PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଭାଲୁ ଆକ୍ରମଣରେ ଜଣେ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ନୀଳଗିରି ୩୧।୧୨ ବାଲେଶ୍ଵର ଜିଲ୍ଲା ନୀଳଗିରି ବନବିଭାଗ ଅଧିନ ଅଯୋଧ୍ୟା ଗାଁରେ ଭାଲୁ ଆତଙ୍କ ଦେଖାଦେଇଛି। ଭାଲୁଟି ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ବାହାରି ଗାଁ ଭିତରକୁ ପସିଆସିଛି। ମାତ୍ର ଦିନ ହୋଇଯିବାରୁ ଆଉ ଜଙ୍ଗଲକୁ ଫେରିପାରିନଥିଲା।

ସୂଚନାଯୋଗ୍ୟ ଯେ, ନୂଆସାହି ଅଂଚଳରେ କେନାଲ ପାଖକୁ ସେହି ଅଂଚଳର ନିରଞ୍ଜନ ପଲେଇ ମଳତ୍ୟାଗ କରିବାକୁ ଯାଇଥିଲେ। ଭାଲୁ ହାବୁଡ଼ରେ ପଡିଯିବାରୁ ଭାଲୁଟି ଆକ୍ରମଣ କରିଥିଲା।  ନିରଞ୍ଜନଙ୍କର ହାତ ଭାଙ୍ଗି ଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ଖଣ୍ଡିଆ ଖାବରା ହୋଇଯାଇଛି। ପ୍ରଥମେ ତାଙ୍କୁ ଅଯୋଧ୍ୟା ହସ୍ପିଟାଲ ନିଆଯାଇଥିଲେ। ପରେ ନୀଳଗିରି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଭାଲୁଟି ଅଯୋଧ୍ୟା ଗାଁକୁ ପଶି ବାଇଧର ଚୌଧୁରୀଙ୍କ ବାଡ଼ିରେ ଥିବା ଲଟା ମୁଳରେ ଲୁଚି ରହିଥିବା ଜଣାପଡିଛି। ଏନେଇ ଗାଁରେ ଆତଙ୍କ ଖେଳିଯାଇଥିବା ବେଳେ ବନବିଭାଗ ପହଂଚି ଭାଲୁର ଗତିବିଧି ଉପରେ ନଜର ରଖିଛି। ତେବେ ବାରମ୍ବାର ଏହି ଗ୍ରାମରେ ଭାଲୁ ପଶି ଉପଦ୍ରବ କରିବା ସହ ଆତଙ୍କ ଖେଳାଉଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।