କରୋନା ଭୟରେ ବିଶ୍ବ ଥରହର: କର୍ମଚାରୀ ସାଜିଲେ ହ୍ୟାଣ୍ଡ ସାନିଟାଇଜର, ଲୋକେ କଲେ ଭିଡିଓ ଭାଇରାଲ

ନୂଆଦିଲ୍ଲୀ ୧୩/୩: କରୋନା ଭୂତାଣୁକୁ ନେଇ ସମଗ୍ର ବିଶ୍ୱ ଆତଙ୍କିତ । ଏହାକୁ ଦୃଷ୍ଟିରେ ରଖି ସାଉଦି ଆରବର ତୈଳ କମ୍ପାନି ଅରାମକୋର ଜଣେ କର୍ମଚାରୀ ହ୍ୟାଣ୍ଡ ସାନିଟାଇଜର ଭାବେ ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । କମ୍ପାନିର ହଲ୍‌ରେ ବୁଲି ବୁଲି ଲୋକଙ୍କ ହାତକୁ ସେ ଜୀବାଣୁମୁକ୍ତ କରୁଛନ୍ତି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରେ ଜଣେ କର୍ମଚାରୀ ମୁହଁରେ ମାସ୍କ ଲଗାଇଛନ୍ତି ଏବଂ ହ୍ୟାଣ୍ଡ ସାନିଟାଇଜ୍‌ ବା ଜୀବାଣୁମକ୍ତ କରିବା ପାଇଁ ଉଦ୍ଦିଷ୍ଟ ଏକ ବକ୍ସ ପିନ୍ଧିଛନ୍ତି ।

କମ୍ପାନିର ହଲ୍‌ ଓ ହତା ବାହାରେ ବୁଲି ବୁଲି ହାତ ସଫା କରିବାକୁ କର୍ମଚାରୀଙ୍କୁ ଅନୁରୋଧ କରୁଛନ୍ତି। କିନ୍ତୁ ଏହି ଦୃଶ୍ୟର ଫଟୋ ଭାଇରାଲ ହେବା ପରେ କମ୍ପାନି ଏହି କାର୍ଯ୍ୟକଳାପକୁ ଅପମାନଜନକ କହି ତୁରନ୍ତ ବନ୍ଦ କରିଦେଇଛି । ହାତ ସଫା ରଖିବାର ମହତ୍ୱ ଉପରେ ଆଲୋକପାତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି କମ୍ପାନି ସଫେଇ ଦେଇଛି ।

ଜଣେ ବିଦେଶୀ କର୍ମଚାରୀଙ୍କୁ ଏହି କାମରେ ନିୟୋଜିତ କରିବା ଜାତିଗତ ସଂକୀର୍ଣ୍ଣତାର ଉଦାହରଣ ବୋଲି ପ୍ରତିକ୍ରିୟା ଆସିବା ପରେ ଏପରି କାର୍ଯ୍ୟକଳାପକୁ କମ୍ପାନି ତୁରନ୍ତ ବନ୍ଦ କରିଥିବା ଚର୍ଚ୍ଚା ହେଉଛି ।

   ସମ୍ବନ୍ଧିତ ଖବର


ଯୁବ ୟୁଟ୍ୟୁବର ଧକ୍କା କରିଦେଲେ ପିତାଙ୍କର ୨୫କୋଟିର କାର୍ – ଆଘାତ ପାଇ ଏମିତି ବାର୍ତ୍ତା ଦେଲେ

ମାର୍ଶଲ ଆର୍ଟ ବୟଙ୍କ କମାଲ୍: ୧ ମିନିଟ୍‌ରେ ମୁଣ୍ଡରେ ଖୋଲିଲେ ୬୮ଟି ବୋତଲର ଠିପି, କଲେ ୱାର୍ଲଡ ରେକର୍ଡ

ସ୍ଥଳ ସେନାର ବ୍ରହ୍ମୋସ୍‌ ମିସାଇଲ୍‌ର ସଫଳ ପରୀକ୍ଷଣ

ଦୁଃଖ ଓ ଯନ୍ତ୍ରଣା ସହଜରେ ଯାଏ ନାହିଁ … ପ୍ରଶଂସକଙ୍କୁ ସୁଶାନ୍ତଙ୍କ ଭଉଣୀଙ୍କ ଚିଠି

‘ଆରେ ତୁମେ କ’ଣ କରୁଛ..ପୁରା କେଶ କାଟିଦେବ କି..ଆରେ ୟାର…’ ଇଣ୍ଟରନେଟ୍‌ରେ ଧମାଲ କରୁଛି ଏହି କୁନିର ଝିଅର ହେୟାର କଟିଂ ଭିଡ଼ିଓ

ନିଜ ହାଡ଼କୁ କେମିତି ଶକ୍ତ ରଖିବେ ? ଏହି ଖାଇବା ଅଭ୍ୟାସକୁ ଆପଣାନ୍ତୁ