୨୦୨୦ରୁ ନୂଆ ଡିଲରଙ୍କ ପାଇଁ ଆଧାର ବାଧ୍ୟତାମୂଳକ

ନୂଆଦିଲ୍ଲୀ ୧୫/୯:ଦ୍ରବ୍ୟ ଏବଂ ସେବା କର(ଜିଏସ୍‌ଟି)ରେ ଦୁର୍ନୀତି ରୋକିବା ଉଦ୍ଦେଶ୍ୟରେ ଏକ ନୂଆ ନିଷ୍ପତ୍ତି ନେଇଛି ଜିଏସ୍‌ଟି ନେଟ୍‌ୱର୍କ । ନିଷ୍ପତ୍ତି ଅନୁସାରେ ୨୦୨୦ ଜାନୁଆରୀରୁ ନୂଆ ଡିଲରଙ୍କ ପାଇଁ ଆଧାର ବାଧ୍ୟତାମୂଳକ ହେବ ।
ପୂର୍ବରୁ ଏହା ଇଚ୍ଛାଧୀନ ଥିଲା । କିନ୍ତୁ ଗତ ଦୁଇ ବର୍ଷରେ ଅନେକ ଦୁର୍ନୀତି ସାମ୍ନାକୁ ଆସିଛି । ଦୁର୍ନୀତିଖୋରମାନେ ନକଲି ଇନ୍‌ଭଏସ୍‌ ବନାଇ ବ୍ୟବସ୍ଥାକୁ ଠକି ଚାଲିଛନ୍ତି ।

ତେଣୁ ଆଧାରକୁ ବାଧ୍ୟତାମୂଳକ କରାଯାଇ ଏହା ଉପରେ ଅଙ୍କୁଶ ଲଗାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବିହାରର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ପ୍ରକାଶ କରିଛନ୍ତି । ପ୍ରକାଶଯୋଗ୍ୟ, ମୋଦି ଜିଏସ୍‌ଟି ନେଟ୍‌ୱର୍କରେ ମନ୍ତ୍ରୀଗୋଷ୍ଠୀ ମୁଖ୍ୟ ଅଛନ୍ତି ।

ଆଧାର ଯାଞ୍ଚ ଚାହୁଁ ନ ଥିବା ବ୍ୟକ୍ତିବିଶେଷ ଫିଜିକାଲ ଯାଞ୍ଚ କରାଇପାରିବେ ବୋଲି ମୋଦି କହିଛନ୍ତି । ରିଫଣ୍ଡ୍‌ ଏବେ ବଡ଼ ସମସ୍ୟା ହୋଇଥିବାବେଳେ ଚଳିତବର୍ଷ ସେପ୍ଟେମ୍ବର ୨୪ରୁ ରିଫଣ୍ଡ୍‌ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଅନ୍‌ଲାଇନ୍‌ କରାଯିବ ବୋଲି ସେ କହିଛନ୍ତି ।

   ସମ୍ବନ୍ଧିତ ଖବର


ଦମଦାର୍ ଲୁକ୍ ସହ ଲଞ୍ଚ୍ ହେଲା ନୂଆ ମାରୁତି ସ୍ୱିଫ୍ଟ

ଶସ୍ତା ହେଲା ସୁନା, ଆହୁରି ଖସିପାରେ…

ଦୀପାବଳିରେ ଆକାଶଛୁଆଁ ହୋଇ ପାରେ ପିଆଜ ଦର, ଜାଣନ୍ତୁ ଏହା ପଛର କାରଣ

ଜିଓର ପୁଣି ସେହି ପୂରୁଣା ଫର୍ମୁଲା: ଶସ୍ତାରେ ଆଣିବ ୫ଜି ଫୋନ୍, ଜାଣନ୍ତୁ ଦାମ୍ ଓ ପ୍ଲାନ୍ ସମ୍ପର୍କରେ…

ଖୁବଶୀଘ୍ର ୧,୦୦୦ ଇଞ୍ଜିନିୟରଙ୍କୁ ନିଯୁକ୍ତି ଦେବ ଓଲା

ମାଗଣା ୱାଇଫାଇ ପାଇଁ ଝିଅର ନାଁ ରଖିଲେ ‘ଟ୍ୱିଫିଆ’, ୧୮ ବର୍ଷ ଧରି ମିଳିବ ଇଣ୍ଟରନେଟ୍ ସେବା