ବିଷ ପିଇ ଆତ୍ମହତ୍ୟା କଲେ ଆପ୍ ନେତା, କଂଗ୍ରେସ କାଉନସିଲରଙ୍କ ବିରୋଧରେ ପରିବାର ଲୋକ ରୁଜୁ କଲେ ମାମଲା

ନୂଆଦିଲ୍ଲୀ,୧୭।୯: ଆମ ଆଦମୀ ପାର୍ଟି(ଆପ) ନେତା ନିଶାନ୍ତ ତନଭର କରିଛନ୍ତି ଆତ୍ମହତ୍ୟା। ପରିବାର ଲୋକ କିନ୍ତୁ ଏହି ଘଟଣା ପାଇଁ ଦିଲ୍ଲୀ କେଣ୍ଟରୁ କଂଗ୍ରେସର ପରିଷଦ ଥିବା ଓ ପଡୋଶୀ ସନ୍ଦୀପ ତନଓ୍ବରଙ୍କୁ ଦାୟୀ କରିଛନ୍ତି। ପରିବାର ସଦସ୍ୟ କହିଚନ୍ତି, ନିଶାନ୍ତକୁ ଆତ୍ମହତ୍ୟା କରିବାକୁ ସନ୍ଦୀପ ଏକ ପ୍ରଚାର ଚାପ ପକାଇଥିଲେ। ପୋଲିସ ପରିବାର ଲୋକଙ୍କ ବୟାନ ଅନୁସାରେ ମାମଲା ରୁଜୁ କରିସାରିଛି।

ଦିଲ୍ଳୀ-ପାନିପତ୍ ହାଇଓ୍ବେରେ କାର ଭିତରେ ନିଶାନ୍ତ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ସେ କାର ପାଖରେ ଅର୍ଦ୍ଧନଘ୍ନ ଅବସ୍ଥାରେ ପଡି ରହିଥିଲେ। ଲୋକମାନେ ପୋଲିସକୁ ସୂଚନା ଦେବାପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା,ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। ସୂଚନା ମିଳିବା ପରେ ପୋଲିସ ଯେତେବେଳେ ତଦନ୍ତ ଆରମ୍ଭ କରିଥିଲା ସେତେବେଳେ ମୃତ ବ୍ୟକ୍ତି ଜଣକ ଦିଲ୍ଲୀର ନାରାୟଣାରେ ରହୁଥିବା ଆମ ଆଦମୀର ନେତା ବୋଲି ଜଣାପଡିଥିଲେ।

ନିଶାନ୍ତଙ୍କ ଭାଇ ନିଖିଲଙ୍କ କହିବା ଅନୁସାରେ, ତାଙ୍କ ଭାଇ ଆପର ଓ୍ବାର୍ଡ ନମ୍ବର-୨ର ଅଧ୍ୟକ୍ଷ ଥିଲେ। ତାଙ୍କ ବିରୋଧରେ ପଡୋଶୀ ଓ ଦିଳ୍ଳୀ କେଣ୍ଟ ନଗରପାଳିକା ପରିଷଦର କଂଗ୍ରେସ କାଉନସିଲର ସନ୍ଦୀପ ତନଓ୍ବର ୧୨ ସେପ୍ଟେମ୍ବରରେ ମାମଲା ରୁଜୁ କରିଥିଲେ। ସନ୍ଦୀପ ଏହି ମାମଲା ନିଖିଲ ତାଙ୍କର ବାପା-ମାଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରିଥିଲେ।ନିଖିଲ କହିଛନ୍ତି, ମଙ୍ଗଳବାର ରାତି ପ୍ରାୟ ସାଢେ ୧୨ଟା ବେଳେ ନିଶାନ୍ତ ଫୋନ କରି ତାଙ୍କୁ କହିଥିଲେ ସନ୍ଦୀପ ମୋତେ ଖୁବ୍ ହଇରାଣ କରୁଛି। ସେ ଗାଳି ଦେଉଛନ୍ତି, ତାଙ୍କ ବିରୋଧରେ ନାରାୟଣା ଥାନା ମିଛ ମାମଲା ରୁଜୁ କରାଯାଇଛି। ନିଖିଲଙ୍କ ମତରେ ସନ୍ଦୀପଙ୍କ ଚାପରେ ପଡି ସେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି।  

କଂଗ୍ରେସ ପରିଷଦ ସନ୍ଦୀପ ଦିଳ୍ଲୀ ପୋଲିକୁ କହିଥିଲେ,  ନିଶାନ୍ତ ୧୨ ସେପ୍ଟେମ୍ବର ସକାଳେ ତାଙ୍କ ଉପରେ ଆକ୍ରମର କରିଥିଲେ। ନିଶାନ୍ତ ବରାର ସ୍କୋୟାରରେ ଥିବା ଏକ ବସ୍ତିରେ ସୁନିଲ ନାମକ ବ୍ୟକ୍ତିର କାନ୍ଥ ଉଠାଇ ଦେଉନଥିଲେ। ସୁନିଲଙ୍କ ପକ୍ଷରୁ ପୋଲିସ କମିଶନର ଓ ଏସସି/ଏସଟି କମିଶନଙ୍କୁ ଚିଠି ଲେଖି ନ୍ୟାୟ ମାଗିଥିଲେ।ସେଭଳି ନିଶାନ୍ତଙ୍କ ପରିବାର ଲୋକ କହିଛନ୍ତି, ସନ୍ଦୀପ ବରାର ସ୍କୋୟାରର ଏକ ସରକାରୀ ଜମି ଉପରେ ନିଜ ହିସାବରେ ବସ୍ତି ନିର୍ମାଣ କରିବାକୁ ଚାହୁଁଥିଲା। ପୋଲିସର କହିବା ଅନୁସାରେ, ନିଶାନ୍ତ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ପରିବାର ଲୋକ ସନ୍ଦୀପଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରିବାକୁ ଦାବି କରିଛନ୍ତ।

   ସମ୍ବନ୍ଧିତ ଖବର


ପୂଜାରେ ପାର୍ବଣର ମାହୋଲ ନଥିଲା, ହେଲେ ୩ ଦିନରେ ଦୁର୍ଘଟଣାରେ ଗଲା ୧୬ ଜୀବନ…

ଓରଟେଲ୍‌, ଓଟିଭିରେ ବିପୁଳ କଳାଧନ; ସିବିଆଇ, ଆୟକର, ଇଡି ସ୍କାନରରେ ବୈଜୟନ୍ତ-ଜାଗି…

ଛାତ୍ରବୃତ୍ତି ପୋର୍ଟାଲ ଓ ସୁମଙ୍ଗଳ ପୋର୍ଟାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଆଇଫୋନ୍‌ ୟୁଜର୍ସଙ୍କୁ ଝଟକା, ଆପ୍ସ ପାଇଁ ଦେବାକୁ ପଡ଼ିବ ଅଧିକ ଟଙ୍କା

ଓଟିଭିର ଆଉ ଏକ ଜମି କେଳେଙ୍କାରୀ, ରାଜଧାନୀରେ ମାଡ଼ି ବସିଛି ୧୨ ହଜାର ବର୍ଗଫୁଟରୁ ଅଧିକ ଜାଗା

ସାଂଘାତିକ ଷଡଯନ୍ତ୍ର-ପ୍ରେମିକ ସହ ମିଶି ଛାଡପତ୍ର ପାଇଁ ପତିଙ୍କ ପ୍ରାଇଭେଟ୍‌ ପାର୍ଟ କାଟିବା ପାଇଁ ଚେଷ୍ଟା କରୁଥିଲେ ନବ ବିବାହିତା