ବାପା ଓ ମା’ ଏକାଠି ମିଶି ୧୧ ବର୍ଷର ପୁଅକୁ ଖାଇବାକୁ ନଦେଇ ମାଡ ମାରୁଥିଲେ, ଶେଷରେ ମହିଳା ଓ୍ବେଟର ସିକ୍ରେଟ୍ ନୋଟ୍ ଲେଖି ଏଭଳି ବଞ୍ଚାଇଲେ

https://www.aajtak.in/
ନୂଆଦିଲ୍ଲୀ,୧୬।୧: ଆମେରିକାର ଜଣେ ମହିଳା ନିଜର କର୍ମସ୍ଥଳରେ ୧୧ ବର୍ଷର ଜଣେ ପୁଅର ଜୀବନ ବଞ୍ଚାଇଛନ୍ତି। ପ୍ରକୃତ କଥାଟି ହୋଇଛି ପିଲାଟିକୁ ତା’ର ମା’ ଏବଂ ସାବତ ବାପା ଖୁବ୍ ମାଡ ମାରିବା ସହ ମୁହଁ, ହାତକୁ ଅନେକ ଖଣ୍ଡିଆ ଖାବରା କରିଦେଇଥିଲେ। ଏହି ମହିଳା ଓ୍ବେଟର ଜଣକ ସ୍ଥିତିକୁ ବୁଝିପାରି ପିଲାଟିର ସାହାଯ୍ୟ ପାଇଁ ପଚାରିବା ସହ ନିଜର ଉପସ୍ଥିତି ବୁଦ୍ଧି ଦ୍ବାରା ପୁଅଟିକୁ ଉଦ୍ଧାର କରିବା ସହ ବାପା-ମାଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ।
ଆମେରିକାର ଓରଲେଣ୍ଡେରେ ଫ୍ଲୋଭିନ୍ କାରଓ୍ବାଲହୋ ମିସେସ୍ ପୋଟ୍ରେଟ୍ ରେଷ୍ଟୁରାଣ୍ଟରେ କାମ କରନ୍ତି। ନୂଆ ବର୍ଷ ଆରମ୍ଭରୁ ଏହି ରେଷ୍ଟୁରାଣ୍ଟରେ ଏକ କପଲ ନିଜର ପୁଅ ସହିତ ଆସିଥିଲେ। ୩୧ ବର୍ଷୀୟ କ୍ରିଷ୍ଟିନ୍ ସ୍ବେନ୍ ଓ ୩୪ ବର୍ଷୀୟ ଟିମୋଥିଙ୍କ ଓ ତାଙ୍କ ପୁଅ ରେଷ୍ଟୁରାଣ୍ଟକୁ ଆସିଥିଲେ। ତେବେ ପୁଅଟି ଏହି ସମୟରେ ଖୁବ୍ ଭୟଭୀତ ଜଣାପଡୁଥିଲା।
ମହିଳା କର୍ମଚାରୀ ଜଣକ କହିଛନ୍ତି, ମୋତେ ଲାଗୁଥିଲା କେଉଁଠି ନା କେଉଁଠି କିଛି ଭୁଲ ଅଛି, କାରଣ ୩ ଜଣ ଏକାଠି ରେଷ୍ଟୁରାଣ୍ଟକୁ ଆସିଥିଲେ। ବାପା-ମା ଦୁହେଁ ଖାଇବାକୁ ଅର୍ଡର କରିଥିଲେ, କିନ୍ତୁ ପୁଅଟିକୁ କିଛି ଖାଇବାକୁ ଦେଇନଥିଲେ। ପିଲାଟିର ବାପା କହିଥିଲେ ଘରେ ପୁଅ ଖାଇବ। ମୁଁ ଦେଖିଥିଲି ପିଲାଟିର ହାତ-ପାଦରେ କ୍ଷତ ଚିହ୍ନ ରହିଛି। କାରଓ୍ବାଲହୋ ପିଲାଟିକୁ ସାହାଯ୍ୟ କରିବାକୁ ଚାହିଁଥିଲେ।
ସିକ୍ରେଟ ଭାବରେ ପିଲାଟି ପାଖକୁ ସେ ଏକ ନୋଟ୍ ପାସ୍ କରିଥିଲେ, ଯେଉଁଥିରେ ଳେଖାଥିଲା କ’ଣ ତୁମକୁ ସାହାଯ୍ୟ ଦରକାର? ଏହାକୁ ଦେଖି ପରେ ପିଲାଟି ତାଙ୍କୁ ଇଶାରା କରିଥିଲା ତାଙ୍କୁ ସାହାଯ୍ୟ ଦରକାର। ପୋଲିସ ଏକ ଅଡିଓ କ୍ଲିପ୍ ଜାରି କରିଛି ଯେଉଁଥିରେ, ମହିଳା କର୍ମଚାରୀ ଜଣକ କହୁଛନ୍ତି ମୋତେ ଏକ ଛୋଟ ପିଲାଟିର ସୁରକ୍ଷାକୁ ନେଇ ଚିନ୍ତା ରହିଛି। ମୋତେ ଜଣାନାହିଁ କ’ଣ କରିବି? ଆପଣ କିଛି ପରାମର୍ଶ ଦିଅନ୍ତୁ ପିଲାଟିର ଦେହରେ କ୍ଷତ ଚିହ୍ନ ରହିଛି। ପୋଲିସ ଫୋନ୍ କଲ ପାଇଁ ପିଲାଟିକୁ ଉଦ୍ଧାର କରି ତା’ର ବାପା-ମାଙ୍କୁ ଗିରଫ କରିଛି। ପୋଲିସର କହିବା ଅନୁସାରେ, ପିଲାଟିକୁ ଖାଇବାକୁ ନଦେଇ ଖୁବ୍ ମାଡ ମରାଯାଉଥିଲା। ଏପରିକି ଓଲଟା ଲଟକାଇ ଦିଆଯାଉଥିଲା। ଖାଦ୍ୟ ଅଭାବରୁ ପିଲାଟିର ଶରୀର ଓଜନ ୧୦ କିଲୋଗ୍ରାମକୁ କମ୍ ଥିଲା ଓ ଡିପ୍ରେସନରେ ଥିଲା।