PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା

ରାଉରକେଲା, ୦୩/୦୮ : ୧୩ ବର୍ଷର ନାବାଳିକାଙ୍କୁ ବିକ୍ରି ଉଦ୍ୟମ ପଣ୍ଡ। ଝିଅକୁ ବିକ୍ରି କରିବାକୁ ଯୋଜନା କରୁଥିଲା ପିଶାଚିନୀ ମାଆ। ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା ଝିଅ। ଏଭଳି ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ।

ସୂଚନାନୁଯାୟୀ, ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳର ଜଣେ ୧୩ ବର୍ଷିୟା ନାବାଳିକାଙ୍କୁ ବିକ୍ରି ଉଦ୍ୟମ ପଣ୍ଡ ହୋଇଛି। ଗତ ସୋମବାର ନାବାଳିକାଙ୍କ ମାଆ ତାଙ୍କ ବାପାଙ୍କ ଅନୁପସ୍ଥିତିରେ ଝିଅକୁ ବିକି ଦେବାକୁ ବସିଥିଲେ। ନାବାଳିକାଙ୍କୁ ମହାରାଷ୍ଟ୍ର ଅଞ୍ଚଳର କ୍ରିଷ୍ଣା ମୋରିଆ ନାମକ ଜଣେ ଯୁବକ ସହ ମନ୍ଦିର ସମ୍ମୁଖରେ ଫୁଲ ମାଳ ଓ ସିନ୍ଦୂର ଦେଇ ଦୁବାଇ ପଠାଇବା ପାଇଁ ଯୋଜନା କରୁଥିଲେ। ଏହି ସମୟରେ କୌଣସି ସୂତ୍ରରୁ ଖବର ପାଇ ନାବାଳିକାଙ୍କ ବାପା ଜଣେ ମହିଳା ସ୍ଵଚ୍ଛାସେବୀଙ୍କ ସହାୟତାରେ ନାବାଳିକାଙ୍କୁ ଉଦ୍ଧାର କରିଛନ୍ତି।

ଏସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ହେପାଜତରେ ନେବା ସହ ମହାରାଷ୍ଟ୍ରର ଯୁବକଙ୍କୁ ପ୍ଲାଣ୍ଟସାଇଡ଼ ଥାନାରେ ଅଟକ ରଖିଛି । ପରେ ନାବାଳିକାଙ୍କୁ ଚାଇଲ୍ଡ ଲାଇନ୍‌କୁ ହସ୍ତାନ୍ତର କରାଯାଇଛି। ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।