ଅମିତାଭ ବଚ୍ଚନଙ୍କ ଝିଅଙ୍କୁ କାହିଁକି ଚିଠି ଲେଖୁଥିଲେ ଆମିର ଖାନ୍‌ , ନିଜେ ଶ୍ୱେତା ବଚ୍ଚନ କଲେ ଖୁଲାସା

ମୁମ୍ୱାଇ – ଅଭିନେତା ଅମିତାଭ ବଚ୍ଚନ ଓ ଜୟା ବଚ୍ଚନଙ୍କର ଝିଅ ଶ୍ୱେତା ବଚ୍ଚନ ନନ୍ଦା ଏକ ଫିଲ୍ମ ପରିବାରରୁ ଆସିଛନ୍ତି ।  କିନ୍ତୁ ତାଙ୍କୁ ସର୍ବଦା ସରଳ ଜୀବନ ବିତାଇବା ପସନ୍ଦ । ଖାଲି ଏତିକି ନୁହେଁ ସେ ସଲମାନ ଖାନ ଓ ଆମିର ଖାନଙ୍କର ବହୁତ ବଡ଼ ପ୍ରଶଂସକ ମଧ୍ୟ । କରଣ ଜୋହରଙ୍କର ଶୋ’ କଫି ୱିଥ୍‌ କରଣକୁ ଥରେ  ଶ୍ୱେତା ନିଜର ଭାଇ ତଥା ଅଭିନେତା ଅଭିଷେକ ବଚ୍ଚନଙ୍କ ସହ ଯାଇଥିଲେ । ସେଠାରେ ସେ କହିଥିଲେ କି ସେ ପିଲାବେଳୁ ଆମିର ଓ ସଲମାନଙ୍କୁ ଖୁବ୍‌ ପସନ୍ଦ କରୁଥିଲେ । ଯେବେ ରାମାୟଣର ‘ରାମ’ ଅଡିସନରେ ହୋଇ ଯାଇଥିଲେ ରିଜେକ୍ଟ , ଆଉ ପରେ ସେ ..

ଶ୍ୱେତା କହିଥିଲେ , ୧୯୮୯ ମସିହାରେ ଯେବେ ମୈନେ ପ୍ୟାର କିୟା ରିଲିଜ୍‌ ହୋଇଥିଲା , ସେତେବେଳେ ଶ୍ୱେତା ୧୦ଶ୍ରେଣୀରେ ବୋର୍ଡିଂ ସ୍କୁଲର ଥିଲେ । ସେ ଏହି ଫିଲ୍ମକୁ ଏକ ଭିସିଆରରେ ଦେଖିଥିଲେ ଏବଂ କହିଥିଲେ କି ସେ ଫିଲ୍ମକୁ ଏତେ ଭଲ ପାଇ ଯାଇଥିଲେ କି ସେ ଅଭିଷେକଙ୍କ ଦ୍ୱାରା ଫ୍ରେଣ୍ଡ କ୍ୟାପ୍‌ ମଗାଇଥିଲେ , ଯେମିତିକା ଫିଲ୍ମରେ ସଲମାନ ପିନ୍ଧିଥିଲେ । ସେଦିନ ପ୍ରଥମ ଥର ନିଜ ପିତାଙ୍କୁ କାନ୍ଦିବାର ଦେଖିଥିଲି …ଅମିତାଭ ସେୟାର କଲେ ପୁରୁଣା ଦିନର ଫଟୋ   

ଶ୍ୱେତା କହିଥିଲେ ,ତାଙ୍କ ସ୍କୁଲରେ  ଫିଲ୍ମ ଦେଖିବାକୁ ଅନୁମତି ନଥିଲା , ଏଥିପାଇଁ ସେ ଏକ ଟେପ୍‌ ରେକର୍ଡର ନିଜ ସାଥିରେ ରଖୁଥିଲେ ଏବଂ ପୁରା ଫିଲ୍ମକୁ ଏଥିରେ ରେକର୍ଡ କରିନେଉଥିଲେ । ପରେ ଏହାକୁ ଶୁଣୁଥିଲେ ।

ସଲମାନଙ୍କ ବ୍ୟତୀତ ଶ୍ୱେତା , ଆମିର ଖାନଙ୍କର ବି ବହୁତ ବଡ଼ ପ୍ରଶଂସକ। ଯେବେ ଏହି କଥା ଅଭିଷେକ ଆମିରଙ୍କୁ ଜଣାଇଲେ ସେ ବହୁତ ଖୁସି ହୋଇଥିଲେ । ଏହା ସହ  ଶ୍ୱେତାଙ୍କର ଜନ୍ମଦିନରେ  ଆମିର ପ୍ରତି ବର୍ଷ ଏକ ଚିଠି ଲେଖୁଥିଲେ । ଏହି ଚିଠି ବିଷୟରେ ଶ୍ୱେତା କହିଛନ୍ତି ଯେ, ଏହାର ଏକ କାରଣ ଥିଲା । ଆମିର ଖାନ୍‌ ଓ ମୋର ଜନ୍ମଦିନ ପାଖାପାଖି ହିଁ ଥିଲା । ଆମିର ଖାନଙ୍କର ୧୪ ମାର୍ଚ୍ଚ ଥିବା ବେଳେ ମୋର ଥିଲା ୧୭ ମାର୍ଚ୍ଚ ।