ଲକ୍‌ଡାଉନ୍ ପ୍ରଭାବ: ପାକିସ୍ତାନରେ ଅନାହାର ଯୋଗୁ ଆଖି ବୁଜିଲେ ଗର୍ଭବତୀ ମହିଳା

ନୂଆଦିଲ୍ଳୀ ୨୧/୪: କରୋନା ଭାଇରସକୁ ନିୟନ୍ତ୍ରଣ ପାଇଁ ପାକିସ୍ତାନରେ ଲକ୍‌ଡାଉନ୍‌ କରାଯାଇଥିଲା ବେଳେ ଏହାଯୋଗୁ ଜଣେ ଗର୍ଭବତୀ ମହିଳା ଅନାହାରରେ ପ୍ରାଣ ହରାଇଛନ୍ତି । ମୃତକ ମହିଳା ସିନ୍ଧ ପ୍ରଦେଶ ଅନ୍ତର୍ଗତ ମୀରପୁର ଖାସ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଛି ।

ତାଙ୍କ ସ୍ୱାମୀ ଆଲ୍ଲାବକ୍ସ କହିଛନ୍ତି ଯେ ଲକ୍‌ଡାଉନ୍‌ ଯୋଗୁ କାମ ହରାଇବା ପରେ ସେ ନିଜ ପରିବାର ସଦସ୍ୟ (ପତ୍ନୀ ଏବଂ ୬ ସନ୍ତାନ)ଙ୍କ ପାଇଁ ଖାଦ୍ୟ ଯୋଗାଡ କରିବାରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ତେଣୁ ଖାଇବାକୁ ନ ପାଇ ତାଙ୍କ ଗର୍ଭବତୀ ପତ୍ନୀ ପ୍ରାଣ ହରାଇଥିଲେ । ଏମିତି କି ତାଙ୍କ ପତ୍ନୀଙ୍କ ଅନ୍ତିମ ସଂସ୍କାର ପାଇଁ ବି ତାଙ୍କ ନିକଟରେ ଅର୍ଥ ନ ଥିଲା । କିଛି ପଡ଼ୋଶୀ ଚାନ୍ଦା ଆଦାୟ କରି ଦେବାରୁ ସେ ପତ୍ନୀଙ୍କ ଅନ୍ତିମ ସଂସ୍କାର କରିଥିଲେ । ପାକ୍‌ ସରକାର ଏବଂ ସିନ୍ଧ ପ୍ରଦେଶର ସରକାର ସବୁ ଗରିବ ଲୋକଙ୍କୁ ସହାୟତା ଯୋଗାଉଥିବାର ବାହାସ୍ଫୋଠ ମାରୁଥିଲାବଳେ ଏହି ଘଟଣା ସେମାନଙ୍କ ଦାବିର ସତ୍ୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତା’ଛଡା ଏବେ ପାକିସ୍ତାନରେ ଶ୍ରମିକମାନଙ୍କ ଭିତରେ ଅସନ୍ତୋଷ ତେଜିବାରେ ଲାଗିଛି ।

   ସମ୍ବନ୍ଧିତ ଖବର


ଏଥର ଦଶହରାରେ ଶୁଖିଲା ରହିବ ପାଗ: ୨୯ କିମ୍ବା ୩୦ରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା

ABP CVoterର ରିପୋର୍ଟ: ବିହାରରେ ସରକାର ଗଢ଼ିବ କିଏ? ଜନତାଙ୍କ ନଜରରେ ଏହି ନେତା ହେବେ ମୁଖ୍ୟମନ୍ତ୍ରୀ

ମୋ ସିନ୍ଦୂର ମୋର – ସ୍ୱାମୀଙ୍କ ପ୍ରେମିକାଙ୍କୁ ଛୁରୀରେ ଆକ୍ରମଣ କଲେ ମହିଳା !

ବିହାର ରାଜନୀତି: ଆଶାୟୀ ବିଧାୟକ ପ୍ରାର୍ଥୀ ଶ୍ରୀନାରାୟଣଙ୍କୁ ଗୁଳିକରି ହତ୍ୟା, ତାଙ୍କ ନାମରେ ଥିଲା ଅପରାଧିକ ମାମଲା

ଆମେରିକାରେ ସମସ୍ତଙ୍କୁ ମାଗଣା କୋରନା ଟିକା ଦେବା ପାଇଁ ଘୋଷଣା କଲେ ରାଷ୍ଟ୍ରପତି ପ୍ରାର୍ଥୀ ବିଡେନ୍‌

ଆଣ୍ଡ୍ରଏଡ୍‌ ୟୁଜର୍ସ ସାବଧାନ, ଭୁଲରେ ବି ଡାଉନଲୋଡ କରନ୍ତୁ ନାହିଁ ଏହି ୧୯ ଆପ୍ସ