ଜୀବିକା ନେଲା ଜୀବନ, ମାଛ ଧରିବାକୁ ଯାଇ ମୃତ୍ୟୁର ଜାଲରେ ଫସିଗଲେ ଯୁବକ

ଖୁଣ୍ଟା, ୩୦/ ୧୧: ଜୀବିକା ନେଇଗଲା ଜୀବନ। ମାଛ ଧରିବାକୁ ଯାଇ ହରାଇଲେ ଜୀବନ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଖୁଣ୍ଟା ଥାନା ଅଧିନସ୍ଥ ଅରିକୂଳ ଡ୍ଯାମ୍ ନିକଟରେ। ଜଣେ ଯୁବକ ମାଛ ଧରିବାକୁ ଯାଇ ପାଣିରେ ବୁଡି ଯିବାରୁ ତାଙ୍କର ମୃତ୍ୟୁ ହୋଇଥିବୋ ସୂଚନା ରହିଛି।

ମିଳିଥିବା ସୂଚନା ମୁତାବିକ, ଖୁଣ୍ଟା ଥାନା ଅନ୍ତର୍ଗତ ସପନଚୁଆ ପଞ୍ଚାୟତ ଅଧିନସ୍ଥ ଶିରିଶଚନ୍ଦ୍ରପୁର ଗ୍ରାମର ଦୁବାଇ ଟୁଡୁ (୩୨) ସୋମବାର ଭୋର ସକାଳେ ନିକଟସ୍ଥ “ଅରିକୂଳ ଡ୍ଯାମ୍” କୁ ମାଛ ଧରିବାକୁ ଯାଇଥିଲେ। ସେ ସବୁଦିନ ପରି ଗତ ରବିବାର ସନ୍ଧ୍ୟାରେ ଡ୍ୟାମ ଭିତରେ ମାଛ ଧରିବା ପାଇଁ ଜାଲ ବସାଇ ଘରକୁ ଫେରି ଆସିବା ପରେ ପୁଣି ସୋମବାର ଭୋର ସକାଳେ ଡ୍ୟାମ୍‌ ଭିତରକୁ ଡଙ୍ଗା ସାହାଯ୍ୟ ରେ ଜାଲରେ ଲାଗିଥିବା ମାଛ ଧରିବା କୁ ପଶିଥିବା ସମୟରେ କୌଣସି କାରଣରୁ ହଠାତ୍ ଡଙ୍ଗା ଉପରୁ ପାଣି ଭିତରକୁ ଖସି ପଡ଼ିଥିଲେ।

ତେବେ ଡ୍ୟାମ୍‌ ନିକଟରେ ଥିବା ସ୍ଥାନୀୟ ଲୋକ ଜାଣିପାରି ଦୁବାଇ କୁ ପାଣି ଭିତରୁ ଉଦ୍ଧାର କରି ସଙ୍ଗେସଙ୍ଗେ ତାକୁ ଗୁରୁତର ଅବସ୍ଥା ରେ ୧୦୮ ଆମ୍ବୁଲାନ୍ସ ଯୋଗେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲକୁ ନିଆଯାଇଥିଲା। ହେଲେ ଚିକିତ୍ସାର ୧୦ ମିନିଟ୍ ପରେ ତାର ମୃତ୍ୟୁ ଘଟିଥିବା ଜଣାପଡିବା ପରେ ଖବର ପାଇ ଖୁଣ୍ଟା ପୁଲିସ ମେଡିକାଲରେ ପହଞ୍ଚି ମୃତ ଦେହକୁ ଜବତ୍ କରି ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରି ୬୮/୨୦ ରେ ଏକ ଅପ ମୃତ୍ୟୁମାମଲା ରୁଜୁ କରିଥିବା ପୁଲିସ ପକ୍ଷରୁ ଜଣାପଡିଛି।

ସୂଚନାଥାଉକି, ଶିରିଶଚନ୍ଦ୍ରପୁର ଗ୍ରାମର ଦୁବାଇ ଟୁଡୁ ତାର ଜୀବିକା ଥିଲା ମାଛ ଧିରିବା ସେ ମାଛ ଧରି ବିକିଲେ ତାର ପରିବାର ଚଳୁଥିଲା। ସେ ଖରା, ବର୍ଷା ,ଶୀତ କାକର କାହାକୁ ଖାତିର ନକରି ଅରିକୂଳ ଡ୍ୟାମକୁ ମାଛ ଧରିବାକୁ ଚାଲି ଆସୁଥିଲା। ହେଲେ ସେ ଜାଣି ନଥିଲା ଆଜି ମାଛ ଧରିବାକୁ ଆସି ଘରକୁ ଫେରିବ କି ନାହିଁ ବୋଲି, ବିଧିରବିଧାନ ତା ଶବ ଫେରିଲା ଘରକୁ ଉଜୁଡ଼ି ଗଲା ସୁନାର ସଂସାର। ଦୁବାଇର ଘରେ ତାର ସ୍ତ୍ରୀ ନବମ ଶ୍ରେଣୀ ପାଠ ପଢ଼ୁଥିବା ୧୩ ବର୍ଷ ର ବଡ ପୁଅ ଓ ୧୦ ବର୍ଷ ର ଭିନ୍ନକ୍ଷମ ସାନ ଝିଅ ରହୁ ଥିବାବେଳେ ସେମାନେ ଏବେ ଅସହାୟ ହୋଇପଡିଛନ୍ତି। ତେଣୁ ତା ପରିବାର କୁ ସରକାରୀ ସହାୟତା ମିଳି ପାରିଲେ ପିଲାଙ୍କ ଭବିଷ୍ଯତରେ ଉନ୍ନତ ହୋଇ ପାରିବ ବୋଲି ଗ୍ରାମବାସୀ ନିବେଦନ କରିଛନ୍ତି।