PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୨୪ ଘଣ୍ଟା ପ୍ରଚାର ବ୍ୟାନ୍ କଲେ ନିର୍ବାଚନ କମିଶନର , ନିର୍ବାଚନ ପ୍ରଚାରରେ ବିବାଦୀୟ ଭାଷଣ ପାଇଁ ଲାଗିଲା କଟକଣା
  • ||
  • ସୁଶିଲ ଚନ୍ଦ୍ରା ନୂଆ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତ
  • ||
  • ଆଜି ଭୁବନେଶ୍ୱରରୁ ୧୯୦ କରୋନା ପଜିଟିଭ ଟିହ୍ନଟ, କ୍ୱାରେଣ୍ଟାଇନ୍‌ରୁ ୩୮ ଓ ଲୋକାଲ କଣ୍ଟାକ୍ଟରୁ ୧୫୨ସଂକ୍ରମିତ
  • ||
  • ପିପିଲି ଉପନିର୍ବାଚନ ପାଇଁ ଭର୍ଚୁଆଲ ରାଲିରେ ନବୀନ ପଟ୍ଟନାୟକ କରୁଛନ୍ତି ପ୍ରଚାର , ୬ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ସିଧା ପ୍ରସାରଣ ବ୍ୟବସ୍ଥା
  • ||
  • କଟକ ଏସ୍‌ସିବିରୁ ହାଇଦର ଫେରାର ଘଟଣା – ହାଇଦର ଫେରାର ପଛରେ ତାର ପରିବାର ଲୋକଙ୍କ ହାତ ଅଛି, ମଙ୍ଗଳାବାଗ ଥାନାରେ ଏତଲା ଦେଲେ ଗ୍ୟାଙ୍ଗଷ୍ଟରକୁ ଜଗୁଥିବା ନିଲମ୍ୱିତ କନଷ୍ଟେବଲ ମହମ୍ମଦ ମୌସିମ୍,‌
  • ||
  • ଭାରତରେ ରୁଷ୍ ଟିକା ସ୍ପୁଟ୍‌ନିକ୍ –V କୁ ମଞ୍ଜୁରୀ , ବିଶେଷଜ୍ଞ କମିଟି ବୈଠକରେ ନିଆଗଲା ନିଷ୍ପତ୍ତି, ମାନବ ଦେହରେ ବ୍ୟବହାର ପାଇଁ ଅନୁମତି
  • ||
  • ବଲାଙ୍ଗୀର ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପାଇଁ ୨ ଜଣ ନୂଆ କୁଳପତିଙ୍କୁ ମିଳିଲା ନିଯୁକ୍ତି
  • ||
  • ଭୁବନେଶ୍ୱର: କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭଞ୍ଜନଗର: ଭାଲୁ ଆକ୍ରମଣରେ ବାଘୁଆପଲ୍ଲୀ ଗ୍ରାମର ୪ ଜଣ ଗୁରୁତର ଆହତ
  • ||
  • ଢେଙ୍କାନାଳ: ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଖୋଜାଖୋଜି ପରେ ଉଦ୍ଧାର ହେଲା ମୃତହେଦ
  • ||
  • କଟକ: ନିଆଳିର ଏକ ବିଲରୁ ଏକ ମୃତଦେହ ଉଦ୍ଧାର
  • ||
  • ଗଜପତି ଜିଲ୍ଲାର ସମସ୍ତ ସୀମା ସିଲ, ବାହାରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର
  • ||
  • ଭୁବନେଶ୍ୱର: ଆଜି ପହଞ୍ଚିବ ୨ ଲକ୍ଷ ୭୧ ହଜାର ଟିକା
  • ||
  • ଜଗନ୍ନାଥପୁର ଛକ ପୁକୁଡ଼ିବନ୍ଧ ଜଙ୍ଗସନ୍ରୁ ୯୨୦ କିଲୋ ଗଞ୍ଜେଇ ଧରିଲା ଅବକାରୀ ବିଭାଗର ସ୍ଵତନ୍ତ୍ର ୱିଙ୍ଗ, ୮ ଗିରଫ, ଟ୍ରକ୍ ଓ ମ୍ୟାକ୍ସପିକ୍ପ ଜବତ
  • ||
  • ବୀରମହାରାଜପୁର: ଚନ୍ଦଲି ରାସ୍ତା କଡ଼ରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ନୀଳଗିରି: ଅଭୟାରଣ୍ୟ ଭିତରୁ ଜଣେ ଶିକାରୀ ଗିରଫ,ମାରଣାସ୍ତ୍ର ଜବତ, ଖସିଗଲେ ୩ଜଣ ଶିକାରୀ…
  • ||
  • କଟକ: ଚାଉଳିଆଗଞ୍ଜ ଥାନାରେଆତ୍ମସମର୍ପଣ କଲା ହାଇଦର ସହଯୋଗୀ ୟାକୁବର
  • ||
  • ନୀଳଗିରି: କୂଳଡିହା ଅଭୟାରଣ୍ୟ ସୀମାନ୍ତରୁ ବିରାଟକାୟ ହରିଣ କ୍ଷତବିକ୍ଷତ ଉଦ୍ଧାର କଲେ ଗ୍ରାମବାସୀ
  • ||
  • କଟକ: ହଷ୍ଟେଲ ଭିତରେ ପଶି ନର୍ସିଂ ଛାତ୍ରୀଙ୍କୁ ତଡୁଛି ପୁଲିସ, ଏସସିବି ବିଏସି ନର୍ସିଂ କଲେଜରେ ଉତ୍ତେଜନା
  • ||
  • ନୀଳଗିରି: ଅସନବଣି ଅଞ୍ଚଳରୁ ଉଦ୍ଧାର ହେଲା ୧୫ ଫୁଟ୍ ଲମ୍ବର ଅହିରାଜ ସାପ
  • ||

