ଧମାଲ୍ ମଚାଇଥିବା ହଲିଉଡ ଫିଲ୍ମ ‘ଏଭେଞ୍ଜର୍ସ ଏଣ୍ଡ ଗେମ୍’ରେ ଓଡିଆ ଝିଅ ମିତାଙ୍କ କମାଲ୍… ଯାହାକୁ ନେଇ ଏବେ ଓଡ଼ିଶା ଗର୍ବିତ

ଟିଟିଲାଗଡର ହଲିଉଡ୍ ହାଇଲାଇଟ୍ । ହାଇ ଫାଇ ଗ୍ରାଫିକ୍ସ ସାଙ୍ଗକୁ ପୁଣି ମନୋଲୋଭା ଚଳଚ୍ଚିତ୍ର। କେବଳ ସେତିକି ନୁହେଁ ହଲିଉଡ୍ ଫିଲ୍ମ ଏଭେଞ୍ଜର ଏଣ୍ଡଗେମକୁ ନେଇ ଏବେ ଚାଲିଛି ଜୋରଦାର ଚର୍ଚ୍ଚା । କାହିଁକି ନା ବକ୍ସ ଅଫିସରେ ଧମାଲ ମଚାଇଥିବା ଏହି ଫିଲ୍ମର ସଫଳତା ପଛରେ ରହିଛି ଜଣେ ଓଡିଆ ଝିଅଙ୍କ ହାତ ।

ଏହି ଫିଲ୍ମର ସଫଳତା ପଛରେ ଅନେକ ବିନ୍ଧାଣୀଙ୍କ ମଧ୍ୟରୁ ଓଡିଆ ଝିଅ ମିତା ଦାଶ ସେଥିମଧ୍ୟରୁ ଅନ୍ୟତମ । ଫିଲ୍ମ ଦେଖିଥିବା ଦର୍ଶକଙ୍କ ପାଇଁ ଏହି ନାଁଟି ଅପରିଚିତ ହୋଇଥିବ ନିଶ୍ଚୟ । କାରଣ ବଡ ବଡ ଷ୍ଟାରକାଷ୍ଟକୁ ନେଇ ନିର୍ମାଣ ହୋଇଥିବା ଏହି ଫିଲ୍ମରେ ପ୍ରଚ୍ଛଦପଟରେ ରହି ମିତା ଯେଉଁ କାର୍ଯ୍ୟ କରିଛନ୍ତି ତାହା ଓଡିଶାକୁ ଗର୍ବିତ କରିଛି ।

ଟିଟିଲାଗଡ ମାଟିର ଝିଅ ମିତାଙ୍କୁ ନେଇ ଏବେ ଓଡିଶା ଗର୍ବିତ । ଯେଉଁ ହଲିଉଡ ଫିଲ୍ମର ଭିଜୁଆଲ ଇଫେକ୍ଟ ଦେଖି ଦର୍ଶକଙ୍କ କରତାଳିରେ ପୂରା ଫିଲ୍ମ ହଲ୍ ଫାଟି ପଡୁଥିଲା ତାହା ପଛରେ ଥିଲା ଓଡିଶା ଝିଅ ମିତାଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଦୃଢ ମନୋବଳ।

ଏହି ସଫଳତା ହାସଲ କରିବା ପାଇଁ ମଧ୍ୟ ମିତାଙ୍କୁ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡିଛି । ଏକ ସାଧାରଣ ପରିବାରରୁ ଆସିଥିବା ମିତା ଦାଶଙ୍କ ବାପା ମନ୍ଦିରର ପୂଜକ ଭାବେ କାର୍ଯ୍ୟ କରନ୍ତି । ବାଙ୍କେଲ ଗାଁ ହାଇସ୍କୁଲରୁ ମାଟ୍ରିକ ଓ ବିଜ୍ଞାନ ବିଭାଗରେ ଯୁକ୍ତ ଦୁଇ ପାଠ ପଢା ଶେଷ କରିବା ପରେ ଭୁବନେଶ୍ୱର ଚାଲିଆସିଥିଲେ ମିତା । ୩ ବର୍ଷ ଆନିମେସନ କୋର୍ସ କରିବା ପରେ ଫିଲ୍ମ ଦୁନିଆ ସହ ଯୋଡି ହୋଇଥିଲେ ମିତା । ପ୍ରଥମେ ପୁନେର ଏକ କମ୍ପାନିରେ ଚାକିରି କରିବା ସମୟରେ ବିଭିନ୍ନ ଫିଲ୍ମ ପାଇଁ ଭିଜୁଆଲ ଇଫେକ୍ଟ ତଥା ଆନିମେସନ କାମ କରିଥିଲେ । ପରେ ପୁନେରୁ ଚାକିରି ଛାଡି ହାଇଦ୍ରାବାଦର ଡିଜିଟାଲ ଡୋମେନ କମ୍ପାନିରେ ନିଜ ଚାକିରି କ୍ୟାରିୟରର ନୂଆ ଇନିଂସ ଆରମ୍ଭ କରିଥିଲେ ମିତା । ଯେଉଁଠୁ ବଦଳିଥିଲା ମିତାଙ୍କ ଯାତ୍ରା ।

