ଭିଡ଼ିଓରେ ହାତ ଯୋଡ଼ି ସାହାଯ୍ୟ ମାଗିଲେ ଅଭିନେତା ! ମୋ ଆକାଉଣ୍ଟରେ ୩୦୦ କି ୪୦୦ ଟଙ୍କା ଦିଅ , ମୁଁ ବଞ୍ଚିବାକୁ ଚାହୁଁଛି …

ନୂଆଦିଲ୍ଲୀ –  କାଲି ଯିଏ ନିଜର ସୁନ୍ଦର ଅଭିନୟରେ ଲୋକଙ୍କୁ ମନୋରଞ୍ଜନ କରୁଥିଲେ । ତାଙ୍କ ଆଖିରେ ଆଜି ଲୁହର ବର୍ଷା । ପେଟରେ ଭୋକର ଜ୍ୱାଳା । ମନରେ ମଉଳା ସ୍ୱପ୍ନ । କଣ କରିବେ । କରୋନା ଲକ୍‌ ଡାଉନ୍‌ ଯୋଗୁ କାମ ବନ୍ଦ , ପାଖରେ ଖାଇବାକୁ ପଇସା ନାହିଁ । ପରିବାରକୁ ଚଳାଇବାକୁ ଅନ୍ୟ ପାଖେ ହାତ ପାତି ନେହୁରା ହୋଇଛନ୍ତି । କିଏ କିଛି ଅର୍ଥ ଦେଲେ ଟିକେ ବଞ୍ଚଯିବେ ।  ଏମିତି ଏକ  ଭିଡ଼ିଓ ଛାଡ଼ିଛନ୍ତି ଅଭିନେତା  ରାଜେଶ କରୀର । ଯିଏକି ଆମିର୍‌ ଖାନଙ୍କ ସହ ଫିଲ୍ମ ମଙ୍ଗଳ ପାଣ୍ଡେ , ଅଗ୍ନିପଥ୍‌ ଓ ବେଗୁସରାଇ ଟିଭି ଶୋରେ କାମ କରିଛନ୍ତି।

କରୋନା ଲକ୍‌ ଡାଉନ୍‌ରେ ଲକ୍‌ ହୋଇ ଯାଇଛି  କିଛି ଲୋକଙ୍କ ଦୈନିକ ଜୀବନ । ବଞ୍ଚିବାକୁ ସେମାନେ ଅନ୍ୟର ସାହାଯ୍ୟହାତ ପାତି ମାଗୁଛନ୍ତି । ନହେଲେ ମରିଯିବେ । ସେମାନଙ୍କ ମଧ୍ୟରେ ଏହି ଅଭିନେତା ରାଜେଶ ଜଣେ ।

ଅଭିନେତା  ରାଜେଶ କରୀରଙ୍କର ଏକ ଆଶ୍ଚର୍ଯ୍ୟ କଲା ଭଳି ଭିଡ଼ିଓ  ସାମନାକୁ ଆସିଛି । ଏହି ଭିଡ଼ିଓରେ ସେ କହିଛନ୍ତି ,  ସୁଟିଂ ଏବେ ବନ୍ଦ ଏବଂ କାମ ନହେବା କାରଣରୁ  ଲକ୍‌ ଡାଉନ୍‌ କେମିତି ତାଙ୍କର ପରିବାରର ଅବସ୍ଥା ପୁରା ବିଗାଡ଼ି ଦେଇଛି । ରାଜେଶ କରୀର ନିଜର ଫେସ୍‌ବୁକ୍‌ ଆକାଉଣ୍ଟରେ ଏକ ହୃଦୟ ବିଦାରକ ଭିଡ଼ିଓ ଅପଲୋଡ୍‌ କରିଛନ୍ତି । ଯିଏ ବି ଦେଖିବ ଜଣେ କଳାକାରର ଏପରି ଦୁଃଖଦ ସ୍ଥିତିକୁ ଦେଖି ମର୍ମାହତ ହେବ ।

