ଏହି ଅନ୍ଦାଜରେ ପ୍ରେମ କରୁଛନ୍ତି ଆମୀର ଖାନଙ୍କ ଝିଅ ଇରା, ସୋସିଆଲ ମିଡ଼ିଆରେ ହଇଚଇ ସୃଷ୍ଟି କରୁଛି ଦର୍ଶକଙ୍କ କମେଣ୍ଟ

ଆମୀର ଖାନଙ୍କ ଝିଅ ଇରା ଖାନଙ୍କ ଏକ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଫଟୋଟି ଯେତିକି ଭାଇରାଲ ହୋଇଛି ତାଠାରୁ ଅଧିକ କମେଣ୍ଟକୁ ନେଇ ହଇଚଇ ସୃଷ୍ଟି ହେଉଛି। ଏହି ଫଟୋରେ ଇରା ନିଜ ସାଙ୍ଗର ବାହୁ ଉପରେ ଥିବାର ନଜର ଆସିଛନ୍ତି। ଆମୀର ଖାନଙ୍କ ଝିଅ ଇରା ଖୋଦ୍ ନିଜେ ଇନଷ୍ଟା ପେଜରେ ଏହି ଫଟୋ ସେୟାର କରିଛନ୍ତି। ଇରାଙ୍କ ଏହି ସାଙ୍ଗର ନାଁ ମିଶାଲ କୃପଲାନୀ।

ଇରା ମିଶାଲଙ୍କ ସହିତ ତିନୋଟି ଫଟୋ ସେୟାର କରିଛନ୍ତି। ଏଥିରେ ଥିବା ଗୋଟିଏ ଫଟୋ ମିଶାଲ ଇରାଙ୍କ ମଥାରେ କିସ୍ କରୁଛନ୍ତି। ଇରା ଏହି ଫଟୋ ସେୟାର କରିବା ସହିତ ଏଥିରେ ଲେଖିଛନ୍ତି କି, ‘ବିଶ୍ବାସ ଅଛି କି ତୁମର ଖରା ଦିନ ଛୁଟି ଖରା ଏବଂ ହସରେ ଭରି ରହିବ।’
ସୋସିଆଲ ମିଡ଼ିଆରେ ଏହି ଫଟୋ ଭାଇରାଲ ହେବା ପରେ ଦର୍ଶକଙ୍କ କମେଣ୍ଟର ସୁଅ ଛୁଟୁଛି। ଦର୍ଶକ ମଧ୍ୟ ଇରାଙ୍କୁ ପଚାରିଲେ ଯେ, ମିଶାଲ କ’ଣ ତୁମର ବୟଫ୍ରେଣ୍ଡ…?
ଆଉ ଜଣେ ଦର୍ଶକ ଲେଖିଛନ୍ତି, ମିଶାଲ ଆଉ ତୁମେ ବହୁତ ଲକି, କେବେ ବି ତାଙ୍କ ହୃଦୟ ଭାଙ୍ଗିବନାହିଁ…।
ଅନ୍ୟ ଜଣେ ଦର୍ଶକ ଲେଖିଛନ୍ତି, ସବୁବେଳେ ଦୁହେଁ ସାଥିରେ ରହିବ…। ଦର୍ଶକମାନେ ଇରାଙ୍କ ଫଟୋକୁ ପ୍ରଶଂସା କରି ଏମିତି କମେଣ୍ଟ ପରେ କମେଣ୍ଟ ଦେଇଚାଲିଛନ୍ତି। କେବଳ ସେତିକି ନୁହେଁ କୁହାଯାଉଛି କି ଇରା ଏବେ ଡେଟ୍ କରୁଛନ୍ତି। ମିଶାଲ ଜଣେ ଅଭିନେତା, ପ୍ରଯୋଜକ ଏବଂ ରଚୟିତା। ମିଶାଲ ବି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ କିଛି ଭିଡ଼ିଓ ସେୟାର କରିଛନ୍ତି।