ସଫଳତା ମିତାଙ୍କ ବାଟ ଚାହିଁ ବସିଥିଲା । କେବଳ ଅପେକ୍ଷା ଥିଲା ଗୋଟିଏ ଭଲ ସୁଯୋଗକୁ । ଏଭେଞ୍ଜର୍ସ ଏଣ୍ଡ ଗେମ ଫିଲ୍ମ ପକ୍ଷରୁ ମିତାଙ୍କୁ ମିଳିଥିଲା ଏହି ସୁଯୋଗ । ଏହି ଫିଲ୍ମରେ ଭିଜୁଆଲ ଇଫେକ୍ଟ ଦେବାକୁ ଅଫର ପାଇଥିଲେ ମିତା । ଆଉ ଏହାପରେ ଆରମ୍ଭ ହୋଇଥିଲା ମିତାଙ୍କ ମିଶନ । କଠିନ ପରିଶ୍ରମ ଓ ଦୃଢ ମନୋବଳ ସହ ଦିନରାତି ଏକ କରି ଏହି କାର୍ଯ୍ୟକୁ ଆଗେଇ ନେଇଥିଲେ ମିତା । ଏବେ ମିତାଙ୍କ ଏହି ସଫଳତା ପାଇଁ ତାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛା ଓ ଶୁଭକାମନାର ସୁଅ ।

   ସମ୍ବନ୍ଧିତ ଖବର


ଜାନୁଆରୀ ପହିଲାରୁ ରାଜ୍ୟରେ ବିଜୁଳି ସଙ୍କଟ ! ଡିସେମ୍ବର ୩୧ ସୁଦ୍ଧା ବନ୍ଦ ହେବ ୪୬୦ ମେଗାୱାଟ୍‌ ବିଶିଷ୍ଟ ଥର୍ମାଲ୍‌ ପ୍ଲାଣ୍ଟ, ଅନିଶ୍ଚିତତାରେ ନୂତନ ପ୍ଲାଣ୍ଟ୍‌ ସ୍ଥାପନ

Indian Idol: ଜଣେ ବ୍ୟକ୍ତି ଦୁଇଟି ସ୍ୱର, ଗୀତ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ଜଜ୍, ଆପଣ ବି ଶୁଣିଲେ କହିବେ ଆରେ ବାଃ…

ଯୌନ ରାକ୍ଷସ ଭାଇ ବୁଝିଲାନି ପବିତ୍ର ରାଖୀର ବନ୍ଧନ: ଦାଦାର ନାବାଳିକା ଝିଅକୁ ଦୁଷ୍କର୍ମ କଲା ବଡ଼ବାପା ପୁଅ

ଚଳନ୍ତା ଟ୍ରେନ୍‌ର ବାଥରୁମ୍‌‌ରେ ନାବାଳିକଙ୍କୁ ଦୁଷ୍କର୍ମ ଉଦ୍ୟମ କଲା ସମ୍ରାଟ: ଯୌନ ପିପାଷୁ ଠିକାଦାରକୁ ବାନ୍ଧିଲା ଜିଆର୍‌ପି

ଆଜି ବିଶ୍ୱ ଏଡ୍‌ସ ନିରାକରଣ ଦିବସ: ଅସୁରକ୍ଷିତ ଯୌନ ସମ୍ପର୍କରୁ ୮୮% ସଂକ୍ରମିତ, ରାଜ୍ୟରେ ୫୨ ହଜାର ଆକ୍ରାନ୍ତ

କାଳିଆକୁ ଦେଖିବା ଜିଦ୍‌ରେ ତା’ ବେଡ୍‌ ପାଖରେ ଘୂରି ବୁଲୁଛି ଜଗା, ମା’ ସହ ଭାଇର ଫେରିବା ବାଟକୁ ଅନେଇ ବସିଛି…