PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର: ଗୋଷ୍ଠୀ ସଂକ୍ରମଣ ମୁହାଁ ଓଡ଼ିଶା, ସାମାନ୍ୟ ଲକ୍ଷଣ ଥିଲେ ଟେଷ୍ଟ କରନ୍ତୁ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଚଣ୍ଡିଖୋଲ: ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍
  • ||
  • ଢେଙ୍କାନାଳ :ଢେଙ୍କାନାଳ ସିଭିଲ କୋର୍ଟକୁ ସିଲ , ୧୦ରୁ ଅଧିକ କର୍ମଚାରୀ ସଂକ୍ରମିତ ଚିହ୍ନଟ ପରେ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କଲା ପୌରପ୍ରଶାସନ
  • ||
  • ଭୁବନେଶ୍ଵର: ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍, ଦଶମ ଓ ଦ୍ଵାଦଶ ପରୀକ୍ଷା ପାଇଁ ପ୍ରସ୍ତୁତ ରୁହ : ଗଣଶିକ୍ଷା ମନ୍ତ୍ରୀ
  • ||
  • ବୌଦ୍ଧ: ବାଇକ୍‌କୁ ଧକ୍କା ଦେଲା ଅଜଣା ଗାଡି, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ପାଟଣା: ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଦୁଇ ପରିବାର ଭିତରେ ଗଣ୍ଡଗୋଳ, ବଡ଼ ଭାଇ ମୁଣ୍ଡରେ ପଥର ଛେଚିଦେଲେ ସାନ ଭାଇର ପରିବାର
  • ||
  • ଭୁବନେଶ୍ଵର: ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଗାନ୍ଧୀ ମାର୍ଗରେ ହେଉଛି ଫୁଲଡ୍ରେସ୍ ରିହର୍ସଲ, ସୁରକ୍ଷା ବ୍ୟବସ୍ଥା ପାଇଁ ଟ୍ରାଫିକ୍ କଟକଣା
  • ||
  • ଭୁବନେଶ୍ଵର: ରାଜ୍ୟରେ ତଳକୁ ଖସିଲା ସଂକ୍ରମଣ ଗ୍ରାଫ୍ : ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୭୨୯୧ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ଖଲ୍ଲିକୋଟ: ପରିବା ବୋଝେଇ ଅଟୋକୁ ଧକ୍କା ଦେଲା ବାଲି ବୋଝେଇ ଟ୍ରକ୍, ଜଣେ ମୃତ ୨ ଗୁରୁତର
  • ||
  • ପୁରୀ: ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କୋଭିଡ୍ ପଜିଟିଭ୍‌, ହସ୍ପିଟାଲରେ ଭର୍ତ୍ତି
  • ||
  • ଭୁବନେଶ୍ୱର : ମାସେ ଚିକିତ୍ସା ପରେ ଜଙ୍ଗଲକୁ ଫେରିଲା ୧୨ ଫୁଟର ଅହିରାଜ, ଢ଼େଲାମାଡ଼ରେ ଭାଙ୍ଗିଥିଲା ପିଞ୍ଜରା ହାଡ଼
  • ||
  • ଭୁବନେଶ୍ଵର : ଆଉ ଦୁଇ ଦିନ ଭିଜିବ ଓଡ଼ିଶା, ଉପକୂଳ ସମେତ ୭ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ୨ ମାଫିଆ ଗିରଫ
  • ||

