ଆପ୍‌ ନେତାଙ୍କ ଛାତ ଉପରୁ ପଥର ଓ ପେଟ୍ରୋଲ୍‌ ବମ୍‌ ଜବତ : ସେ କହିଲେ , ଏହା ଷଡ଼ଯନ୍ତ୍ର

ନୂଆଦିଲ୍ଲୀ ୨୭ /୦୨ : ଦିଲ୍ଲୀ ହିଂସାକୁ ନେଇ ଆମ୍‌ ଆଦମୀ ପାର୍ଟିର କର୍ପୋରେଟର ତାହିର ହୁସୈନଙ୍କ ନାଁରେ ଅଭିଯୋଗ ଆସିଛି । ସେ ହିଁ ଏଥିରେ ମୁଖ୍ୟ ଦୋଷୀ । କାରଣ  ହିଂସା ବଢ଼ାଇବାରେ ତାଙ୍କର ହାତ ଅଛି ବୋଲି କୁହାଯାଉଛି । ହିଂସାରେ ମୃତ୍ୟୁ ହୋଇଥିବା ଆଇବିର କର୍ମୀ ଅଙ୍କିତ୍‌ ଶର୍ମାଙ୍କ ପରିବାର ଲୋକ ତାଙ୍କୁ ଦୋଷୀ ବୋଲି ଅଭିଯୋଗ କରୁଛନ୍ତି।

ତାହିରଙ୍କୁ ନେଇ ଆହୁରି ମଧ୍ୟ ଅଭିଯୋଗ ହୋଇଛି କି ୨୫ ଫେବ୍ରୁୟାରୀରେ ତାଙ୍କର ଚାନ୍ଦବାଗସ୍ଥିତ ଘରୁ ହିଂସାକାରୀ ଲୋକେ ପଥର ମାଡ଼ କରିଥିଲେ  ଓ ପେଟ୍ରୋଲ ବମ୍‌ ପିଙ୍ଗିଥିଲେ । ତାହିର କିନ୍ତୁ ଏ କଥାକୁ ସ୍ୱୀକାର କରୁନାହାନ୍ତି । କିନ୍ତୁ ଏବେ ଏକ ଭିଡ଼ିଓ ସାମନାକୁ ଆସିଛି । ଏଥିରେ ତାଙ୍କ ଘରର ଛାତରେ ବହୁତ ପଥର ଓ ପେଟ୍ରେଲ୍‌ ବମ୍‌ ମିଳିଛି।

ବର୍ତ୍ତମାନ ତାହିର ନିଜ ଘରେ ନାହାନ୍ତି । ତାହିରଙ୍କର ଘର ଛାତରୁ ପଥର ଓ ପେଟ୍ରୋଲ୍‌ ବମ୍‌ ଫିଙ୍ଗା ଯିବାର ଭିଡ଼ିଓ ଏହା ପୂର୍ବରୁ ମଧ୍ୟ ସାମନାକୁ ଆସିଥିଲା । କିନ୍ତୁ ତାହିର ଏହାକୁ ଖଣ୍ଡନ କରିଥିଲେ। ତାଙ୍କର କହିବା ହେଲା କି ଘଟଣା ଦିନ ସେ ନିଜ ଘରେ ନଥିଲେ। ବିଜେପି ନେତା ତାଙ୍କୁ ବଦନାମ କରିବାକୁ ଏମିତି ଚକ୍ରାନ୍ତ କରୁଛନ୍ତି ।

ଉଲ୍ଲେଖନୀୟ ଯେ , ଦିଲ୍ଲୀ ହିଂସା ମାମଲାରେ ବୁଧବାର ଦିଲ୍ଲୀ ହାଇକୋର୍ଟ ଶୁଣାଣି କରିଥିଲେ।  ଏହି ସମୟରେ ଜଷ୍ଟିସ୍‌ ଏସ୍‌ ମୁରଲିଧର ‘ହେଟ୍‌ ସ୍ପିଚ୍‌’ ଦେଇଥିବା ନେତାଙ୍କ ବିରୁଦ୍ଧରେ ଏଫଆଇଆର୍‌ ନଦେଇଥିବାରୁ ଦିଲ୍ଲୀ ପୁଲିସ୍‌କୁ ଭତ୍ସନା କରିଥିଲେ । ଆଜି ବି ଏହି ମାମଲାରେ ଶୁଣାଣି କରାଯାଉଛି । କିନ୍ତୁ  ଆଜିର ଶୁଣାଣି ଜଷ୍ଟିସ୍‌ ଏସ୍‌ ମୁରଲୀଧର କରିବେ ନାହିଁ । କାରଣ ଗତ ରାତିରେ ତାଙ୍କୁ ପଂଜାବ –ହରିୟାଣା ହାଇକୋର୍ଟକୁ ଟ୍ରାନ୍ସଫର କରିଦିଆଯାଇଛି।

ଘଟଣା ଏହି ଯେ , ୨୪ ଓ ୨୫ ଫେବ୍ରୁୟାରୀରେ ଦିଲ୍ଲୀରେ ହିଂସାରେ ଏବେ ସୁଦ୍ଧା ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଅନେକ ଆହତ ବ୍ୟକ୍ତି ଦିଲ୍ଲୀର ଡିଟିବି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ କହିବାନୁସାରେ ସେମାନଙ୍କ ଭିତରୁ ୧୦ ଜଣଙ୍କ ଅବସ୍ଥା ବହୁତ ସାଂଘାତିକ ରହିଛି  ।  

   ସମ୍ବନ୍ଧିତ ଖବର


କେରଳରେ ମଦ ଦେକାନ ବନ୍ଦ: ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ହାଇକୋର୍ଟଙ୍କ ବ୍ରେକ୍

ଆମେରିକାରେ କରୋନା ନେବ ଲକ୍ଷାଧିକ ପ୍ରାଣ, ଏବେ ଠାରୁ ୧ ଲକ୍ଷ ବଡିବ୍ୟାଗ୍‌ କିଣିବାକୁ ଅର୍ଡର ଦେଲା ଟ୍ରମ୍ପ ପ୍ରଶାସନ

କରୋନାରେ ଦୋକାନୀଙ୍କ ମୃତ୍ୟୁ, ଜିନିଷ କିଣିବାକୁ ଆସୁଥିଲେ ମରକଜର ଜମାତି, ଏବେ ବିପଦରେ ବସ୍ତି ଲୋକଙ୍କ ଜୀବନ

କରୋନା ଆଁରେ ମାଆ ଓ ଶିଶୁ, ସଂକ୍ରମିତ ରୋଗୀର ବେଡ୍‌ରେ ରଖିଥିଲେ ଡାକ୍ତରଖାନା କର୍ତ୍ତୃପକ୍ଷ