ଆଧାରକୁ ତୁରନ୍ତ ମୋବାଇଲ ସହ ଲିଙ୍କ କରାନ୍ତୁ, ଏହା ପରେ ମିଳିବ ଭ୍ୟାକସିନ୍

ନୂଆଦିଲ୍ଲୀ ୧୪/୧: ୧୬ ଜାନୁୟାରୀରୁ ଆପଣଙ୍କ ଆଧାର ସବୁଠାରୁ ଜରୁରୀ ଡକ୍ୟୁମେଣ୍ଟ ହେବ । ଏଣିକି କେବଳ ସରକାରୀ କାର୍ଯ୍ୟରେ ନୁହେଁ, ବରଂ କରୋନା ଭ୍ୟାକସିନ୍ ଲଗାଇବା ପାଇଁ ମଧ୍ୟ ଏହା ଜରୁରି ହେବ ।

ଭାରତ ସରକାର ୧୬ ଜାନୁୟାରୀରୁ ବିଶ୍ୱର ସବୁଠାରୁ ବଡ ଭ୍ୟାକସିନେସନ ଡ୍ରାଇଭ୍ ଆରମ୍ଭ କରିବା ନେଇ ଘୋଷଣା କରିଛନ୍ତି । ସରକାର ୩ କୋଟି ଫ୍ରଣ୍ଟ ୱାକର୍ସଙ୍କ ସହିତ ୫୦ ବର୍ଷରୁ ଅଧିକ ବୟସ୍କଙ୍କୁ କରୋନା ଭ୍ୟାକସିନ୍ ଲଗାଇବା ନିଷ୍ପତ୍ତି ନେଇଛନ୍ତି  ।

ସରକାର ଆଧାର କାର୍ଡ ମୋବାଇଲ ନମ୍ବର ସହିତ ଯୋଡି ହେବା ପରେ ହିଁ ଭ୍ୟାକସିନ୍ ଲଗାଇବା ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଲୋକଙ୍କୁ ରେଜିଷ୍ଟ୍ରେସନ କରାଇବାକୁ ପଡିବ । ଏହାର ଚିହ୍ନଟ ଆଧାର ଓ ସେଥିରେ ଜଡିତ ମୋବାଇଲ ନମ୍ବରରେ ଆସିଥିବା ଓଟିପିରୁ କରାଯିବ ।

କରୋନା ଭ୍ୟାକସିନେସନ ପାଇଁ ଭାରତ ସରକାର C0-Win digital platform ପ୍ରସ୍ତୁତ କରିଛନ୍ତି । ଯେଉଁଥିରେ ଆଧାର ସହିତ ଲିଙ୍କ ହୋଇଥିବା ମୋବାଇଲରେ ଓଟିପି ଆସିବା ପରେ ହିଁ ଚିହ୍ନଟ ପ୍ରକ୍ରିୟା ପୂରା ହେବ । କେବଳ ଏତିକି ନୁହେଁ, ଭ୍ୟାକସିନର ପ୍ରଥମ ଡୋଜ୍ ପାଇବା ପରେ ତୁରନ୍ତ ଏକ ଡିଜିଟାଲ୍ ଭ୍ୟାକସିନେସ୍ ସାର୍ଟିଫିକେଟ୍ ମଧ୍ୟ ଜେନେରେଟ୍ ହେବ । ଯଦି ଆପଣଙ୍କ ପାଖରେ ଆଧାର ସହିତ ଜଡିତ ମୋବାଇଲ ନମ୍ବର ନାହିଁ ତେବେ ଆପଣଙ୍କୁ ଭ୍ୟାକସିନେସନରେ ସାମିଲ କରାଯିବନି ।