IPL ପୂର୍ବରୁ ଆକାଶ ଚୋପ୍ରାଙ୍କ ଭବିଷ୍ୟବାଣୀ: ୨୦୨୦ IPLର ଷ୍ଟାର ବୋଲରଙ୍କୁ ଚଳିତ ସଂସ୍କରଣରେ ମିଳିବ ପର୍ପଲ କ୍ୟାପ୍

ନୂଆଦିଲ୍ଲୀ, ୬/ ୪: ଏପ୍ରିଲ ୯ ତାରିଖରୁ ଆରମ୍ଭ ହେବ ଆଇପିଏଲ ମହାକୁମ୍ଭ ୨୦୨୧। ଫଟାଫଟ୍‌ କ୍ରିକେଟ ଲିଗ୍‌ ଆରମ୍ଭ ହେବା ପୂର୍ବରୁ ସମସ୍ତ ୮ ଟି ଯାକ ଦଳ ଦମଦାର ପ୍ରସ୍ତୁତି ଚଳାଇଥିବା ବେଳେ ଟିମ୍‌ ମ୍ୟାନଜେମଣ୍ଟ ମାନେ ମ୍ୟାଚ୍‌ ଜିତିବା ପାଇଁ ନୂଆ ନୂ୍ଆ ରଣନୀତି ଆପଣାଇବାରେ ଲାଗି ପଡ଼ିଛନ୍ତି। ଏସବୁ ମଧ୍ୟରେ ଟିମ୍‌ ଇଣ୍ଡିଆର ପୂର୍ବତନ ଅପନର ତଥା ଭାଷ୍ୟକାର ଆକାଶ ଚୋପ୍ରା ଆଇପିଏଲ ଆରମ୍ଭ ନେହେବା ପୂର୍ବରୁ କରିଛନ୍ତି ଭବିଷ୍ୟବାଣୀ। ତାଙ୍କ ମୁତାବିକ ଆଫଗାନିସ୍ତାନର ଏହି ଷ୍ଟାର ଖେଳାଳି ଚଳିତ ଆଇପିଏଲ ସିଜନରେ ପର୍ପଲ କ୍ୟାପ୍‌ ବିଜେତା ହେବେ।

