ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ – ମହିଳା କହିଲେ , ୧୦ ବର୍ଷ ଯାଏ କରିଛନ୍ତି ଯୌନ ଶୋଷଣ

ନ୍ୟୁଜିଲ୍ୟାଣ୍ଡ – ଜଣେ କ୍ରିକେଟରଙ୍କ ନାଁରେ ଦୁଷ୍କର୍ମର ସଙ୍ଗୀନ ଅଭିଯୋଗ। ଯାହା କି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି କ୍ରିକେଟର ଜଣଙ୍କ ହେଉଛନ୍ତି ପାକିସ୍ତାନ ଟିମ୍‌ର ଅଧିନାୟକ।

ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଯାଇଥିବା ପାକିସ୍ତାନୀ କ୍ରିକେଟ୍‌ ଟିମ୍‌ର ସମସ୍ୟା ଯେମିତି ଏବେ କମିବାର ନାଁ ହିଁ ନେଉନି । କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ପାକିସ୍ତାନୀ ଟିମ୍‌ର ଅଧିନାୟକ ବାବର ଆଜମ ଏବେ ବିବାଦ ଘେରରେ । ତାଙ୍କ ନାଁରେ ଜଣେ ମହିଳା ଯୌନ ଶୋଷଣ ଓ ଧୋକାବାଜି  କରିବାର ଅଭିଯୋଗ କରିଛନ୍ତି ।

बाबर आजम

ଜଣେ ମହିଳା ଖୁଲାସା କରିଛନ୍ତି କି , ବାବର ବିବାହର ମିଛ ପ୍ରତିଶ୍ରୁତି ଦେଇ ତାଙ୍କ ସହ ୧୦ ବର୍ଷ  ଯାଏ  ଦୁଷ୍କର୍ମ କରିଛନ୍ତି । ଖାଲି ଏତିକି ନୁହେଁ ମହିଳାଙ୍କ ଅନୁସାରେ ବାବର ତାଙ୍କୁ ଗର୍ଭବତୀ  କରିବା ପରେ ଧମକ ମଧ୍ୟ ଦେଇଛନ୍ତି ।

ଏକ ସାମ୍ୱାଦିକ ସମ୍ମିଳନୀକୁ ସମ୍ୱୋଧିତ କରି ବାବରଙ୍କ ଉପରେ ଗୁରୁତର ଅଭିଯୋଗ ଲଗେଇଥିବା ଏହି ମହିଳାଙ୍କ ଭିଡ଼ିଓ ସାମ୍ୱାଦିକ ସାଦିକ୍‌ ଶନିବାର ଦିନ ଶେୟାର କରିଛନ୍ତି ।  ଭିଡ଼ିଓରେ ମହିଳା କହିଛନ୍ତି , ସେ ମୋତେ ବିବାହ କରିବାକୁ ଶପଥ କରିଥିଲେ । ମୋତେ ଗର୍ଭବତୀ  କରିଦେଇଛନ୍ତି , ମୋ ସହ ମାଡ଼ପିଟି କରିଛନ୍ତି , ମୋତେ ଧମକ ମଧ୍ୟ  ଦେଇଛନ୍ତି।

बाबर आजम

ସେପଟେ ଏହି ମାମଲାକୁ ନେଇ ପାକିସ୍ତାନ କ୍ରିକେଟ୍‌ ବୋର୍ଡର କୌଣସି ସ୍ପଷ୍ଟିକରଣ  ଆସିନାହିଁ । ବାବର ସମେତ ପୁରା ପାକିସ୍ତାନ ଟିମ୍‌ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ୧୪ ଦିନର କ୍ୱାରେଣ୍ଟାଇନ୍‌ରେ ଅଛନ୍ତି ।