ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

ଗାଜିଆବାଦର ସୋସାଇଟିରେ ଭୀଷଣ ଅଗ୍ନିକାଣ୍ଡ , ଖୁବ୍ ଜୋରରେ ଜଳୁଛି ବିଲ୍ଡିଂ

ଗାଜିଆବାଦ – ଗାଜିଆବାଦର ଇନ୍ଦିରାପୁରମ୍‌ ଅଞ୍ଚଳରେ ଭୀଷଣ ଅଗ୍ନିକାଣ୍ଡ ଘଟଣା ସାମନାକୁ ଆସିଛି। ନିଆଁ ସୋସାଇଟିର ଅନେକ ଫ୍ଲୋରକୁ ବ୍ୟାପି ଯାଇଛି। ଅହିଂସା ଖଣ୍ଡ-୨ର ଅରିହନ୍ତ ହାର୍ମନୀ ସୋସାଇଟିରେ ଘଟିଛି ଏହି ଅଗ୍ନିକାଣ୍ଡ ଘଟଣା। ନିଆଁ ଲାଗିବା ଘଟଣାର ଏକ ଭିଡ଼ିଓ ମଧ୍ୟ ସାମନାକୁ ଆସିଛି। ଘଟଣାର ସୂଚନା ମିଳିବା ପରେ ଘଟଣା ସ୍ଥଳରେ ଅନେକ ଦମକଳ ବିଭାଗର ଗାଡ଼ି ପହଞ୍ଚିଛନ୍ତି। ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରାଯାଉଛି।

ସୂଚନା ଯେ , ଗାଜିଆବାଦର ସୋସାଇଟିରେ ନିଆଁ ଲାଗିବାର ସୂଚନା ପାଇବା ପରେ ସଂପୃକ୍ତ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ଦେଖୁ ଦେଖୁ ନିଆଁ ଆଖପାଖର ଅନେକ କୋଠାରେ ଲାଗି ଯାଇ ଥିଲା। ଏହି ସମୟରେ ସେଠାରେ ରହୁଥିବା ଲୋକଙ୍କର ହୋ ହାଲା , ଚିତ୍କାର ଶୁଣିବାକୁ ମିଳିଥିଲା। ସୂଚନା ପାଇବା ପରେ ତୁରନ୍ତ ଦମକଳ ବିଭାଗର ଗାଡ଼ି ସେଠାରେ ପହଞ୍ଚି ନିଆଁକୁ ଲିଭାଇବାକୁ ଚେଷ୍ଟା ଜାରି ରଖିଛି। 

ମିଳିଥିବା ସୂଚନା ଅନୁସାରେ, ଗାଜିଆବାଦର ଅହିଂସାଖଣ୍ଡର ଅରିହନ୍ତ ହାର୍ମୋନୀ ସୋସାଇଟିରେ ଜେନେରେଟରରେ ନିଆଁ ଲାଗିଥିଲା।ଏହାପରେ ନିଆଁ ୩ଟି ଡ୍ରମରେ ଥିବା ଡିଜେଲରେ ଲାଗି ଯାଇଥିଲା । ଏହାର କିଛି ସମୟ ପରେ ସେଠାରେ ବଡ଼ ଧମାକା ହୋଇଥିଲା ଏବଂ ନିଆଁ  ଭୟଙ୍କର ରୂପ ଧାରଣ କରି ନେଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.