ଆକାଶ ଚୋପ୍ରା ନିଜର ୟୁଟ୍ୟୁବ୍‌ ଚ୍ୟାନଲରେ ଏକ ଭିଡିଓ ସେୟାର କରି କହିଛନ୍ତି ଯେ, ସବୁ ସଜିନରେ ପ୍ରାୟତଃ ସନରାଇଜର୍ସ ହାଇଦ୍ରାବାଦ୍‌ ଟିମ୍‌ ପାଖରେ ଅରେଞ୍ଜ କ୍ୟାପ୍‌ ରହିଥାଏ। ହେଲେ ଚଳିତଥର ଆଇପିଏଲରେ ପର୍ପଲ କ୍ୟାପ୍‌ ଏହି ଟିମ୍‌ ପାଖରେ ରହିବ। କାରଣ ହାଇଦ୍ରାବାଦ୍‌ ଟିମର ଷ୍ଟାର ସ୍ପିନର ରଶିଦ୍‌ ଖାନ୍‌ ଚଳିତ ସିଜିନରେ ଅଧିକ ଓ୍ବିକେଟ ନେଇ ପର୍ପଲ କ୍ୟାପର ଅଧିକାରୀ ହେବେ ବୋଳି ଆକାଶ ଚୋପ୍ରା ଭବିଷ୍ୟବାଣୀ କରିଛନ୍ତି। ସେ ଆହୁରି କହିଛନ୍ତି ଯେ, ରଶିଦ ଖାନ୍‌ ବିପକ୍ଷ ଦଳ ପାଇଁ ଖତରାନାକ ସାବ୍ୟସ୍ତ ହୁଅନ୍ତି। ବିଶେଷକରି ବିପକ୍ଷ ଦଳର ବ୍ୟାଟସମ୍ୟାନ୍ ରଶିଦ୍‌ ଖାନଙ୍କ ୪ ଓଭରକୁ ସମ୍ଭାଳିକି ଖେଳିବାକୁ ପସନ୍ଦ କରିଥାନ୍ତି କାରଣ। ରସିଦଙ୍କ ବୋଲିଂ ସରିଲେ ଅନ୍ୟ ବୋଲରଙ୍କୁ ଟାର୍ଗେଟ କରି ରନ୍‌ କରିବାକୁ ପସନ୍ଦ କରିଥାନ୍ତି ବୋଲି ଆକାଶ କହିଛନ୍ତି ।

ପୂର୍ବ ଅପେକ୍ଷା ଏବେ ରସିଦ୍‌ ଖତରନାକ ବୋଲିଂ କରୁଛନ୍ତି। କାରଣ ସେ କଞ୍ଜୁସି ବୋଲିଂ କରି ଓ୍ବିକେଟ ନେବାରେ ମାହିର ହୋଇ ଯାଇଛନ୍ତି। ଚଳିତଥର ସନରାଇଜର୍ସ ଟିମ୍‌ ପ୍ରଥମ ୫ ମ୍ୟାଚ୍‌ ଚେନ୍ନାଇ ଓ ପରେ ୪ଟି ମ୍ୟାଚ୍‌ ଦିଲ୍ଲୀରେ ଖେଳିବ। ଅର୍ଥାତ୍‌ ୯ ଟି ମ୍ୟାଚ୍‌ ଏଭଳି ପିଚରେ ହାଇଦ୍ରାବାଦ୍‌ ଟିମ୍‌ ଖେଳିବ ଯେଉଁଠି ସ୍ପିନରଙ୍କୁ ସୁହାଇଥାଏ। ଏଭଳି କ୍ଷେତ୍ରରେ ଦଳ ପାଇଁ ଟ୍ରମ୍ପ୍‌ କାର୍ଡ ସାବ୍ୟସ୍ତ ହେବା ସହ ପର୍ପଲ କ୍ୟାପର ଅଧିକାରୀ ହୋଇ ପାରିବେ ବୋଲି ଆକାଶ ଚୋପ୍ରା କହିଛନ୍ତି ।

ରଶିଦ ଖାନ୍‌ ବିଗତ ଆଇପିଏଲ ସିଜନରେ ସନରାଇଜର୍ସ ପକ୍ଷରୁ ୧୬ଟି ମ୍ୟାଚ୍‌ ଖେଳି ୨୦ଟି ଓ୍ବିକେଟ ନେଇଥିଲେ। ଏଥିସହିତ ସେ ୫.୩୭ ଇକୋନେମି ରେଟରେ କଞ୍ଜୁସ୍‌ ବୋଲିଂ କରିଥିଲେ ରଶିଦ୍‌ ଖାନ୍। ଏଥିସହିତ ଆଇପିଏଲ ଇତିହାସରେ ଗୋଟିଏ ମ୍ୟାଚରେ ସର୍ବାଧିକ ୧୭ଟି ଡଟ୍‌ ବଲ ପକାଇ ରେକର୍ଡ ନିଜ ନାମରେ କରିଛନ୍ତି ରଶିଦ୍। ଆଇପିଏଲରେ ୬୨ଟି ମ୍ୟାଚ୍‌ ଖେଳି ରଶିଦ୍‌ ଖାନ୍‌ ୨୦.୪୯ ଆଭେରଜରେ ୭୫ଟି ଓ୍ବିକେଟ ନେଇଛନ୍ତି।

ସମ୍ବନ୍ଧିତ ଖବର