ମୋବାଇଲ ନମ୍ବର ନଥିଲେ ଆଧାରକାର୍ଡରେ ହୋଇପାରିବନି କିଛି ବି ପରିବର୍ତ୍ତନ, ଏମିତି ସହଜରେ କରନ୍ତୁ ଅପଡେଟ୍

ନୂଆଦିଲ୍ଲୀ ୨୦/୧୦: ଯଦି ଆପଣ ଆଧାର କାର୍ଡରେ କୌଣସି ଅପଡେଟ୍ କରିବା ପାଇଁ ଚାହୁଁଛନ୍ତି ତେବେ ଏଥିପାଇଁ ମୋବାଇଲ୍ ନମ୍ବର ସଂଯୋଗ ହୋଇଥିବା ନିହାତି ଜରୁରୀ । ଯଦି ଆପଣଙ୍କ ଆଧାର କାର୍ଡରେ ମୋବାଇଲ୍ ନମ୍ବର ଲିଙ୍କ ନାହିଁ ତେବେ ଆପଣଙ୍କୁ ଆଧାର ସେବା କେନ୍ଦ୍ର କିମ୍ବା ଡାକଘରେ କିମ୍ବା ବ୍ୟାଙ୍କ ଶାଖାକୁ ଯିବାକୁ ପଡିବ । ତେବେ ମୋବାଇଲ୍ ନମ୍ବର ଆଡ୍ କରିବା ବହୁତ ସହଜ । ଆପଣ କୌଣସି ବି ସେବା କେନ୍ଦ୍ର/ଡାକଘର କିମ୍ବା ଆଧାର ସେବା ପାଇଁ ନିର୍ଦ୍ଧାରିତ କରାଯାଇଥିବା ଶାଖାକୁ ଯାଇ ଆଧାର କାର୍ଡରେ ମୋବାଇଲ୍ ନମ୍ବର ଆଡ୍ କିମ୍ବା ଅପଡେଟ୍ କରିପାରିବେ । ଏହା ବ୍ୟତୀତ ଯଦି ଆପଣ ନୂଆ ଆଧାର କାର୍ଡ ପାଇଁ ଏନରୋଲମେଣ୍ଟ କରିବାକୁ ଚାହୁଁଛନ୍ତି ତେବେ ସେଥିରେ ମୋବାଇଲ୍ ନମ୍ବର ରେଜିଷ୍ଟର କରିବାକୁ ଭୁଲନ୍ତୁ ନାହିଁ ।

ଜାଣନ୍ତୁ କେମିତି ଅପଡେଟ୍ ହେବ ମୋବାଇଲ ନମ୍ବର
ସାରା ଦେଶରେ ଏପର୍ଯ୍ୟନ୍ତ ୮୦ କୋଟିରୁ ଅଧିକ ଆଧାର କାର୍ଡ ସହିତ ମୋବାଇଲ ନମ୍ବର ଲିଙ୍କ କରିସାରିଛନ୍ତି । ଏହା ବ୍ୟତୀତ ୫.୨୮ କୋଟି ଲୋକ ଆଧାର କାର୍ଡ ସହିତ ନିଜ ଇମେଲ୍ ଆଇଡି ମଧ୍ୟ ଆଡ୍ କରିସାରିଛନ୍ତି । ଯଦି ଆପଣ ମଧ୍ୟ ମୋବାଇଲ୍ ନମ୍ବର ଅପଡେଟ୍ କିମ୍ବା ଆଡ୍ କରିବା ପାଇଁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ କେବଳ ଗୋଟିଏ ଫର୍ମ ଭରିବାକୁ ପଡିବ ଏବଂ ଏହାକୁ ଆଧାର ସେବା କେନ୍ଦ୍ର, ଡାକଘର କିମ୍ବା ବ୍ୟାଙ୍କରେ ଦେବାକୁ ପଡିବ । ଏଥିପାଇଁ ଆପଣଙ୍କୁ କୌଣସି ଡକ୍ୟୁମେଣ୍ଟ ଦେବାକୁ ପଡିବନି । ଆପଣଙ୍କ ଡିଟେଲ୍ ଚେକ୍ କରିବା ପରେ ଆପଣଙ୍କୁ ଏହାର ଅନୁମତି ମିଳିଯିବ । ଏହା ବ୍ୟତୀତ ଯଦି ଆପଣ ନାଁ, ଆଡ୍ରେସ୍, ଜନ୍ମ ତାରିଖ, ଫଟୋ, ଫିଙ୍ଗର ପ୍ରିଣ୍ଟ କିମ୍ବା ଅନ୍ୟ କୌଣସି ବାୟୋମେଟ୍ରିକ୍ ଡିଟେଲ୍ ଅପଡେଟ୍ କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ଜରୁରୀ ଡକ୍ୟୁମେଣ୍ଟ ଦେବାକୁ ହେବ ।

