ଚାଲି ଚାଲି ଥକି ଯାଇ ରାତିରେ ଏକ ସ୍କୁଲରେ ନେଲେ ବିଶ୍ରାମ : ତିନି ରାକ୍ଷସ ମହିଳାଙ୍କ ଅସହାୟର ସୁଯୋଗ ନେଇ କଲେ ଏମିତି ନିଷ୍ଠୁର କାମ

ଜୟପୁର ୨୬/୪ : ଗୋଟିଏ ପଟେ ଲକ୍ ଡାଉନ ପଡିଥିବା ଯୋଗୁଁ ଅପରାଧରେ ଉଲ୍ଲେଖନୀୟ ହ୍ରାସ ଘଟିଛି ବୋଲି କୁହାଯାଉଛି, କିନ୍ତୁ କିଛି ଲୋକଙ୍କ ଉପରେ ଯେମିତି ଏହା କୌଣସି ପ୍ରଭାବ ପକାଇ ନାହିଁ । ଏମିତି ଏକ ଘଟଣା ଘଟିଛି ରାଜସ୍ଥାନରେ ।

ସଓ୍ବାଇ ମାଧୋପୁରରୁ ଜୟପୁରକୁ ଚାଲି ଚାଲି ଯାଉଥିବା ଜଣେ ୪୦ ବର୍ଷ ବୟସ୍କା ମହିଳାଙ୍କୁ ଏକ ସ୍କୁଲରେ ତିନି ଜଣ ବ୍ୟକ୍ତି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଯେଉଁଠାରେ ସେ ରାତିରେ ବିଶ୍ରାମ ନେଇଥିଲେ। ରବିବାର ଏହି ଘଟଣା ସମ୍ପର୍କରେ ପୁଲିସ ସୂଚନା ଦେଇଛି।

ଏହା ସହ ମଧ୍ୟ ପଢନ୍ତୁ : ଲକ୍ ଡାଉନ ଉଠିବା ପରେ ଇସ୍ତଫା ଦେବେ ମହିଳା IAS ଅଫିସର ; ସୋସିଆଲ ମିଡ଼ିଆରେ ଜଣାଇଲେ ମନର କଥା

ପୁଲିସର ସୂଚନା ଅନୁସାରେ , ମହିଳା ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଯାତାୟତର କୌଣସି ସୁବିଧା ନ ଥିବାରୁ ସେ ସାୱାଇ ମାଧୋପୁରରେ ଫସି ଯାଇଥିଲେ । ତାଙ୍କୁ ଜୟପୁରକୁ ନିଜ ଘରକୁ ଯିବାର ଥିଲା ।

ଗୁରୁବାର ସନ୍ଧ୍ୟାରେ ଅନ୍ଧକାର ଏବଂ ଥକାପଣ ହେତୁ ସେ ବିଦ୍ୟାଳୟରେ ରହିବାକୁ ସ୍ଥିର କଲେ, ଯେଉଁଠାରେ ତିନି ଜଣ ଲୋକ ତାଙ୍କ ସହ ଏଭଲି ନିଷ୍ଠୁର କାମ କଲେ । ପୁଲିସ କହିଛି ଏହି ତିନି ଜଣ ଅଭିଯୁକ୍ତ ନିକଟସ୍ଥ ଗାଁର ବାସିନ୍ଦା।

ଡିଏସପି ପାର୍ଥ ସରମା କହିଛନ୍ତି ଯେ, ମହିଳା ଜଣକ ଶୁକ୍ରବାର ଦିନ ଥାନାରେ ଅଭିଯୋଗ ଦାଖଲ କରିଥିଲେ। ଏହା ପରେ ତିନିଜଣଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା।

ଅଭିଯୁକ୍ତ ଋଷିକେଶ ମୀଣା, ଲଖନ ରେଗର ଏବଂ କମଲ ଖାରୱାଲଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଛି। ଏହି ତିନି ଅଭିଯୁକ୍ତଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଛି।

   ସମ୍ବନ୍ଧିତ ଖବର


ଫେସବୁକ୍ ଲଞ୍ଚ୍ କଲା ନୂଆ ସେବା, ଖୁବ୍ ଶୀଘ୍ର ଆକାଉଣ୍ଟକୁ କରନ୍ତୁ ଚେକ୍

ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

ଟ୍ରେନରେ ଯାତ୍ରା ସମୟରେ ଲଗେଜ୍ ଚିନ୍ତା ଗଲା, ଏଣିକି ଘରେ ପହଞ୍ଚିବ ସାମଗ୍ରୀ

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ

ନବରାତ୍ରୀ ନେଇ ସୋସିଆଲ ମିଡିଆରେ ଅଶ୍ଲୀଳ ପୋଷ୍ଟ, କ୍ଷମା ମାଗିଲା Eros Now