ଆମିର୍ ଖାନଙ୍କ ପୁଅଙ୍କୁ ମିଳିଲାନି ଫିଲ୍ମରେ ରୋଲ୍‌ !

ମୁମ୍ୱାଇ – ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଆମିର୍‌ ଖାନଙ୍କ ପୁଅ ଜୁନୈଦ ଖାନ ଏହି ସମୟରେ ନିଜର ବଲିଉଡ୍‌ ଡେବ୍ୟୁକୁ ନେଇ ଚର୍ଚ୍ଚାରେ ରହିଛନ୍ତି ।  ପ୍ରକୃତ କଥା ହେଲା , ନିକଟରେ ଖବର ଆସିଥିଲା କି ଏହି ଷ୍ଟାର୍‌ କିଡ୍‌ ଖୁବ୍‌ ଶୀଘ୍ର  ମଲୟାଲମ୍‌ ଫିଲ୍ମ ‘ଇଶ୍କ’ର ହିନ୍ଦି ରିମେକ୍‌ ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଫିଲ୍ମଟିକୁ ନୀରଜ ପାଣ୍ଡେ ପ୍ରଡ୍ୟୁସ୍‌ କରିବେ ।

 କିନ୍ତୁ ଏହି ଖବରର ପ୍ରକୃତ କଥା ଏବେ ସାମନାକୁ ଆସିଛି । ଏକ ସୂତ୍ରରୁ ଏହା ଜଣାପଡ଼ିଛି ଯେ, ଜୁନୈଦ ମଲୟାଲମ ଫିଲ୍ମ ‘ଇଶ୍କ’ର ହିନ୍ଦୀ ରିମେକ୍‌ରୁ ଡେବ୍ୟୁ କରିବା କଥା ସତ ନୁହେଁ । ବାସ୍ତବରେ ସେ ଏହି ଭୂମିକା ପାଇଁ ଅଡିସନ ଦେଇଥିଲେ , ହେଲେ  ତାଙ୍କୁ ମିଳିନଥିଲା ଉକ୍ତ ରୋଲ୍ ।

Aamir Khan's son Junaid Khan set to make his Bollywood debut; more details  inside! - News Chant

ଆଉ ମଧ୍ୟ ଜାଣିବାକୁ ମିଳିଛି କି , ଥିଏଟରରେ ଆକ୍ଟିଂ କରି ସେ ଗତ କିଛି ସମୟ ହେଲା ଫିଲ୍ମ ପାଇଁ ଅଡ଼ିସନ ଦେଉଛନ୍ତି । ଆମିର୍‌ ଖାନ୍‌  ଏହି ବିଷୟରେ ବିଲକୁଲ୍‌ ସ୍ପଷ୍ଟ କରିଛନ୍ତିଯେ, ସେ କୌଣସି ପ୍ରକାରେ ଜୁନୈଦଙ୍କୁ ସାହାଯ୍ୟ କରିବେ ନାହିଁ ।

ସୂଚନା ଯେ,  ଆମିର୍‌ ଖାନ୍‌ଙ୍କର ପୁଅ  ଜୁନୈଦ ଟିଭି ଶୋ ମାଷ୍ଟର ମାଇଣ୍ଡର ସଦସ୍ୟ ରହିସାରିଛନ୍ତି । ସେ ରାଜକୁମାର ହିରାନଙ୍କ ସହ ଫିଲ୍ମ ‘ପିକେ’ରେ ମଧ୍ୟ ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବେ କାମ କରିଥିଲେ ।

ସେପଟେ ଆମିର ଖାନ୍‌ ଏହି ସମୟରେ ନିଜର ଅପ୍‌କମିଂ ଫିଲ୍ମ ‘ଲାଲ୍ ସିଂହ ଚଢ଼ା’ର ସୁଟିଂ କରୁଛନ୍ତି । ଏହି ଫିଲ୍ମରେ ତାଙ୍କ ସହ କରୀନା କପୁର ନଜର ଆସିବେ ।