PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ ପୋଲିସ ପକ୍ଷରୁ ଖଜୁରୀପଡା ଛକ ନିକଟରୁ ପିକପ ଭ୍ୟାନ ସହ ଚାରି କୁଣ୍ଟାଲ ଗଞ୍ଜେଇ ଜବତ ୨ ଗିରଫ
  • ||
  • ଭୁବନେଶ୍ଵର : ଛୋଟ ଛୁଆଙ୍କୁ କୋଭିଡ୍ ସଂକ୍ରମଣ ଆଶଙ୍କା କମ୍, ଛୋଟ ପିଲାଙ୍କ ମଧ୍ୟରେ ରହିଛି ୫୦ରୁ ୬୦ % ଆଣ୍ଟିବଡି – ନିରୋଜ ମିଶ୍ର
  • ||
  • ସୁନ୍ଦରଗଡ଼: ୧୫ ଗ୍ରାମର ବ୍ରାଉନସୁଗାର ଜବତ, ୫ ଗିରଫ
  • ||
  • ବାଲେଶ୍ୱର: ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ହାଇଦରର ପୋଷ୍ଟମର୍ଟମ, ମାଜିଷ୍ଟେ୍ରଟ୍‌ଙ୍କ ଉପସ୍ଥିତିରେ ​ପୋଷ୍ଟମର୍ଟମ କରିବେ​‌ ୩ ଜଣିଆ ଡାକ୍ତରୀ ଟିମ୍
  • ||
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ପାଠପଢ଼ା ସାଙ୍ଗକୁ ପେଟପାଟଣା ଚିନ୍ତା : ମକା ବିକୁଛନ୍ତି ନବମ ଶ୍ରେଣୀ ଛାତ୍ର

ଭଞ୍ଜନଗର,୧୨।୮: କରୋନା ମହାମାରୀ ଯୋଗୁଁ ମଧ୍ୟବିତ ପରିବାରର ଅବସ୍ଥା ଶୋଚନୀୟ । ଲକ୍‌ଡାଉନ୍‌ରେ କିଏ ରୋଜଗାର ହରାଇଛନ୍ତି ତ ଆଉ କିଏ ଜୀବିକା ବଦଳାଇ ଦେଇଛନ୍ତି । ଚଳିବା କଷ୍ଟକର ହୋଇଯାଇଛି । ଏହାର ପ୍ରଭାବ ଅନେକ ଛାତ୍ରଛାତ୍ରୀଙ୍କ ଉପରେ ପଡ଼ିଛି । ଏପଟେ ୩ ମାସ ହେଲା ସ୍କୁଲ ବନ୍ଦ ରହିଛି । ଘର ଚଳାଇବା ପାଇଁ ମକା ବିକ୍ରି କରୁଛନ୍ତି ଦୁଇ ଜଣ ନବମ ଶ୍ରେଣୀ ଛାତ୍ର । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଞ୍ଜନଗରରେ । ସହରତଳି ଡିହପଢାଳ ପଞ୍ଚାୟତର ତୁଳସୀପଲ୍ଲୀ ଗ୍ରାମର କ୍ରିଷ୍ଣା ସ୍ୱାଇଁ ଓ ମନୋଜ ମଲ୍ଲିକ । ଉଭୟ ଡିହପଢାଳ ପଞ୍ଚାୟତ ହାଇସ୍କୁଲର ନବମ ଶ୍ରେଣୀର ଛାତ୍ର । ମକା ବିକ୍ରି କରିବା ସାଙ୍ଗକୁ ସମୟ ବାହାର କରି ପାଠ ପଢୁଛନ୍ତି ।

ଲକ୍‌ଡାଉନ୍‌ ଯୋଗୁଁ ସ୍କୁଲ ବନ୍ଦ ରହିଛି । କେତେକ ଘରୋଇ ବିଦ୍ୟାଳୟ ଅନ୍‌ଲାଇନ୍‌ ପାଠପଢା କରୁଛନ୍ତି । ସେହିପରି ସରକାରୀ ସ୍କୁଲରେ ପଢୁଥିବା ଅନେକ ପିଲାଙ୍କ ପାଖରେ ଦାରିଦ୍ରତା କାରଣରୁ ଆଣ୍ଡ୍ରୋଏଡ୍‌ ମୋବାଇଲ ନାହିଁ । ଏନେଇ ଅନ୍‌ଲାଇନ୍‌ କ୍ଲସ୍‌ କରିବାରୁ ବଞ୍ଚିତ ହେଉଛନ୍ତି । ସ୍କୁଲ ଖୋଲୁନଥିବାରୁ ପିଲାଏଁ ଘରେ ବସି ମଉଜ ମସ୍ତି କରୁଥିବାବେଳେ ଅନେକ ଗରିବ ଅସହାୟ ପିଲା କିନ୍ତୁ ଜୀବିକା ପାଇଁ ସଂଘର୍ଷ କରୁଛନ୍ତି । ତୁଳସୀପଲ୍ଲୀ ଗ୍ରାମର ଅଶୋକ ସ୍ୱାଇଁଙ୍କ ପୁଅ କ୍ରିଷ୍ଣା ଓ ଜୁରିଆ ମଲ୍ଲିକଙ୍କ ପୁଅ ମନୋଜ ୨ଟି ସାଇକେଲରେ ବୁଲି ବୁଲି ମକା ବିକ୍ରି କରୁଛନ୍ତି । ୬ଟି ଲେଖାଏଁ ମକାକୁ ବିଡାକରି ୨୦ ଟଙ୍କାରେ ବିକ୍ରି କରୁଛନ୍ତି । ଯାହା ରୋଜଗାର ହେଉଛି ସେଥିରେ ପରିବାରକୁ ସହାୟତା କରିଥାନ୍ତି । ସେହିପରି ଉଭୟ ପରିବାର ଲୋକଙ୍କ ସହ ଜମିରେ ଚାଷ କରିବା ସହ ମକା ବିକ୍ରି କରୁଛନ୍ତି । ଦିନରେ ସମୟ ହେଉନଥିବାବେଳେ ସନ୍ଧ୍ୟାରେ ଘରେ ପାଠ ପଢ଼ୁଛନ୍ତି କ୍ରିଷ୍ଣା ଓ ମନୋଜ । ଅନଲାଇନ ପାଠପଢା ପାଇଁ ମୋବାଇଲ ନାହିଁ । ନିଜ ପରିବାରର ପ୍ରତିପୋଷଣ ସହ ପାଠ ପଢି ଆଗକୁ ବଢିବେ ବୋଲି ଆଶା ରଖିଛନ୍ତି । ସେମାନଙ୍କ ଅଦମ୍ୟ ଇଛା ଓ ସ୍ୱପ୍ନ ସାକାର କରିବାକୁ ଉଦ୍ୟମ ଜାରି ରଖିଛନ୍ତି ।