାକରଙ୍କ ସହ ଉକ୍ତ ମହିଳା ଜଣକ ମଧ୍ୟ ଥିଲେ। ଯାହାକୁ ନେଇ ଅପୂର୍ବା ଆହୁରି ରାଗି ଯାଇଥିଲେ।

ରୋହିତଙ୍କ ମା’ ଉଜ୍ବଳାଙ୍କ କହିବା ଅନୁସାରେ ମୁଁ ଅପୂର୍ବାଙ୍କ ମତିଗତି ସମ୍ପର୍କରେ ପୂର୍ବରୁ ପୁଅକୁ ଚେତାଇଥିଲି। କିନ୍ତୁ ସେ ଏହାକୁ ଗୁରୁତ୍ବ ଦେଇନଥିଲା। ମୋ ପୁଅକୁ ମାରି ଅପୂର୍ବା ମୋ ଘରକୁ ଶେଷ କରିଦେଲେ ବୋଲି କହିଛନ୍ତି ଉଜ୍ବଳା। ବାହାଘରର ପ୍ରଥମ ଦିନରୁ ହିଁ ସମ୍ପର୍କ ଖରାପ ରହିଥିଲା। ବାହାଘରର ୩ ମାସ ପରେ ରୋହିତଙ୍କୁ ଦ୍ବିତୀୟ ଥର ହାର୍ଟଆଟାକ୍ ଆସିଥିଲା।  ଗତବର୍ଷ ମଇରେ ରୋହିତଙ୍କୁ ଛାଡିକି ଯିବା ପରେ ଅପୂର୍ବା ୨ ଥର ନୋଟିସ ପଠାଇବା ସହ ’ମାମାସ୍ ବୟ’ ବୋଲି କହି ତାଙ୍କୁ ଚିଡାଉଥିଲେ । ତାଙ୍କୁ ମା’ ପୁଅଙ୍କ ସମ୍ପର୍କ ମଧ୍ୟ ଭଲ ଲାଗୁନଥିଲା ତେଣୁ ଉଜ୍ବଳା ରୋହିତଙ୍କ ଘରେ ନରହି ତିଳକନଗରରେ ତାଙ୍କର ଏକ ଘରେ ରହୁଥିଲେ। ଗତ ବର୍ଷ ସେପ୍ଟେମ୍ବରରେ ରୋହିତଙ୍କର ହାର୍ଟର ବାଇପାସ୍ ସର୍ଜରୀ ହୋଇଥିଲା। କିନ୍ତୁ ଅପୂର୍ବା ଏହାର କିଛି ଦିନ ପରେ ତାଙ୍କ ବାପା ଘର ଇନ୍ଦୋର ଚାଲିଯାଇଥିଲେ। ଦୁହିଁଙ୍କର ଛାଡପତ୍ର ନେଇ ଉଜ୍ବଳା ଯେତେବେଳେ ଓକିଲଙ୍କ ସହ କଥା ହେଉଥିଲେ ରୋହିତ ତାଙ୍କୁ ମନା କରିଥିଲେ। ଅପୂର୍ବାଙ୍କୁ ଜୁନ୍ ମାସ ପର୍ଯ୍ୟନ୍ତ ସମୟ ଦେଇଥିଲେ, ଯଦି ସେ ପରିବର୍ତ୍ତନ ହୋଇଯାଆନ୍ତି ଛାଡପତ୍ର ଦେବନି ବୋଲି କହିଥିଲେ। କିନ୍ତୁ ଅପୂର୍ବା ବାରମ୍ବାର ଛାଡପତ୍ର ନେବାକୁ ଚାହୁଁଥିଲେ।

