ଅଷ୍ଟ୍ରେଲିଆରେ ଆଦାନୀଙ୍କୁ ବିରୋଧ, ସିଡନୀ ଓ୍ବାନଣ୍ଡେରେ ଧଷେଇ ପଶି ଆସିଲେ ପଡ଼ିଆକୁ ଆନ୍ଦୋଳନକାରୀ , କ୍ୟାମେରାକୁ ଦେଖାଇଲେ ପ୍ଲାକାର୍ଡ

ସିଡନୀ,୨୭/ ୧୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଶୁକ୍ରବାର ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। କ୍ରିକେଟ ମ୍ୟାଚ ସମୟରେ ସୁରକ୍ଷା ବ୍ୟବସ୍ଥାରେ ବଡ଼ ଧରଣର ତ୍ରୁଟି ଦେଖିବାକୁ ମିଳିଛି। ମ୍ୟାଚ୍‌ ଚାଲିଥିବା ସମୟରେ ଅଚାନକ ସୁରକ୍ଷା ବ୍ୟବସ୍ଥାକୁ ଭାଙ୍ଗି ପଡ଼ିଆ ମଧ୍ୟ ଭାଗକୁ ଆସିଥିଲେ ପ୍ରଦର୍ଶନକାରୀ। ଯାହାପରେ ସ୍ଥାନୀୟ ସୁରକ୍ଷା କର୍ମୀ ତାଙ୍କୁ କାବୁ କରି ବାହାରକୁ ଆଣିଥିଲେ। ପ୍ରଦର୍ଶନକାରୀ ଜଣକ ହାତରେ ଏକ ପୋଷ୍ଟର ଥିବା ଦେଖିବାକୁ ମିଳିଥିଲା। ଯେଉଁଥିରେ କି ଆଦାଦୀ କମ୍ପାନୀର କୋଇଲ ପରିଯୋଜନାକୁ ନିନ୍ଦା କରିଛନ୍ତି ।

ଏଭଳି ଅଭାବନୀୟ ଘଟଣା ମ୍ୟାଚର ପ୍ରଥମ ଇନିଂସର ୭ମ ଓଭରରେ ଘଟିଥିଲା। ସେହି ସମୟରେ ଜଣେ ପ୍ରଦର୍ଶନକାରୀ ସୁରକ୍ଷା ବଳୟକୁ ଚକମା ଦେଇ ପଡ଼ିଆ ଭିତରକୁ ପଶି ଆସିଥିଲା। ଯାହାପରେ ସୁରକ୍ଷାକର୍ମୀ ତାଙ୍କୁ ବାହାରକୁ ନେଇଥିଲେ। ସୂଚନାଥାଉକି, ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଆଦାନୀ ଏଣ୍ଟରପ୍ରାଇଜେସ୍‌ ଲିମିଟେଡର ଅଷ୍ଟ୍ରେଲିଆ ଖନନ କମ୍ପାନୀ ୫ହଜାର କୋଟି ଟଙ୍କାର ଋଣ ଦେବା ପାଇଁ ପ୍ରସ୍ତୁତି ଚାଲିଛି। ଯାହାକୁ ନେଇ ଅଷ୍ଟ୍ରେଲିଆରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି।

ମ୍ୟାଚର କିଛି ସମୟ ପୂର୍ବରୁ ଷ୍ଟାଡିୟମ୍‌ ବାହାରେ ପ୍ରଦର୍ଶନକାରୀ ମାନେ ଷ୍ଟପ୍‌ ଆଦାନୀ ବ୍ୟାନରଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏକ ପ୍ରେସ୍‌ ବିଜ୍ଞପ୍ତିରେ ପ୍ରଦର୍ଶନାକାରୀ ମାନେ ଆଦାନୀକୁ ୧ ବିଲିୟନ୍‌ ଅଷ୍ଟ୍ରେଲିଆ ଡଲାର ଋଣ ମଞ୍ଜୁର ନଦୋବକୁ ଉଲ୍ଲେଖ ରହିଛି। ଚଳିତବର୍ଷ ସେପ୍ଟମ୍ବରରେ କୋଇଲା ଖଣି ଏବଂ ପରିବେଶ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ବିବାଦ ଦେଖାଦେଇଥିଲା। ବିରୋଧୀମାନେ ବିଶ୍ୱାସ କରନ୍ତି ଯେ ଥର୍ମାଲ୍ କୋଇଲା ପାଇଁ ଏହି ଖନନ ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ।