ଜନ୍ମଦିନରେ ଫ୍ୟାନ୍ସଙ୍କୁ ଖୁସି ଖବର ଦେଲେ ଆମିର, ନିଜ ଆଗାମୀ ଫିଲ୍ମ ସମ୍ପର୍କରେ କଲେ ଖୁଲାସା

ମୁମ୍ବାଇ ୧୪/୩: ବଲିଉଡ ଅଭିନେତା ଆମିର ଖାନଙ୍କ ଶେଷ ଫିଲ୍ମ ଥିଲା ‘ଠଗ୍ସ ଅଫ ହିନ୍ଦୋସ୍ତାନ’ । ଏହି ଫିଲ୍ମ ବକ୍ସ ଅଫିସରେ ଏତେ ଭଲ ଆୟ କରିପାରିନଥିଲା । ତେବେ ଆମିରଙ୍କ ଆଗାମୀ ଫିଲ୍ମ ପାଇଁ ଫ୍ୟାନ୍ସମାନଙ୍କ ଅପେକ୍ଷା ଶେଷ ହେବାକୁ ଯାଉଛି । ସେହି ଗୋଟିଏ ଫ୍ଲପ୍ ଫିଲ୍ମ ପାଇଁ ତାଙ୍କ ଡିମାଣ୍ଡ କମିବନି କାରଣ ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ଆମିର ଖାନ୍ ବର୍ଷବର୍ଷ ପରିଶ୍ରମ କରି ନିଜ ଫ୍ଯାନ୍ସଙ୍କ ପାଇଁ ଫିଲ୍ମ ନେଇ ଆସିଥାନ୍ତି ।

ତେବେ ଆଜି ହେଉଛି ଆମିରଙ୍କ ଜନ୍ମ ଦିନ । ତାଙ୍କ ନାଁରେ ଅନେକ ପ୍ରୋଜେକ୍ଟ ଯୋଡିହୋଇଥିବା ନେଇ ଚର୍ଚ୍ଚା ହୁଏ । ତେବେ ଆଜି ତାଙ୍କ ଜନ୍ମଦିନରେ ସେ ଏକ ନୂଆ ଫିଲ୍ମ ନେଇ ଆସିବା କଥା ଘୋଷଣା କରିଦେଇଛନ୍ତି । ୧୯୯୪ରେ ଆସିଥିବା ଓକ୍ସାର ୱିନିଂ ଫିଲ୍ମ  ‘ଫରେଷ୍ଟ ଗମ୍ପ’ର ରିମେକରେ ନଜର ଆସିବେ ଆମିର । ଆମିର ଏହା ମଧ୍ଯ କହିଛନ୍ତି ଯେ ଫିଲ୍ମରେ ସେ ଜଣେ ସରଦାର ବେଶରେ ନଜର ଆସିବେ । ଯେଉଁଥିପାଇଁ ତାଙ୍କୁ ପ୍ରାୟ ୨୦ କିଲୋ ଓଜନ କମାଇବାକୁ ପଡିବ ।

source:myhotposters.com

ଆମିର ଏହା ମଧ୍ଯ କହିଛନ୍ତି ଯେ ତାଙ୍କ ଅପକମିଂ ଫିଲ୍ମର ନାଁ ହେବ ‘ଲାଲ୍ ସିଂ ଚଢ୍ଡା’ । ଏହି ଫିଲ୍ମକୁ ପ୍ରସ୍ତୁତ କରିବେ ଡାଇରେକ୍ଟର ଅଦୈତ ଚନ୍ଦନ । ଅଦୈତ ପୂର୍ବରୁ ‘ସିକ୍ରେଟ୍ ସୁପରଷ୍ଟାର’ ମଧ୍ଯ ପ୍ରସ୍ତୁତ କରିସାରିଛନ୍ତି । ‘ସିକ୍ରେଟ୍ ସୁପରଷ୍ଟାର’ ଫିଲ୍ମଟି ବକ୍ସ ଅଫିସରେ ଭଲ ଆୟ କରିଥିଲା । ଏଥିରେ ଆମିର ଏକ ସ୍ପେଶାଲ ଭୂମିକାରେ ନଜର ଆସିଥିଲେ ।

ଆପଣଙ୍କୁ କହିରଖୁଛୁ ଆମିର ପୂର୍ବରୁ ଦଙ୍ଗଲ, ଗଜନୀ, ଧୁମ୍ ୩ ଓ ମଙ୍ଗଲ ପାଣ୍ଡେ ଭଳି ଫିଲ୍ମରେ ନିଜ ଲୁକ୍ ଉପରେ କାମ କରିସାରିଛନ୍ତି ।  ଏହି ଫିଲ୍ମ ଗୁଡିକ ବକ୍ସ ଅଫିସରେ ଭଲ ଆୟ କରିଛି । ତେବେ ତାଙ୍କ ଫ୍ୟାନ୍ସ ଆଶା କରିଛନ୍ତି ଯେ ଏହି ଫିଲ୍ମ ମଧ୍ଯ ବକ୍ସ ଅଫିସରେ ଭଲ ଆୟ କରିବ ଓ ସୁପରହିଟ୍ ହେବ ।

   ସମ୍ବନ୍ଧିତ ଖବର


ଅକ୍ଟୋବରରୁ ସୁଟିଂ ସେଟ୍‌କୁ ଫେରିବେ ଶାହିଦ୍‌

‘ବାଳିକା ବଧୂ’ ସିରିଏଲର ଡାଇରେକ୍ଟର ଏବେ ଠେଲାରେ ବିକ୍ରି କରୁଛନ୍ତି ପରିବା, କରୋନା ଲକଡାଉନ୍ ଛଡାଇ ନେଲା ଜୀବିକା

ଡ୍ରଗ୍ସ ଚାଟ୍‌ ଓ ହ୍ୱାଟ୍‌ସଆପ୍‌ ଗ୍ରୁପ୍‌ ଆଡମିନ୍‌ ଥିବା ମାନିଲେ ଦୀପିକା ପାଦୁକନ୍‌-କରନ ଜୋହରଙ୍କ କମ୍ପାନିର କ୍ଷୀତିଜ ରବିପ୍ରସାଦ ଗିରଫ

ଏନସିବିର ପ୍ରଶ୍ନରେ ୩ ଥର କାନ୍ଦି ପକାଇଥିଲେ ଦୀପିକା, ହାତ ଯୋଡି ଅଧିକାରୀ କହିଥିଲେ- ଇମୋସନାଲ କାର୍ଡ ଖେଳନ୍ତୁ ନାହିଁ

୩୧ ବର୍ଷ ପରେ ସୁଭାଷଙ୍କ ଫିଲ୍ମରେ ଆସିବେ ଜ୍ୟାକି ଓ ଅନୀଲ କାପୁର- ସିନେମା ନାଁ

ଡ୍ରଗ୍ସ ପରୀକ୍ଷା କରାଇଲେ ଟିଆ