PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ଅନ୍ତିମ ସଂସ୍କାରର ୧୫ ଦିନ ପରେ ଘରକୁ ଫେରିଲେ ମୃତ ମହିଳା, ଆଶ୍ଚର୍ଯ୍ୟ ହୋଇଗଲେ ପରିବାର ଲୋକେ…

ନୂଆଦିଲ୍ଲୀ, ୦୪/୦୬ : ଅନ୍ତିମ ସଂସ୍କାରର ୧୫ ଦିନ ପରେ ଘରକୁ ଫେରିଲେ ମୃତ ମହିଳା। ଆନ୍ଧ୍ର ପ୍ରଦେଶର କୃଷ୍ଣା ଜିଲ୍ଲାରେ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ମୃତ ମହିଳାଙ୍କୁ ଦେଖି ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ସୂଚନାନୁଯାୟୀ, କୃଷ୍ଣା ଜିଲ୍ଲାର ଜଗିଆପଟା ଗ୍ରାମରେ ରହୁଥିବା ୭୫ ବର୍ଷୀୟା ମୁଥାୟଲା ଗିରିଜମ୍ମା କରୋନା ସଂକ୍ରମିତ ହୋଇଥିଲେ। ଗିରିଜମ୍ମାଙ୍କୁ ମେ ୧୨ ତାରିଖରେ ବିଜୟୱାଡା ସରକାରୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏହାପରେ ମେ ୧୫ରେ ଗିରିଜମ୍ମାଙ୍କ କରୋନାରେ ମୃତ୍ୟୁ ଘଟିଥିବା ନେଇ ତାଙ୍କ ପରିବାରକୁ ଖବର ଦିଆଯାଇଥିଲା। ଏପରିକି ତାଙ୍କ ମୃତଦେହ ନେଇଯିବାକୁ ଡ୍ୟୁଟିରେ ଥିବା ଡାକ୍ତର କହିଥିଲେ। ଏହାପରେ ମୃତକଙ୍କ ପରିବାର ଲୋକେ କୋଭିଡ୍ ପ୍ରୋଟୋକଲ ଅନୁଯାୟୀ, ଡାକ୍ତରଖାନାରୁ ମୃତଦେହ ଆଣି ସେହିଦିନ ଅନ୍ତିମ ସଂସ୍କାର କରିଥିଲେ। କରୋନା କାରଣରୁ ଗିରିଜମ୍ମାଙ୍କ ପରିବାର ବଡିବ୍ୟାଗ୍ ରୁ ଖୋଲି ତାଙ୍କର ମୃତଦେହ ଚିହ୍ନଟ କରି ନଥିଲେ। ଏହାପରେ ମେ ୨୩ରେ ଗିରିଜମ୍ମାଙ୍କ ପୁଅଙ୍କର ମୃତ୍ୟୁ ହୋଇଥିଲା। ଫଳରେ ପରିବାର ଲୋକେ ଉଭୟଙ୍କ ପାଇଁ ଏକ ପ୍ରାର୍ଥନା ସଭା ଆୟୋଜନ କରିଥିଲେ।

ହେଲେ ଆଶ୍ଚର୍ଯ୍ୟଜନକ ବିଷୟ ଜୁନ ୨ ତାରିଖରେ ଗିରିଜମ୍ମା ସମ୍ପୂର୍ଣ୍ଣ ସୁସ୍ଥ ଅବସ୍ଥାରେ ଆସି ଘରେ ପହଞ୍ଚିଥିଲେ। ଏହି ଘଟଣା ପରେ ତାଙ୍କ ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଗିରିଜମ୍ମାଙ୍କ ପରିବାର ଲୋକେ ଅନ୍ୟ କୌଣସି ମହିଳାଙ୍କ ଅନ୍ତିମ ସଂସ୍କାର କରିଦେଇଛନ୍ତି। ତେବେ ଗିରିଜମ୍ମାଙ୍କ ପରିବାର ଲୋକେ ତାଙ୍କୁ ମୃତ ଭାବୁଥିବାରୁ ତାଙ୍କୁ ଡାକ୍ତରଖାନାରୁ ଆଣିବାକୁ ଯାଇ ନଥିଲେ। ଏହାପରେ ଗିରିଜମ୍ମା ନିଜେ କରୋନାରୁ ସୁସ୍ଥ ହେବା ପରେ ତାଙ୍କୁ ମିଳିଥିବା ୩ ହଜାର ଟଙ୍କା ଖର୍ଚ୍ଚ କରି ଘରେ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର