ପ୍ରମୂଖ ଖବର
  • ଆମେରିକା ବନାମ ଆୟର୍ଲାଣ୍ଡ ମ୍ୟାଚ୍‌ ବାତିଲ, ଟି-୨୦ ବିଶ୍ବକପରୁ ପାକିସ୍ତାନ ଆଉଟ୍
  • ||
  • ସମ୍ବଲପୁର: ଟେଲର ଦୋକାନରେ ପଶି ମା’ ଝିଅଙ୍କୁ ହାଣିଲେ ଦୁର୍ବୃତ୍ତ
  • ||
  • ହଟିବ ବ୍ରିଟିଶ ଆଇନ୍ , ଲାଗୁ ହେବ ଭାରତୀୟ ନିୟମ, ଜୁଲାଇରୁ ଲାଗୁ ହେବ ନୂଆ ପୁଲିସ ଆଇନ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଫ୍ଲୋରିଡାରେ ବନ୍ୟା, ୟୁଏସ୍‌ଏ-ଆୟର୍ଲାଣ୍ଡ୍‌ ମ୍ୟାଚ୍‌ ବାତିଲ ଆଶଙ୍କା
  • ||
  • ମଙ୍ଗଳବାର ଖୋଲିବ ସ୍କୁଲ: ପ୍ରଥମରୁ ଦିଆଯିବ ମଧ୍ୟାହ୍ନଭୋଜନ, ରୋଷେଇ ପୂର୍ବରୁ ସାମଗ୍ରୀ ଯାଞ୍ଚ କରିବାକୁ ନିର୍ଦ୍ଦେଶ
  • ||
  • ରଥଖଳା ହାଲ୍‌ଚାଲ୍‌...ପାଞ୍ଚ ଦେବ ଦମ୍ପତିଙ୍କୁ ଏକତ୍ର ପନ୍ତି ଅର୍ପଣ ସମ୍ପନ୍ନ, ଦଣ୍ଡାରେ ଲାଗିଲା ଆଗ-ପଛ ମୁହାଁଟ
  • ||
  • କୋଣାର୍କ ରାସ୍ତାରେ ଓଲଟିଲା ପିକଅପ୍ ଭ୍ୟାନ୍, ୨ ମୃତ ୧୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅସ୍ଥାୟୀ ବାଚସ୍ପତି: ୧୮ ଓ ୧୯ରେ ବିଧାୟକଙ୍କ ଶପଥ ଉତ୍ସବ, ୨୦ରେ ବାଚସ୍ପତି ନିର୍ବାଚନ
  • ||
  • ଶୁକ୍ରବାର ଶ୍ରୀମନ୍ଦିର ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ନୀତି ନିର୍ଘଣ୍ଟକୁ ମିଳିବ ଅନୁମୋଦନ
  • ||
  • ରଜ ମଉଜକୁ ଫିକା କରିଦେବ ଗୁଳୁଗୁଳି, ଆସନ୍ତା ୨ ଦିନ ଯାଏ ତାତିରୁ ନାହିଁ ନିସ୍ତାର
  • ||

ସତ କୋକେଇରେ ମିଛ ମଣିଷ... ୨୫ ବର୍ଷ ପରେ ବିଧବା ହେଲେ ପତ୍ନୀ

ଧଉଳି, ୧୭/୦୫ (ବିଭୂତି ପ୍ରଧାନ) : ମୃତଦେହ ନାହିଁ କି ଶବ ନାହିଁ କିନ୍ତୁ ଏଠାରେ ଚାଲିଛି ଶବ ସତ୍କାର। କୋକେଇରେ ବିନା ମୃତଦେହରେ ମଶାଣୀକୁ ଗଲାବେଳେ ଶୁଭୁଛି ରାମ ରାମ ସତ୍ୟ ହେ, ହରି ରାମ ସତ୍ୟ ହେ। ଝିଣ୍ଟି ପଞ୍ଚାୟତ ଅଧୀନ ଝିଣ୍ଟି ପାଟଣା ଗ୍ରାମର ସଞ୍ଜୟ ବେହେରା ଓ ବିଜୟ ବେହେରାଙ୍କ ପିତା ଶିବ ବେହେରା ୧୯୯୯ ମସିହାରେ ଘର ଛାଡି କେଉଁଆଡେ ପଳାଇ ଯାଇଥିଲେ। ଆଉ ଘରକୁ ଫେରି ନଥିଲେ। ପରିବାର ଲୋକଙ୍କ ସମେତ ବନ୍ଧୁବାନ୍ଧବ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଶିବଙ୍କୁ ନପାଇ ନିରାଶ ହୋଇଥିଲେ। ଏପଟେ ପତିଙ୍କ ଫେରିବା ବାଟକୁ ଚାହିଁ ବସିଥିଲେ ପତ୍ନୀ ବ୍ରାହ୍ମଣୀ ବେହେରା। ହେଲେ ଦୀର୍ଘ ୨୫ ବର୍ଷ ବିତିଯାଇଥିଲେ ବି ଶିବ ଆଉ ଘରକୁ ଫେରି ନଥିଲେ।

ଶେଷରେ ୨୫ ବର୍ଷ ଧରି ଶିବ ନଫେରିବାରୁ ପରିବାର ଲୋକେ ଅନେକ ପଣ୍ଡିତଙ୍କ ସହିତ ସାକ୍ଷାତ କରିଥିଲେ। ଶେଷରେ ପୁରୀ ମୁକ୍ତି ମଣ୍ଡପର ପଣ୍ଡିତଙ୍କ ପରାମର୍ଶକ୍ରମେ ଶିବଙ୍କ ଶବ ସତ୍କାର କରିବା ପାଇଁ ପରିବାର ତରଫରୁ ଏପରି ଆୟୋଜନ କରାଯାଇଥିଲା।

ଆଜି ସକାଳେ ବନ୍ଧୁବାନ୍ଧବ, ସାହିପଡିସାଙ୍କ ସହ ପରିବାର ଲୋକଙ୍କ ଉପସ୍ଥିତିରେ ବାଉଁଶରେ କୋକେଇ ବନ୍ଧା ଯାଇଥିଲା। ପଳାସ କାଠରେ କୁଶପୁତ୍ତଳିକା ତିଆରି କରି ଶିବଙ୍କ ଫଟୋ ଲଗାଇବା ସହିତ ରାମ ରାମ ସତ୍ୟ ହେ, ହରି ରାମ ସତ୍ୟ ହେ ପକାଇ ଜାତିଭାଇ କାନ୍ଧରେ କୋକେଇ ନେଇ ଗ୍ରାମ ମଶାଣିରେ ହିନ୍ଧୁ ରୀତିନୀତି ଅନୁଯାୟୀ ଶିବଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ଏପଟେ ପତିଙ୍କର ଅନ୍ତିମ ସଂସ୍କାର ପାଇଁ ସଜବାଜ ଚାଲିଥିବା ବେଳେ ଘରେ ପତ୍ନୀ ବ୍ରାହ୍ମଣୀ ବାହୁନି ବାହୁନି କାନ୍ଦୁଥିବା ବେଳେ ପରିବାର ଲୋକଙ୍କ କାନ୍ଦଣାରେ ଫଟି ପଡିଥିଲା ଘର। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.