ଠକେଇ ଅଭିଯୋଗରେ ମହିଳା ଗିରଫ: ନିଜକୁ ପୁଲିସ ଅଧିକାରୀଙ୍କ ସ୍ତ୍ରୀ ଏବଂ ଟିଭି ଆଙ୍କର କହୁଥିଲା, ଏବେ ଖୋଲିଲା ଗୁମର…

ପୁଲିସ ଅଧିକାରଙ୍କୁ ନିଜ ସମ୍ପର୍କୀୟ କହି ଲୋକଙ୍କ ଠାରୁ ଠକୁଥିବା ମହିଳା ଦିପ୍ତି ଶର୍ମାକୁ ଗାଜିଆବାଦ ପୁଲିସ ଗିରଫ କରିଛି। ମହିଳାଙ୍କ ନାଁ ଅଭିଯୋଗ ରହିଛି କି, ସେ ଫେସବୁକ ପ୍ରୋଫାଇଲ ଜରିଆରେ ନିଜକୁ ଟିଭି ଆଙ୍କର କହି ଅନ୍ୟ ଜଣେ ଯୁବକଙ୍କୁ ଚାକିରି କରାଇଦେବ କହି ୧ଲକ୍ଷ ଟଙ୍କା ଠକିଥିଲା। ଖବର ପାଇବା ପରେ ଅର୍ଥାତ୍ ୨୯ମାର୍ଚ୍ଚରୁ ଆଜି ପର୍ଯ୍ୟନ୍ତ ମହିଳା ଜଣଙ୍କୁ ଖୋଜୁଥିଲା। ଆଜି ପୁଳିସ ମହିଳା ଜଣଙ୍କୁ ଗାଜିଆାଦ ସାହିବାବାଦ୍ ଅଂଚଳରୁ ଗିରଫ କରିଛି ବୋଲି ସୂଚନା ମିଳିଛି।

ମିଳିଥିବା ସୂଚନାନୁସାରେ, ୨୯ମାର୍ଚ୍ଚରେ ଗୋବିନ୍ଦପୁରମ ନିବେସୀ ହରେନ୍ଦ୍ର କୁମାର ମାମଲା ରୁଜୁ କରିଥିଲେ। ଅଭିଯୋଗ ଅନୁଯାୟୀ, ଗାର୍ଗି ନାମକ ଫେସବୁକ ପ୍ରୋଫାଇଲରୁ ତାଙ୍କୁ ଟିଭି ନ୍ୟୁଜ୍ ଚ୍ୟାନେଲରେ ଚାକିରି କରାଇଦେବ କହି ଲାଞ୍ଚ ଦେଖାଇଥିଲା। ତେବେ ପ୍ରୋଫାଇଲରେ ନ୍ୟୁଜ୍ ଆଙ୍କରର ଫଟୋ ଦେଖି ସେ ୧ଲକ୍ଷ ଟଙ୍କା ଦେଇଥିଲେ। ଏହା ପରେ ମହିଳା ଜଣକ ଉତ୍ତର ଦେବା ବନ୍ଦ କରିଦେଲା। ପ୍ରୋଫାଇଲ ଯାଞ୍ଚ କରିବା ପରେ ଜଣାପଡ଼ିଲା କି ମହିଳା ଜଣକ ପ୍ରକୃତରେ ଟିଭି ଆଙ୍କର ନୁହଁନ୍ତି। ତେବେ ପୁଲିସ ତଦନ୍ତ କରିବା ପରେ ଠକେଇ ମାମଲାରେ ଦିପ୍ତିଙ୍କ ନାଁ ପ୍ରଥମେ ଆସିଥିଲା। ତେବେ ପୁଲିସ ଦିପ୍ତୀକୁ ଗିରଫ କରିଛି।

ତେବେ ପୂର୍ବରୁ ଦିପ୍ତି ବିରୋଧରେ ସାହିବାବାଦ ଥାନରେ ଠକେଇ ଅଭିଯୋଗ ରହିଛି। ଉତ୍ତର ପ୍ରଦେଶ ସିଏମ୍ ଯୋଗୀ ଆଦିତ୍ୟନାଥଙ୍କ ଫଟୋକୁ ଫେସବୁକ ମାଧ୍ୟମରେ ଅଶୋଭନୀୟ ଟିପ୍ପଣୀ କରିଥିବାର ମାମଲା ରୁଜୁ ହୋଇଛି। ପୁଲିସ କହିବାନୁସାରେ,  ନିଜ ଫେସବୁକ ପ୍ରୋଫାଇଲରେ ଗାଜିଆବାଦର ଆଇପିଏସ୍ ଅଧିକାରୀଙ୍କ ଫଟୋ ଦେଇ ଅଜବ ଗଜବ ପୋଷ୍ଟ କରୁଥିଲା। ଏମିତିକି ଆଇପିଏସ୍ ଅଧିକାରୀଙ୍କୁ ସେମାନଙ୍କ ସ୍ତ୍ରୀ ବୋଲି ସେ ପରିଚୟ ଦେଇଥିଲା। ଯଦିଓ ସେ ପୂର୍ବରୁ ବିବାହିତା। ତଥାପି ଅନେକ ପୁଲିସ ଅଧିକାରୀଙ୍କ ସହିତ ନିଜ ନାଁ ଯୋଡି ସେମାନଙ୍କୁ ବଦନାମ କରିଛି। ଏଥିରେ ରାମୁପର ଏସପି ଅଜୟ ପାଲ ଶର୍ମା ଏବଂ ବାରାବଂକୀ ଏସପି ଆକାଶ ତୋମ ଜୈସ ମଧ୍ୟ ସାମିଲ ଅଛନ୍ତି।

   ସମ୍ବନ୍ଧିତ ଖବର


ଧମକ ଦେଉଛନ୍ତି ବେସରକାରୀ ସ୍କୁଲ : ଫି’ ଦେବା ପାଇଁ ଅଳଙ୍କାର ବିକିବାକୁ ବାଧ୍ୟ ହେଲେ ଅଭିଭାବକ

ସାବଧାନ ! ଚୀନ୍‌କୁ ଚେତାବନୀ ଦେଲା ଭାରତ – ନିଜର ଆତ୍ମରକ୍ଷା କରିବାକୁ ପଛଘୁଞ୍ଚା ଦେବନି ଭାରତୀୟ ସୈନିକ

ବାଲକୋନୀର ପ୍ରେମରୁ ସାତ ଜନମର ସାଥୀ ….ଚର୍ଚ୍ଚାରେ ଏହି ରୋମିଓ-ଜୁଲିଏଟ୍

ଗଙ୍ଗା ନଦୀରୁ ମିଳିଲା ଦକ୍ଷିଣ ଆମେରିକାର ମାଛ, ବୈଜ୍ଞାନିକଙ୍କୁ ଘାରିଲା ଏହି ଭୟ

ରିୟାଙ୍କ ଉପରେ ସବୁ ଦୋଷ ଲଦିଲେ ରକୁଲ: କହିଲେ-ମୁଁ କେବେ ଡ୍ରଗ୍ସ ନେଇନି…

ବିହାର ନିର୍ବାଚନ : କରୋନା ସାଥିରେ ଚାଲିବ ମତଦାନ , ନିର୍ବାଚନ ଆୟୋଗ କରିବେ ସ୍ୱତନ୍ତ୍ର ବ୍ୟବସ୍ଥା