ସୋସିଆଲ ମିଡିଆ ଆକାଉଣ୍ଟରେ ଆଧାର ନମ୍ବର ଲିଙ୍କ ହେବ କି ନାହିଁ; ସୁପ୍ରିମ୍ କୋର୍ଟରେ ହେଲା ଶୁଣାଣି

ନୂଆଦିଲ୍ଲୀ୩୧/୮: ପୂର୍ବ ବର୍ଷ ଫେସ୍ବୁକ ଭଳି ସୋସିଆଲ ଆକାଉଣ୍ଟରେ ଆଧାର ଲିଙ୍କକୁ ନେଇ ଦେଶର ଅନେକ  ହାଇକୋର୍ଟରେ ମାମଲା ଶୁଣାଣି ଚାଲୁଛି। ଦେଶର ବିଭିନ୍ନ ହାଇକେର୍ଟରେ ଆଧାର ଲିଙ୍କ ନେଇ ଚାଲୁଥିବା ମାମଲା ଗୁଡିକର ଶୁଣାଣି ସୁପ୍ରିମ କୋର୍ଟ ରେ କରଯାଉ ବୋଲି ଫେସ୍‌ବୁକ  ପକ୍ଷରୁ ଅଦାଲତରେ ଆବେଦନ କରାଯାଇଛି ।  ଫେସବୁକର କହିବା ଅନୁସାରେ ଅଲଗା- ଅଲଗା କୋର୍ଟରେ ମାମଲା ଥିବାରୁ  ଅଲଗା – ଅଲଗା ମାମଲାଗୁଡିକରେ ରାୟ ପ୍ରକାଶ କରିବା ରେ ଅଧିକ ସମୟ ଲାଗୁଛି ଏବଂ କୋର୍ଟରେ ଉପସ୍ଥିତି ହେବାକୁ ଅସୁବିଧାର ସମ୍ନୁଖୀନ ହେବାକୁ ପଡୁଛି।ତେଣୁ ସବୁ ମାମଲା ଗୁଡିକୁ ସୁପ୍ରିମ୍ କୋର୍ଟରେ ଶୁଣାଣି ହେଇପାରିଲେ ଶୀଘ୍ର ରାୟ ପ୍ରକାଶ ପାଇଁ ପାରିବ ବୋଲି କୁହାଯାଇଛି ।

ଫେସ୍‌ବୁକ ଏବଂ ହ୍ୱାଟ୍ସ୍‌ଆପ୍‌ ଆକାଉଣ୍ଟରେ ଆଧାର ନମ୍ବର ଯୋଡିବା ପାଇଁ ତିନୋଟି ମାମଲା ମାଡ୍ରାସ୍ ,ବମ୍ବେ ଏବଂ ମଧ୍ୟ ପ୍ରଦେଶର ହାଇକୋର୍ଟରେ ମାମଲା ଚାଲିଛି।ସେହିପରି ଅଲଗା- ଅଲଗା ମାମଲା ଗୁଡିକ ଦେଶର ଅନ୍ୟ ହାଇକୋର୍ଟରେ ଚାଲୁଥିବା  ଫେସବୁକ ତରଫରୁ  ସୂଚନା ଦିଆଯାଇଛି ।

ପଲିସି ମାମଲାର ଶୁଣାଣୀ ହାଇକୋର୍ଟ ହୋଇପାରିବ ନାହିଁ କାରଣ  ସଂସଦର ଅଧିକାର କ୍ଷେତ୍ରରେ ରହୁଥିବାରୁ ଏହା ସମ୍ଭବ ନୁହେଁ ବୋଲି ହ୍ୱାଟ୍ସ୍‌ଆପ୍‌ ପକ୍ଷରୁ ମାମଲା ପରିଚାଳନା କରୁଥିବା କପିଲ୍‌ ସିବଲ୍‌ କହିଛନ୍ତି ।।ଏଥି ପାଇଁ ଆଧାର ଲିଙ୍କର ସବୁ ମାମଲାର ଶୁଣାଣୀ ସୁପ୍ରିମ କୋର୍ଟରେ ହେବା ଦରକାର।

ସିବଲଙ୍କ କହିଛନ୍ତି ମୁଖ୍ୟ ମାମଲା ହ୍ୱାଟ୍ସ୍‌ଆପ୍‌ର ନୀତି ସମ୍ବନ୍ଧିତ ହୋଇଥିବାରୁ ମାମଲାଟି  ଦେଶର ସବୁ ନାଗରିକମାନଙ୍କ ସହତ ଯୋଡି ହୋଇଯାଇଥାଏ। ତେଣୁ ମାମଲାର ଶୁଣାଣି  ସୁପ୍ରିମକୋର୍ଟ ହେବା ସହ ନିଷ୍ପତି ନେବାର ଅଧିକାର ସୁପ୍ରିମକୋର୍ଟଙ୍କର ରହିଛି। ଏହାପରେ ପୁଣି ହାଇକୋର୍ଟଙ୍କ  ଆଦେଶ ବିରୋଧରେ ସୁପ୍ରିମକୋର୍ଟରେ ମାମଲା ରୁଜୁ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ଭାରତରେ ଏହି କମ୍ପାନୀ ବିକିବ ରୁଷୀୟ କରୋନା ଟିକା…

କ୍ୟାନସର ମୁକ୍ତ ହେଲେ ସଞ୍ଜୟ ଦତ୍ତ ! ଫୁସଫୁସ୍‌ ରୋଗକୁ ଦେଲେ ମାତ୍‌

ଶାରଦୀୟ ନବରାତ୍ରୀର ଚତୁର୍ଥ ଦିନରେ ମା’ କୁଷ୍ମାଣ୍ଡା ଉପାସନା କଲେ ଆୟୁ, ଯଶ, ବଳ, ସ୍ୱାସ୍ଥ୍ୟରେ ହୁଏ ବୃଦ୍ଧି

ଆସାମର ଡାକ୍ତରଙ୍କ ପିପିଇ କିଟ୍‌ ପିନ୍ଧି ନୃତ୍ୟ – ସୋସିଆଲ ମିଡ଼ିଆରେ ମିଳିଲା ଖୁବ୍‌ ପ୍ରଶଂସା

ସପିଂ ମଲ୍‌ର ଟ୍ରାଏଲ୍ ରୁମ୍‌ରେ ଏମିତି ବି ହୁଏ ! ପରିସ୍ରା ଗନ୍ଧ ବାହାରିବା ସହ ଏହି ସବୁ ଜିନିଷ ବାହାରେ…

୯ ମାସର ଗର୍ଭବତୀ ମହିଳା ୫ମିନିଟ୍‌ରେ ଦୌଡ଼ିଲେ ୧.୬ କି.ମି, ଲୋକେ କହିଲେ…