ଭିଡ଼ିଓରେ  ସେ  ସ୍ପଷ୍ଟ ଭାବେ କହୁଛନ୍ତି କି  କିଏ ମୋର ଆକାଉଣ୍ଟରେ ୩୦୦ ଟଙ୍କା ମଧ୍ୟ ହେଉ ଦିଅନ୍ତୁ । ତାହା ମୋ ପାଇଁ ବହୁତ କିଛି । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି କି  କେମିତି ଲକ୍‌ ଡାଉନ୍‌ରେ ଅନେକ ପରିବାରର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି ।  ଅନେକ କଳାକାରଙ୍କୁ ସଲମାନ ଖାନ ଓ ଅନ୍ୟ ଷ୍ଟାରଙ୍କ ତରଫରୁ ସାହାଯ୍ୟ ଦିଆଯାଉଛି । କିନ୍ତୁ ଏବେବି ସାହାଯ୍ୟ କିଛି ଘରେ ପହଞ୍ଚିପାରିନି । ଯେଉଁଥି ପାଇଁ କି ଏମିତି ହୃଦୟ ଥରା ଭିଡ଼ିଓ ସାମନାକୁ ଆସିଛି ।

ରାଜେଶ କରୀର ଲେକଙ୍କୁ ହାତ ଯୋଡ଼ି କିଛି ପଇସା ପାଇଁ ଅନୁରେଧ କରୁଛନ୍ତି । କାରଣ ସେ ଟିକେ ବଞ୍ଚିବାକୁ ଚାହୁଁଛନ୍ତି ।  ସେ ଆହୁରି କହିଛନ୍ତି , ପେଟ ପୋଡ଼ିଗଲା ବେଳେ ଲାଜ କେମିତି କରିବି । ଲାଜ ଯଦି କରିବି ଜୀବନ ଉପରେ ପ୍ରଭାବ ପଡ଼ିବ । ଆମର ଅବସ୍ଥା ବହୁତ ଖରାପ ।  ମୁମ୍ୱାଇରେ ପରିବାର ସହ ୧୫ରୁ ୧୬ ବର୍ଷ  ହେଲା ରହୁଛି ।  ଏବେ ୨ରୁ ୩ ମାସ ହେଲାଣି ଅବସ୍ଥା ବହୁତ ଖରାପ  । ମୋତେ କେହି ସାହାଯ୍ୟ କଲେ ମୁଁ ବଞ୍ଚିଯିବି ।

   ସମ୍ବନ୍ଧିତ ଖବର


ନଭେମ୍ବରରୁ ଖୋଲିବ ସିନେମା ହଲ୍‌ ! ପ୍ରସ୍ତୁତି ଶେଷ, ଦର୍ଶକଙ୍କୁ ଅପେକ୍ଷା…

କରୋନା ଟିକା ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି ମୋଡେର୍ଣ୍ଣା

ଅନନ୍ୟ ଆରମ୍ଭ, ଆଗ୍ରହୀ ପ୍ରତିଭାକୁ ସୁଯୋଗ ଦେବ ନ୍ୟୁଜ 7: ଆସନ୍ତା ୩୦ ତାରିଖରୁ ଆରମ୍ଭ ହେଉଛି ନ୍ୟୁଜ୍ 7 କ୍ଷୁଦ୍ର ଚଳଚ୍ଚିତ୍ର ୨୦୨୦ ମହୋତ୍ସବ

ବିସିଜି ଟିକା କରୋନା ବିରୋଧରେ ଲଢିପାରିବ – ଏଭଳି ସୂଚନା ଦେଲେ ICMR ର ବୈଜ୍ଞାନିକ

Inoxର ଦମଦାର୍ ଅଫର: ୨୯୯୯ ଟଙ୍କାରେ ବୁକ୍ କରନ୍ତୁ ଥିଏଟର, ପରିବାର କିମ୍ବା ସାଙ୍ଗମାନଙ୍କ ସହ ଦେଖନ୍ତୁ ନିଜ ପସନ୍ଦର ଫିଲ୍ମ

ବର୍ଷା ଅନୁଭବ ବିବାହ ବିଚ୍ଛେଦ ମାମଲା-ନଭେମ୍ବର ୧୫ରୁ ୩୦ ମଧ୍ୟରେ ମଧ୍ୟସ୍ଥତା କରିବେ ସୁପ୍ରିମକୋର୍ଟର ମଧ୍ୟସ୍ଥତା କମିଟି