ଯଦି ମୋବାଇଲ ସଂଯୋଗ ହୋଇଛି ତେବେ ଘରେ ବସି ଜାଣିପାରିବେ
ଆଧାର କାର୍ଡରେ ନିଜ ଠିକଣା ବଦଳାଇବା ପାଇଁ ଆଧାର ସେବା କେନ୍ଦ୍ର କିମ୍ବା ଡାକଘର ଯିବା ଆବଶ୍ୟକତା ନାହିଁ । ଏଥିପାଇଁ ଆପଣଙ୍କ ପାଖରେ କେବଳ ମୋବାଇଲ ନମ୍ବର ଆଡ୍ ହେବା ଉଚିତ୍ । ଆପଣଙ୍କ ମୋବାଇଲ ନମ୍ବରରେ ଓଟିପି ଆସିବ, ଯାହା ସାହାଯ୍ୟରେ ଆପଣ ସହଜରେ ଘରେ ବସି ଠିକଣା ବଦଳାଇ ପାରିବେ ।

ବାରମ୍ବାର ଅପଡେଟ୍ ହେବନି ଏହି ଡିଟେଲ୍ସ, ରୁହନ୍ତୁ ସାବଧାନ
ଏହା ବ୍ୟତୀତ ଆଧାର କାର୍ଡରେ କୌଣସି ଅପଡେଟ୍ କରାଇବା ସମୟରେ ବହୁତ ସାବଧାନ ରହିବାକୁ ପଡିବ । UIDAI  ସର୍କୁଲାର ଅନୁସାରେ ଆପଣ ଆଧାର କାର୍ଡରେ ନାଁ କେବଳ ୨ ଥର ପରିବର୍ତ୍ତନ କରିପାରିବେ । ଏହା ବ୍ୟତୀତ ଲିଙ୍ଗ ଓ ଜନ୍ମତିଥି ମାତ୍ର ଥରେ ହିଁ ଅପଡେଟ୍ ହୋଇପାରିବ । ତେଣୁ ଅପଡେଟ୍ କରିବା ସମୟରେ ଏଥିପ୍ରତି ସତର୍କ ରୁହନ୍ତୁ ।

   ସମ୍ବନ୍ଧିତ ଖବର


ସ୍ପଷ୍ଟ କଲା ଗୁଗଲ, ‘Google Pay’ରେ ଲାଗିବନି କୌଣସି ଚାର୍ଜ

ମାସ୍କ ପିନ୍ଧୁନଥିଲେ ସାବଧାନ ! ୨୪ ଘଣ୍ଟା ଆପଣଙ୍କ ଉପରେ ନଜର ରଖୁଛି ଡ୍ରୋନ କ୍ୟାମେରା…

କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ସମ୍ମାନିତ

କରୋନା ବଦଳାଇ ଦେଲା ଜୀବନ ଜୀବିକା; ଦିନେ ଏରୋପ୍ଲେନ ଚଲାଉଥିଲେ, ଆଜି ଦୁଆର ଦୁଆର ବୁଲି କରୁଛନ୍ତି ଫୁଡ ଡେଲିଭରୀ…

Truecaller ଭଳି ଆପ୍ ଲଞ୍ଚ୍ କରିବ ଗୁଗଲ, ରହିବ ଏହି ସବୁ ଫିଚର୍ସ

ସମୁଦ୍ର କୂଳରେ ମୃତଦେହ ଦେଖି ଡରିଗଲେ ମହିଳା, ପାଖରୁ ଦେଖିବା ପରେ ହୋଇଗଲେ ଆଶ୍ଚର୍ଯ୍ୟ…