ମିଳିଥିବା ସୂଚନା ଅନୁସାରେ, ଅପୂର୍ବାଙ୍କ ରାଜନୈତିକ ମହତ୍ବକାଂକ୍ଷା ଖୁବ୍ ଅଧିକ ରହିଥିଲା। ସେଥିପାଇଁ ସେ ଇନ୍ଦୋର ଛାଡି ଦିଲ୍ଲୀରେ ରହୁଥିଲେ। ରୋହିତଙ୍କ ଜରିଆରେ ସେ ରାଜନୀତିରେ ପାଦ ଦେବାକୁ ଚାହୁଁଥିଲେ। କାରଣ ରୋହିତଙ୍କ ବାପା ଏନଡି ତିଓ୍ବାରି ଦୁଇଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଥିଲେ ଏହା ସହ ରୋହିତଙ୍କ ଅଜା ୪ଥର କ୍ୟାବିନେଟ୍ ମନ୍ତ୍ରୀ ଥିଲେ। ରୋହିତ ଏତେ ବଡ ପରିବାରର ହୋଇଥିବାରୁ ତାଙ୍କ ପାଖରେ ଖୁବ୍ ସମ୍ପତ୍ତି ରହିଥିବ। ଯାହାଫଳରେ ସେ ତାଙ୍କ ରାଜନୈତିକ କ୍ୟାରିୟର ବଢାଇ ପାରିବେ। କିନ୍ତୁ ବିବାହ ପରେ ସେ ଜାଣିବାକୁ ପାଇଥିଲେ ଯାହା ଭାବିକି ଆସିଥିଲେ ତାହା ପୁରା ଓଲଟା। ସେ ନିଜେ ଆଇଏନଟିୟୁସି ଝାଡଖଣ୍ଡର ପ୍ରେସିଡେଣ୍ଟ ଥିଲେ। ସେ ରୋହିତଙ୍କ ଜରିଆାରେ କଂଗ୍ରେସରେ ଯୋଗଦେବାକୁ ଚାହୁଁଥିଲେ। ରାଜନୀତିରେ କ୍ୟାରିୟର ତିଆରି କରିବାରେ ଅପୂର୍ବାଙ୍କୁ ସେତେବେଳେ ଝଟକା ଲାଗିଥିଲା ଯେତେବେଳେ ରୋହିତଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସୂଚନା ପାଇଥିଲେ। ରୋହିତଙ୍କର ଦୁଇଥର ହାର୍ଟ ଆଟାକ୍ ହୋଇସାରିଥିବା ବେଳେ ଥରେ ବାଇପାସ୍ ସର୍ଜରୀ ମଧ୍ୟ ହୋଇସାରିଛି। ବିବାହର କିଛି ଦିନ ପରେ ଝଗଡା ଅଧିକ ବଢିଯାଇଥିଲା। ରାଜନୈତିକ କ୍ୟାରିୟରରେ ରୋହିତ ଆଗକୁ ବଢିପାରୁନଥିଲେ, ଏହି କାରଣରୁ ଅପୂର୍ବା ନିରାଶ​‌ ହୋଇଥିଲେ। ତେଣୁ ସେ ରୋହିତଙ୍କ ଠାରୁ ଛାଡପତ୍ର ଚାହୁଁଥିଲେ।ଉଲ୍ଲେଖନୀୟ ଯେ, ୨୦୧୭ରେ ଏକ ମାଟ୍ରିମୋନିଆଲ ସାଇଟରେ ଦୁହିଁଙ୍କର ପରିଚୟ ହୋଇଥିଲା। ୩ ମାସର ପ୍ରେମ ସମ୍ପର୍କ ପରେ ରୋହିତ ଓ ଅପୂର୍ବା ୨୦୧୮ରେ ବିବାହ କରିଥିଲେ। ବାହାଘରକୁ ମାତ୍ର ୧୦ ମାସ ହୋଇଥିଲେ ମଧ୍ୟ ଅପୂର୍ବା ନିଜ ହାତରେ ଭାଙ୍ଗି ଦେଇଛନ୍ତି ତାଙ୍କ ସଂସାର।

   ସମ୍ବନ୍ଧିତ ଖବର


ବ୍ଲାକହୋଲ୍‌ର ଖୁବ୍ ନିକଟରେ ପୃଥିବୀ, ଜାଣନ୍ତୁ ଗବେଷକଙ୍କ ମତ କ’ଣ?

ପୁଣି ସ୍ଥଳଭାଗ ମୁହାଁଇପାରେ ଆଉ ଏକ ବାତ୍ୟା, ସତର୍କ ସୂଚନା ଜାରି

ନିର୍ଦ୍ଦୟ ପ୍ରେମିକ ! ପ୍ରେମିକାକୁ ଗର୍ଭବତୀ କରିବା ପରେ ମଧ୍ୟ ବିବାହ ପ୍ରତିଶ୍ରୁତି ଦେଇ ବାରମ୍ବାର କରୁଥିଲା ଯୌନଶୋଷଣ …

ସମ୍ପତ୍ତି ପାଇଁ ପୁଅ ସାଜିଲା ରାକ୍ଷାସ, ସ୍ତ୍ରୀ ସହ ମିଶି ବାପାକୁ ଗଛରେ ବାନ୍ଧିବା ପରେ ଗଳାକାଟି ହତ୍ୟା କଲା

ୟୁପି ସରକାରଙ୍କ ଲଭ ଜିହାଦ ଅଧ୍ୟାଦେଶକୁ ରାଜ୍ୟପାଳଙ୍କ ମଞ୍ଜୁରୀ, ବେଆଇନ ଭାବେ ଧର୍ମାନ୍ତରୀକରଣ ବିରୁଦ୍ଧରେ କଡାନିୟମ ଲାଗୁ…

ମିଳିଳା ୫ ହଜାର ବର୍ଷ ପୁରୁଣା ତିମି ମାଛର କଙ୍କାଳ,ଖୋଲିବ ଏହି ସବୁ ରହସ୍ୟ