PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ପାଣିରେ ଜଳୁଛି ଦୀପ: ଭକ୍ତି, ଆସ୍ଥା ଓ ବିଶ୍ୱାସର ଦେବୀ ଗଡିଆଘାଟ

ନୁଆଦିଲ୍ଲୀ ୨୬/୧୨: ଆପଣ ଘିଅ କିମ୍ବା ତେଲରେ ଦୀପ ଜଳିବା ଜାଣିଥିବେ । କିନ୍ତୁ ଆପଣ ଜାଣିଛନ୍ତି କି, ଏମିତି ଏକ ମନ୍ଦିର ଅଛି ଯେଉଁଠି ପାଣିରେ ଦୀପ ଜଳୁଛି । ଆଜି ଆମେ ଆପଣଙ୍କୁ ଜଣାଇବୁ ଏମିତି ଏକ ମନ୍ଦିର ସମ୍ପର୍କରେ ଯେଉଁଠି ଭକ୍ତମାନେ ପାଣିରେ ଦୀପ ଜଳାନ୍ତି ଏବଂ ମନ୍ଦିରରେ ପୂଜା ପାଉଥିବା ଦେବୀ ମଧ୍ୟ ଏଥିରେ ପ୍ରୀତ ହୁଅନ୍ତି । ଅନେକ ବର୍ଷ ହେବ ଏହି ପରମ୍ପରା ଏଠାରେ ଚାଲି ଆସୁଛି ।

ମଧ୍ୟ ପ୍ରଦେଶର ଶାଜାପୁର ଜିଲ୍ଲାରେ ଗଡିଆଘାଟ ମାତାଜୀଙ୍କ ନାମରେ ପ୍ରସିଦ୍ଧ ଏହି ମନ୍ଦିର କାଳୀସିନ୍ଧ ନଦୀ କୂଳରେ ଆଗର-ମାଲୱାଙ୍କ ନଲଖେଡା ଗାଁରୁ ପ୍ରାୟ ୧୫ କିଲୋମିଟର ଦୂରରେ ଗାଡିଆ ଗାଁ ନିକଟରେ ସ୍ଥିତ । କୁହାଯାଉଛି ଏହି ମନ୍ଦିରରେ ଗତ ୫ ବର୍ଶରେ ଏକ ମହାଦୀପ ଲଗାତର ଜଳିଆସୁଛି । ଅବଶ୍ୟ ଦେଶରେ ଏମିତି ଅନେକ ମନ୍ଦିର ଅଛି ଯେଉଁଠି ଏହାଠାରୁ ମଧ୍ୟ ଅଧିକ ସମୟ ହେବ ଦୀପ ଜଳିଆସୁଛି କିନ୍ତୁ ଏହି ଦୀପ ସମସ୍ତଙ୍କଠାରୁ ଭିନ୍ନ ।

ମନ୍ଦିରର ପୂଜାରୀ କୁହନ୍ତି, ‘ଏହି ମନ୍ଦିରରେ ଯେଉଁ ମହାଦୀପ ଜଳୁଛି, ତାକୁ ଜଳାଇବା ପାଇଁ କୌଣସି ଘିଅ, ତେଲ କିମ୍ବା ଅନ୍ୟ କୌଣସି ଇନ୍ଧନର ଆବଶ୍ୟକତା ପଡେନି ବରଂ ଏହା ପାଣିରେ ଜଳେ ।‘ ପୂଜାରୀ କୁହନ୍ତି, ‘ଏଠାରେ ସବୁବେଳେ ତେଲରେ ହିଁ ଦୀପ ଜଳିଆସୁଥିଲା କିନ୍ତୁ ପ୍ରାୟ ୫ ବର୍ଷ ପୂର୍ବେ ତାଙ୍କୁ ମାତା ସ୍ୱପ୍ନରେ ଦର୍ଶନ ଦେଇ ପାଣିରେ ଦୀପ ଜଳାଇବା ପାଇଁ କହିଲେ ।’

ସକାଳୁ ଉଠି ଯେତେବେଳେ ପୂଜାରୀ ମନ୍ଦିର ସେଠାରେ କଳକଳ ନାଦ କରି  ବହି ଯାଉଥିବା କାଳିସିନ୍ଧ ନଦୀର ପାଣି ଦୀପରେ ଭରିଲେ ଏବଂ ଏହାକୁ ଜଳାଇଲେ ସାଙ୍ଗେ ସାଙ୍ଗେ ଏହା ଜଳିଉଠିଲା । ଏମିତି ହେବା ପରେ ପୂଜାରୀ ପ୍ରଥମ ଡରିଗଲେ ଏବଂ ପ୍ରାୟ ୨ ମାସ ପର୍ଯ୍ଯନ୍ତ କାହାକୁ ଏକଥା କହିଲେନି ।

କିଛି ମାସ ପରେ ପ୍ରଥମେ ସେ କିଛି ଗ୍ରାମବାସୀଙ୍କୁ ଏନେଇ ଜଣାଇଲେ କିନ୍ତୁ କେହି ବି ତାଙ୍କ କଥା ବିଶ୍ୱାସ କଲେନି । କିନ୍ତୁ ପରେ ସେ ସମସ୍ତଙ୍କୁ ପାଣିରେ ଜୀପ ଜଳାଇ ଦେଖାଇବା ପରେ ସମସ୍ତେ ଏକଥା ବିଶ୍ୱାସ କଲେ । ଏମିତି ଚମତ୍କାର ଜାଣିବା ପରେ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ ବଢିବାରେ ଲାଗିଲା ।

ପାଣିରେ ଜଳୁଥିବା ଏହି ଦୀପ ବର୍ଷାଦିନେ ଜଳୁନଥିଲା । ବର୍ଷା ସମୟରେ କାଳୀସିନ୍ଧ ନଦୀର ଜଳସ୍ତର ଏହି ମନ୍ଦିରଠୁ ଅଧକ ଉଚ୍ଚ ହେବା ଫଳରେ ମନ୍ଦିରଟି ପାଣିରେ ବୁଡି ଯାଉଥିଲା । ଯାହା ଫଳରେ ପୂଜା କରିବା ସମ୍ଭବ ହୁଏନି । ଏହା ପରେ ଶାରଦୀୟ ନବରାତ୍ରିର ପ୍ରଥମ ଦିନରେ ପୁଣି ଦୀପ ଜଳାଯାଏ ଯାହା କି ଆଗାମୀ ବର୍ଷା ଋତୁ ପର୍ଯ୍ୟନ୍ତ ଲଗାତର ଜଳେ । କୁହାଯାଏ ଏହି ମନ୍ଦିରରେ ଥିବା ଦୀପରେ ଯେତେବେଳେ ବି ପାଣି ଢଳାଯାଏ ଏହା ଏକ ତରଳ ପଦାର୍ଥରେ ପରିଣତ ହୋଇଯାଏ ଏବଂ ଦୀପ ଜଳିଉଠେ ।