ଟିକ୍‌ଟକ୍‌ ଗାଏବ, ଆସିଲା ‘ଚିଙ୍ଗାରି’ : ଏଭଳି ଆପ୍ ତିଆରି କଲେ‌ ଓଡିଆ ଯୁବ ଇଞ୍ଜିନିୟର, ରହିଛି ସବୁ ପ୍ରକାରର ସ୍ମାର୍ଟ ଫିଚର୍‌

କଟକ ୩୦/୬: ଦିନେ ଯେଉଁ ଟିକ୍‌ଟକ୍‌ ନିଶା ଯୁବପିଢିଙ୍କ ମୁଣ୍ଡରେ ଚଢିଥିଲା, ତାହା ଏବେ ଧିରେ ଧିରେ ଓହ୍ଲାଇଲାଣି । ଭାରତ-ଚୀନ୍‌ ମଧ୍ୟରେ ବିବାଦ ଉପୁଜିବାରୁ ଚୀନ୍‌ ସାମଗ୍ରୀ ବର୍ଜନ କରିବାକୁ ଯୁବବର୍ଗ ଆଗେଇ ଆସିଛନ୍ତି । ଏମିତିକି ଟିକ୍‌ଟକ୍‌ ଭଳି ଆପ୍‌ ମଧ୍ୟ ମୋବାଇଲ୍‌ରୁ ଅନ୍‌ଇନଷ୍ଟଲ୍‌ କରିଦେଉଛନ୍ତି । ଏଭଳି ସ୍ଥିତିରେ ବାଙ୍ଗାଲୋରରେ ରହୁଥିବା ବିଶ୍ୱାତ୍ମା ନାୟକ ନାମକ ଜଣେ ଓଡ଼ିଆ ଯୁବକ ଟିକ୍‌ଟକ୍‌ ଆପ୍‌ର ବିକଳ୍ପ ସୃଷ୍ଟି କରିଛନ୍ତି । ଏହାର ନାଁ ଦେଇଛନ୍ତି ‘ଚିଙ୍ଗାରି’ ।


This image has an empty alt attribute; its file name is chingari.jpg

କଟକ ଅଡ଼ଶପୁର ଅଞ୍ଚଳର ଏହି ୨୮ବର୍ଷୀୟ ଯୁବକ ବାଙ୍ଗାଲୋରର ଏକ କମ୍ପାନୀରେ ଇଞ୍ଜିନିୟର୍‌ ଅଛନ୍ତି । ମୋବାଇଲ୍‌ ଆପ୍‌ ପ୍ରସ୍ତୁତ କରିବା ତାଙ୍କର ଏକ ନିଶା । ଏହାପୂର୍ବରୁ ‘ଚାଟ୍‌ ବୁଟ୍‌ସ’ ନାମକ ଏକ ଆପ୍‌ ତିଆରି କରିଥିଲେ, ଯାହା ଯୁବବର୍ଗଙ୍କ କ୍ଷେତ୍ରରେ ବେଶ୍‌ ଗ୍ରହଣୀୟ ହୋଇପାରିଥିଲା । ତେବେ ଟିକ୍‌ଟକ୍‌ର ଲୋକପ୍ରିୟତା ଦେଖି ଏଭଳି ଏକ ଆପ୍‌ ପ୍ରସ୍ତୁତ କରିବାକୁ ଯୋଜନା କରିଥିଲେ ବିଶ୍ୱାତ୍ମା । ନିଜ ବନ୍ଧୁ ସିଦ୍ଧାର୍ଥ ଗୌତମଙ୍କ ସହଯୋଗରେ ଏହି ଆପ୍‌ ତିଆରି କରିଥିଲେ । ପ୍ରାଥମିକ ପର୍ଯ୍ୟାୟରେ ନ୍ୟୁଜ୍‌, ଗେମ୍‌ସ ଆଦି କିଛି ଫିଚର୍‌ ନେଇ ଚିଙ୍ଗାରି ଆପ୍‌ ଆରମ୍ଭ କରାଯାଇଥିଲା । ପରେ ମେ’ ୧୫ତାରିଖ ଠାରୁ ଏହି ଆପ୍‌ରେ ଭିଡ଼ିଓ ସେୟାରିଂ ବ୍ୟବସ୍ଥା ମଧ୍ୟ କରାଗଲା । ଇଂଲିସ ସମେତ ୧୦ଟି ଭାଷାରେ ଏହି ଆପ୍‌ରେ ଫିଚର୍‌ ରଖାଯାଇଛି । ଓଡ଼ିଆ ମଧ୍ୟ ଅନ୍ତର୍ଭୁକ୍ତ । ଅନ୍ୟ ଆପ୍‌ରେ କେବଳ ଭିଡ଼ିଓ ଥିବା ବେଳେ ଚିଙ୍ଗାରିରେ ନ୍ୟୁଜ୍‌ ଏବଂ ଗେମ୍‌ସ ଅତିରିକ୍ତ ଫିଚର୍‌ ରହିଛି । ଆଗକୁ କୁଇଜ୍‌ ମଧ୍ୟ ଏହି ଆପ୍‌ରେ ରଖିବାକୁ ସିଇଓ ବିଶ୍ୱାତ୍ମା ନାୟକ ଯୋଜନା ରଖିଛନ୍ତି ।

