ଖେଳୁଥିଲେ କ୍ରିକେଟ, ଚାଲିଗଲା ଜୀବନ

ଖଲ୍ଲିକୋଟ,୨୨/ ୧୧: ମୃତ୍ୟୁ ଏମିତି ଏକ ଶବ୍ଦ ଯାହା ସମସ୍ତଙ୍କୁ ନିସ୍ତବ୍ଧ କରିଦିଏ। ଏହା କେମିତି ଆଉ କେତେବେଳେ ଆସେ ତାହା ସମସ୍ତଙ୍କୁ ଅଜଣା ଥାଏ। ଏମିତିବି ଆସିଥିଲା ମୃତ୍ୟୁ। ଖେଳୁ ଖେଳୁ ଚାଲିଯାଇଥିଲା ଜୀବନ। ହସଖୁସି ଓ ଖେଳକୁଦର ଜୀବନରେ ପଡ଼ିଯାଇଥିଲା ସୁଖର ଯବନୀକା। ହଠାତ୍‌ ମୃତ୍ୟୁ ଛକିଥିଲା ଆଉ ଖେଳ ଭିତରେ ଖେଳିଥିଲା ମହାଖେଳ। ଏମିତି ଏକ ଦୁଃଖ ବିଦାରକ ଦୁର୍ଘଟଣା ଘଟିଛି ଚିଙ୍ଗୁଡ଼ିଖୋଲ ଗ୍ରାମରେ।

ବଲ ଓ ବ୍ୟାଟର ଲଢ଼େଇ ମଧ୍ୟରେ ହଠାତ୍‌ ଚାଲିଗଲା ଜଣକ ଜୀବନ। ରବିବାର ଦିନ ଚିଙ୍ଗୁଡ଼ିଖୋଲ ଗ୍ରାମରେ ଚାଲିଥିଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ। ସୁରୁଖୁରୁରେ ଚାଲିଥିଲା ଖେଳ। ହଠାତ୍‌ ଏହି ସମୟରେ ଘଟିଲା ଦୁର୍ଘଟଣା। ବ୍ୟାଟସମ୍ୟାନ କ୍ରିଜରେ ରନ୍‌ ନେବାକୁ ଦୌଡ଼ୁଥିବା ବେଳେ ଅସାବଧାନତା ବଶତଃ ଛାତିରେ ବ୍ୟାଟର ହ୍ୟାଣ୍ଡେଲ ବାଜି ଯାଇଥିଲା। ଯାହାଫଳରେ ସେ ତଳେ ପଡ଼ି ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ପରେ ମେଡିକାଲ ନିଆଯାଇଥିଲା ସେହି ବ୍ୟକ୍ତିଙ୍କୁ। ହେଲେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

ସୂଚନାଥାୁକି, ମୃତ୍ୟୁ ଘଟିଥିବା ଯୁବକ ଜଣକ ହେଲେ ଚିଙ୍ଗୁଡ଼ିଖୋଲ ଗ୍ରାମର ନାରାୟଣ ଗୌଡ଼। ବେଗୁନିଆପଡା ଫାଣ୍ଡି ବୁରୁଝୁରି ଗ୍ରାମରେ ଆଜି କ୍ରିକେଟ ମ୍ୟାଚ ଚାଲିଥିଲା। ନାରାୟଣ ଗୌଡ଼(୩୦) ବ୍ୟାଟିଂ କରୁଥିଲେ। ସେ ଏକ ରନ ନେବା ପାଇଁ କ୍ରିଜରେ ଦୌଡୁ ଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ସୁମଣ୍ଡଳ ମେଡ଼ିକାଲକୁ ନିଆଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

   ସମ୍ବନ୍ଧିତ ଖବର


କିମ୍ବଦନ୍ତୀ ଫୁଟବଲ୍‌ ଖେଳାଳୀ ଡିଏଗୋ ମାରାଡୋନାଙ୍କ ଦେହାନ୍ତ

୨୦ ବର୍ଷିୟା ଯୁବତୀ ନାଭିରୁ ଅସ୍ୱାଭାବିକ ଭାବେ ଝରୁଛି ପରିସ୍ରା – ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ- ଜଗାର ସ୍ୱାସ୍ଥ୍ୟବସ୍ଥା ଭଲ ଅଛି

ସମ୍‌ରେ ଅତ୍ୟାଧୁନିକ ସେଂଟ୍ରାଲ୍ ସ୍କିଲ୍ ଲାବ୍ ଉଦ୍‌ଘାଟିତ

କ୍ୟୁଏସ୍ ଏସିଆ ୟୁନିଭର୍ସିଟି ରାଙ୍କିଙ୍ଗ୍‌ରେ ପୁଣି ଥରେ ଆଗରେ ସୋଆ

୨୦୨୩ ବିଶ୍ବକପ୍‌କୁ ନେଇ ଏମିତି କହିଲେ ନ୍ୟୁଜିଲାଣ୍ଡର ଷ୍ଟାର ଖେଳାଳି