ପୁଲିସ ଦ୍ୱାରା ନିର୍ଯାତିତ ପୁଲିସ ପରିବାର: ଡିିଜିପିଙ୍କ ଅଫିସ୍‌ରେ ଉଲଗ୍ନ ପ୍ରତିବାଦ

ଭୁବନେଶ୍ୱର,୭ା୩(ବ୍ୟୁରୋ): ପରିବାରରେ ସମସ୍ତଙ୍କ ଦେହରେ ବୋହୁଛି ପୁଲିସିଆ ରକ୍ତ । ଦାଦା ଅବସରପ୍ରାପ୍ତ ଆଇପିଏସ୍‌, ଭାଇ କମିଶନରେଟ୍‌ ପୁଲିସ୍‌ରେ ଏସ୍‌ଆଇ । ହେଲେ ତାଙ୍କ ପରିବାରର ମହିଳା ସଦସ୍ୟ ପୁଲିସ୍‌ ଦ୍ୱାରା ନିର୍ଯାତିତ । କଥାଟା ଅଡୁଆ ହେଲେ ବି ସତ । ପୁଲିସ୍‌ ନ୍ୟାୟ ଦେବାରେ ଫେଲ୍‌ ହେବାରୁ ଜଣେ ଏସ୍‌ଆଇଙ୍କ ଭାଇ ଏଠାରେ ଡିଜିପିଙ୍କ କ୍ୟାମ୍ପ୍‌ ଅଫିସ୍‌ ସମ୍ମୁଖରେ ଉଲଗ୍ନ ହୋଇ ପ୍ରତିବାଦ କରିଛନ୍ତି । ସେ ହେଉଛନ୍ତି ଏକ ଘରୋଇ ବ୍ୟାଙ୍କ୍‌ର ମ୍ୟାନେଜର ସୁଶୀଲ ହାଂସଦା । ବହୁ କଷ୍ଟରେ ପୁଲିସ୍‌ ତାଙ୍କୁ ବୁଝାଇ ସେଥିରୁ ନିବୃତ୍ତ କରିଥିଲା ।
ପୁଲିସ୍‌ ଠାରୁ ମିଳିଥିବା ସୂଚନା ମୁତାବକ, ସୁଶୀଲ ଭୁବନେଶ୍ୱରରେ ଏକ ଘରୋଇ ବ୍ୟାଙ୍କ୍‌ରେ ଚାକିରି କରିଛନ୍ତି । ତାଙ୍କ ଭାଇ କମିଶନରେଟ୍‌ ପୁଲିସ୍‌ର ଜଣେ ଏସ୍‌ଆଇ । ଦୁଇ ଭାଇ ଭୁବନେଶ୍ୱରରେ ରହୁଛନ୍ତି । ତାଙ୍କ ମା’ ଫୁଲବାଣୀ ପୁଲିସ୍‌ କଲୋନୀରେ ରହୁଛନ୍ତି । ଦୁଇ ବର୍ଷ ହେବ ସେଠାରେ କିଛି ପୁଲିସ୍‌ ତାଙ୍କ ମା’ଙ୍କୁ ବିଭିନ୍ନ ପ୍ରକାର ନିର୍ଯାତନା ଦେଉଛନ୍ତି । ଏମିତି କି ଘରେ ପଶି ତାଙ୍କ ମା’ଙ୍କୁ ମାଡ଼ ମାରିଛନ୍ତି । ଦୁଇ ଭାଇ ଫୁଲବାଣୀ ପୁଲିସକୁ ଘଟଣା ବିଷୟରେ ଜଣାଇ ସେଠାରେ ଏତଲା ଦେଇଥିଲେ । ଏସ୍‌ପି, ଜିଲ୍ଲାପାଳଙ୍କୁ ଭେଟି ଘଟଣା ବିଷୟରେ ଜଣାଇଥିଲେ । ହେଲେ କେହି କିଛି ଶୁଣୁନାହାନ୍ତି । ପୁଲିସ୍‌ ପରିବାର ଲୋକ ବି ପୁଲିସ୍‌ ଦ୍ୱାରା ନିର୍ଯାତିତ ଏକଥା କାହାକୁ କହି ପାରିନଥିଲେ ଦୁଇ ଭାଇ । ତେଣୁ ଫୁଲବାଣୀ ପୁଲିସ୍‌ର ନିର୍ଯାତନା ବଢ଼ି ଚାଲିଛି । ଏକଥା ଜଣାଇବାକୁ ସୁଶୀଲ ଗୁରୁବାର କଟକ ଡିଜିପିଙ୍କ ଅଫିସ୍‌କୁ ଯାଇଥିଲେ । ସେଠାରେ ତାଙ୍କୁ ପାଇ ନଥିଲେ । ଆଜି ସାଢ଼େ ଗୋଟାଏ ବେଳେ ଏକ ସ୍କୁଟିରେ ଆସି ଡିଜିପିଙ୍କ କ୍ୟାମ୍ପ୍‌ ଅଫିସ୍‌ (କମିଶରେଟ୍‌ ପୁଲିସ୍‌ ମୁଖ୍ୟାଳୟ)ରେ ପହଞ୍ଚି ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ପଡ଼ିଲେ । ଏହାପରେ ସାଙ୍ଗରେ ଆଣିଥିବା ଏକ ଲିଫ୍‌ଲେଟ୍‌କୁ ଟେକି ଧରିଥିଲେ । ଏହି ଦୃଶ୍ୟ ଦେଖି ବାଟରେ ଯାଉଥିବା ଲୋକେ କାବା ହୋଇ ଯାଇଥିଲେ । କିଛି ସମୟ ମଧ୍ୟରେ ତାଙ୍କୁ ପୁଲିସ ଧରି ନେଇ ପ୍ରତିଶ୍ରୁତି ଦେଇ ବିଦା କରିଥିଲା ।

   ସମ୍ବନ୍ଧିତ ଖବର


ବଢ଼ିଲା ବିଦ୍ୟୁତ୍‌ ଦର …

କରୋନାରେ ଆଉ ୧୫ ସଂକ୍ରମିତଙ୍କ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୭୩୬ରେ ପହଞ୍ଚିଲା

୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା : ୧୦ ଜିଳ୍ଲାକୁ ୟଲୋ ଓ୍ବାର୍ଣ୍ଣିଂ, ୭ ଜିଳ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି

ବିଜେଡି ପ୍ରାର୍ଥୀ ହେବେ ଓଡିଆ ସିନେଷ୍ଟାର ଅରିନ୍ଦମ୍ !

ବିବାହ ବିଛେଦ ମାମଲା : ସୁପ୍ରିମକୋର୍ଟ ଗଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

ଖବର କାଗଜ ଉଦ୍ୟୋଗି ବିଜୟ କୁମାର ପଟ୍ଟନାୟକଙ୍କ ପରଲୋକ