This image has an empty alt attribute; its file name is Chingari-app-tiktok-28062020-1.jpg

ଗତ ଦୁଇ ମାସ ମଧ୍ୟରେ ଏହି ଆପ୍‌ରେ ୧ଲକ୍ଷ ଲୋକ ପଞ୍ଜିକୃତ ହୋଇସାରିଥିବା ବେଳେ ଗତ ସପ୍ତାହେ ମଧ୍ୟ ପ୍ରାୟ ୨ ଲକ୍ଷ ନୂଆ ପଞ୍ଜିକରଣ ହୋଇଛି । ଏବେ ପ୍ରତ୍ୟେକ ଦିନ ୪୦ ର ୫୦ହଜାର ନୂଆ ପଞ୍ଜିକରଣ ଦେଖିବାକୁ ମିଳିଛି । ଏନେଇ ବିଶ୍ୱାତ୍ମା କହିଛନ୍ତି, ପୂର୍ବରୁ ଏହି ଆପ୍‌ ଥିଲା । କିନ୍ତୁ ଲକ୍‌ଡାଉନ୍‌ ସମୟରେ ଏହାକୁ ଡେଭଲପ୍‌ କରିବାକୁ କରିବାକୁ ଯୋଜନା କରିଥିଲୁ । ସିଦ୍ଧାର୍ଥଙ୍କ ସହଯୋଗ ନେଇ ଭିଡ଼ିଓ ସେୟାରିଂ ଫିଚର୍‌କୁ ଏଥିରେ ରଖିବାକୁ ପ୍ରସ୍ତୁତି ଆରମ୍ଭ କରିଥିଲୁ। ପରେ ଏହା ସଫଳ ହେବା ପରେ ଚିଙ୍ଗାରି ଏବେ ଧିରେ ଧିରେ ଲୋକପ୍ରିୟତା ହାସଲ କରିବାକୁ ଲାଗିଲାଣି । ପ୍ରାୟୋଜକ ମିଳିଲେ ଏହି ଆପ୍‌କୁ ଅନ୍ତର୍ଜାତୀୟ ସ୍ତରକୁ ନେବାକୁ ଆମର ପ୍ରୟାସ ରହିବ । ସ୍ୱଦେଶୀ ଆପ୍‌ ହୋଇଥିବାରୁ ଲୋକେ ମଧ୍ୟ ଏହାକୁ ଗ୍ରହଣ କରିବେ ।

   ସମ୍ବନ୍ଧିତ ଖବର


ସାଲେପୁର ବିଧାୟକଙ୍କୁ କରୋନା ସୂଚନା- ଚିକିତ୍ସା ପାଇଁ କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି

କରୋନା ଭାକସିନ୍‌କୁ ନେଇ ସସପେନସ୍‌ ଜାରି- ଆସନ୍ତା ବର୍ଷ ଆସିପାରେ ବୋଲି କହିଲେ ILS ର ନିର୍ଦ୍ଦେଶକ ଅଜୟ ପରିଡା

ସିଲ୍‌ ହେଲା ଭୁବନେଶ୍ୱର ଆର୍‌ଟିଓ ଅଫିସ୍‌- ଆଇସିଆସିଆଇ ବ୍ୟାଙ୍କ ମୁଖ୍ୟ ଶାଖା ସିଲ୍‌

ଭୁବନେଶ୍ୱର ଆରଟିଓ ଅଫିସରୁ ୩ କରୋନା ପଜିଟିଭ୍ ଚିହ୍ନଟ

ବାହା ଚିତା ଲିଭିନି ଜଳିଲା ଜୁଇ- ନବ ବିବାହିତାଙ୍କୁ ହତ୍ୟା ଅଭିଯୋଗ

ମହିଳା ସହକର୍ମୀଙ୍କୁ ଡାଇରେକ୍ଟରଙ୍କ ଯୌନ ନିର୍ଯାତନା ମାମଲାରେ ପାଲଟା ଅଭିଯୋଗ ଆଣିଲେ ଖୋଦ୍‌ ଡାଇରେକ୍ଟର