PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ତୁର୍କୀର ପ୍ରଥମ ମହିଳାଙ୍କ ସହ ସାକ୍ଷାତ ପରେ ଟ୍ରୋଲ୍ ହେଲେ ଆମିର ଖାନ୍

https://zeenews.india.com/

ନୂଆଦିଲ୍ଲୀ ୧୭/୮: ବଲିଉଡ ଆକ୍ଟର ଆମିର ଖାନ୍ ପୁଣି ଥରେ ବିବାଦରେ ଫସିଯାଇଛନ୍ତି । ଏବେ ସେ ନିଜ ଫିଲ୍ମ ‘ଲାଲ୍ ସିଂହ ଚଢ୍ଡା’ର ସୁଟିଂ ପାଇଁ ତୁର୍କୀ ଯାଇଛନ୍ତି । ଏହି ସମୟରେ ସେ ରବିବାର ତୁର୍କୀର ରାଷ୍ଟ୍ରପତିଙ୍କ ପତ୍ନୀ ଏମିନ୍ ଏର୍ଦୋଗନ୍(Emine Erdogan)ଙ୍କ ସହିତ ସାକ୍ଷାତ କରିଛନ୍ତି । ଇସ୍ତାନବୁଲ୍ ସ୍ଥିତ ରାଷ୍ଟ୍ରପତି ଭବନ ହୁବେର ମୈଶନରେ ହୋଇଥିବା ଏହି ସାକ୍ଷାତର ଫଟୋ ତୁର୍କୀର ପ୍ରଥମ ମହିଳା ଏମିନ୍ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ତେବେ ଏହି ସାକ୍ଷାତ ପରେ ଆମିର ଖାନ୍ ଟ୍ରୋଲ୍ ହେଉଛନ୍ତି ।

କହିରଖୁଛୁ ତୁର୍କୀର ରାଷ୍ଟ୍ରପତି, ଜମ୍ମୁ-କଶ୍ମୀରରୁ ଆର୍ଟିକଲ ୩୭୦ ହଟାଇବା ବିରୁଦ୍ଧରେ ବୟାନ ଦେଇସାରିଛନ୍ତି । ଅନ୍ୟପଟେ ଆମିର ଖାନ ଓ ତୁର୍କୀର ପ୍ରଥମ ମହିଳାଙ୍କ ସାକ୍ଷାତ ପରେ ଭାରତର ସୋସିଆଲ ମିଡିଆରେ ଆମିରଙ୍କ ପ୍ରତି ୟୁଜର୍ସଙ୍କ ମନରେ ଥିବା କ୍ରୋଧ ଦର୍ଶାଉଛି ।

ଏହା ସହିତ ସୋସିଆଲ ମିଡିଆରେ ଲୋକମାନେ ଏହାକୁ ୨୦୧୮ରେ ଇସ୍ରାଏଲ ପିଏମ୍ ବେଞ୍ଜାମିନ୍ ନେତନ୍ୟାହୁଙ୍କ ଭାରତ ଗସ୍ତ ସହିତ ମଧ୍ୟ ଯୋଡି ଦେଖୁଛନ୍ତି । ସେହି ସମୟରେ ବେଞ୍ଜାମିନ୍ ବଲିଉଡର ଅନେକ ସେଲିବ୍ରିଟିଙ୍କ ସହିତ ସାକ୍ଷାତ କରିଥିଲେ । କିନ୍ତୁ ଶାହରୁଖ, ଆମିର ଓ ସଲମାନ୍ ଖାନ ତାଙ୍କ ସହିତ ଦେଖା ପାଇଁ ମନା କରିଦେଇଥିଲେ । ସୋସିଆଲ ମିଡିଆରେ ଲୋକଙ୍କ କହିବାନୁସାରେ ଯେଉଁ ଦେଶ ଭାରତକୁ ଅନେକ ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ସହଯୋଗ କରିଛନ୍ତି ସେହି ଦେଶର ରାଷ୍ଟ୍ରପତିଙ୍କୁ ଆମିର ଖାନ୍ ଦେଖା କରିବାକୁ ମନା କରିଦେଇଛନ୍ତି କିନ୍ତୁ ଯେଉଁ ଦେଶ ଭାରତ ବିରୁଦ୍ଧରେ ବୟାନବାଜି କରୁଛି ସେହି ଦେଶର ପ୍ରଥମ ମହିଳାଙ୍କ ଅତିଥି ହୋଇ ଆମିର ଖାନ୍ ବହୁତ ଖୁସି ଅଛନ୍ତି । ଏନେଇ ସୋସିଆଲ ମିଡିଆରେ ଅନେକ ରିଆକ୍ସନ ଦେଉଛନ୍ତି ୟୁଜର୍ସ ।

ସମ୍ବନ୍ଧିତ ଖବର