୨୬ରୁ ଆଦିବାସୀ ମେଳା

source:www.telegraphindia.com

ଭୁବନେଶ୍ୱର,୨୨ ।୧(ବ୍ୟୁରୋ): ପାହାଡ଼ି ମାଟିର ମହକରେ ମହକିଲାଣି ରାଜଧାନୀ । ଗୋବର ଓ ଭିଜା ନାଲି ମାଟିରେ ଲିପା ହେଲାଣି ଘରର କାନ୍ଥ । ରଙ୍ଗ ବେରଙ୍ଗର ଚିତ୍ରରେ ସୁନ୍ଦର ଦିଶୁଛି ନୁଆଁଣିଆ ଚାଳ ଛପର ଘରସବୁ । ତଳି ପଡ଼ିିବା ପାଇଁ ପ୍ରସ୍ତୁତ କରାଗଲାଣି ଘର ଅଗଣା ଆଗ ଜମି । କାରଣ ସହରରେ ମେଳି ବାନ୍ଧିଲେଣି ବନବାସୀ । ବଣ, ପାହାଡ଼ ଛାଡି ସେମାନେ ଏବେ ଡେରା ପକାଇଛନ୍ତି ରାଜଧାନୀରେ ।
୨୬ ତାରିଖରୁ ସ୍ଥାନୀୟ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେବ ଆଦିବାସୀ ମେଳା । ସେଥିପାଇଁ ଆସୁ ଆସୁ ତôପରତାର ଦେଖାଇଲେଣି ଏମାନେ । ବସା ତିଆରି ଆରମ୍ଭ କଲେଣି । ପିଲାଠୁ ବୁଢ଼ା ସଭିଏଁ ଏକାଠି ହୋଇ ସକାଳ ୭ରୁ ସନ୍ଧ୍ୟା ୬ଯାଏଁ କାମ କରୁଛନ୍ତି । କିଏ ପାଦରେ ମାଟି ଚକଟୁଛି ତ ଆଉ କିଏ କାନ୍ଥରେ ମାଟି ଛାଟୁଚି । ଆଉ କିଏ ଘର ଉପରେ ବସି ଛଣ ଛପର ଏବଂ ଟାଇଲ୍‌ ପକାଇବାରେ ଲାଗିଛି । ଚଳିତବର୍ଷ ଆଦିବାସୀ ମେଳାରେ ୨୫ଟି ଜନଜାତିଙ୍କ ଘର ଦେଖଣାହାରୀଙ୍କୁ ଆକୃଷ୍ଟ କରିବ । ବିଶେଷ କରି ହୋ, ସଉରା, କୁଟିଆ, ମାଟିଆ, ଓରାମ୍‍, ମୁଣ୍ଡା, ଖଡ଼ିଆ, କିଷାନ, ସାଉଥି, ପାଉଡ଼ି ଭୂୟାଁ ପ୍ରମୁଖଙ୍କ ଘର ଏବର୍ଷ ମେଳାର ଆକର୍ଷଣ ସାଜିବ ।
ଆଦିବାସୀ ମେଳା ପାଇଁ ଏବେଠୁ ମଞ୍ଚ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଏହାଛଡା ଆଦିବାସୀ ଗାଁ କାମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି । ଅନୁସୂଚିତ ଜାତି ଓ ଜନଜାତ ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ଆଦିବାସୀ ମେଳା ପାଇଁ ଚଳଚଞ୍ଚଳ ହୋଇଉଠିଛି ସମଗ୍ର ପରିବେଶ । କିଛିଦିନ ପାଇଁ ରାଜଧାନୀ ପାଲଟିଯିବ ଆଦିମ ଜନଜାତିଙ୍କ ବାସସ୍ଥଳୀ । ସନ୍ଧ୍ୟାରେ ଏକାଠି ହୋଇ ନାଚଗୀତ କରିବେ ଆଉ ଖୁସି ବାଣ୍ଟିବେ । ଆଦିବାସୀମାନଙ୍କର ଜୀବନ, ଜୀବିକା ଓ ପ୍ରାଚୀନ କଳା ଓ ସଂସ୍କୃତିର ସ୍ୱତନ୍ତ୍ରତାକୁ ମେଳାରେ ପ୍ରଦର୍ଶିତ କରିବା ସଙ୍ଗେ ସଙ୍ଗେ ସେମାନଙ୍କୁ ଆଧୁନିକତା ଓ ପ୍ରଗତିର ମହାସ୍ରୋତରେ ସାମିଲ କରିବା ଊଦ୍ଦେଶ୍ୟରେ ଆୟୋଜିତ ହେଉଥିବା ଏହି ମେଳାରେ ଚଳିତ ବର୍ଷ ଖାଦ୍ୟମେଳା ଓ ବିଭିନ୍ନ ସାମଗ୍ରୀ ବିକ୍ରିବଟାର ବ୍ୟବସ୍ଥା ମଧ୍ୟ କରାଯିବ ।
ଆଦିବାସୀ ସାମଗ୍ରୀ ବିକ୍ରିବଟା ପାଇଁ ସ୍ୱତନ୍ତ୍ର ଷ୍ଟଲ୍‌ ରହିବ । ଆଇଟିଡ଼ିଏ ଓ ମାଇକ୍ରୋପ୍ରୋଜେକ୍ଟ ଷ୍ଟଲ୍‍ ପାଇଁ ଭିନ୍ନ ଭିନ୍ନ ସ୍ଥାନରେ ବ୍ୟବସ୍ଥା କରାଯାଇଛି । ଯେଉଁଥିରେ ବିଭିନ୍ନ ସରକାରୀ, ବେସରକାରୀ ଓ ସ୍ୱୟଂ ସହାୟକ ଗୋଷ୍ଠୀମାନେ ଅଂଶଗ୍ରହଣ କରିବେ । ଏଠାରେ ଜଙ୍ଗଲ ଜାତ ଖାଣ୍ଟି ସାମଗ୍ରୀ ବିକ୍ରିବଟା ହେବ । ଏଥିପାଇଁ ପିଣ୍ଡି ବ୍ୟବସ୍ଥା ହୋଇଛି । ହଳଦୀ, ମାଣ୍ଡିଆ, ମୁଗ, ବିରି, ବାସ୍ନା ଚାଉଳ, ମହୁ, ଝୁଣା, ଝାଡୁ, ପାଳୁଅ ଆଦି ସୁଲଭ ଦରରେ ମିଳିବ । ସେହିପରି ଆଦିବାସୀ ଖାଦ୍ୟ ମେଳାରେ ପାରମ୍ପରିକ ଖାଦ୍ୟ ଭାବେ ମାଣ୍ଡଆ ପିଠା, କାଙ୍ଗୁ ଖିରି, କନ୍ଦା ସିଝା, ଶୁଆଁ ଖିରି ଓ ମୁଢ଼ି ମାଂସ ବିକ୍ରି ହେବ ।

ସମ୍ବନ୍ଧିତ ଖବର